୨ ମିନିଟ୍‌ରେ ୨୦ ହଜାର କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବୁଧବାର ଆଗତ ହୋଇଛି ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍‌। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିରୋଧୀଙ୍କ ହଟ୍ଟଗୋଳରେ ଗୃହ କମ୍ପୁଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅପରାହ୍ନରେ ଏହାକୁ ଉପସ୍ଥାପନ କରିଥିଲେ। ବିନା ଆଲୋଚନାରେ ମାତ୍ର ୨ ମିନିଟ୍‌ ମଧ୍ୟରେ ଏହାକୁ ଉପସ୍ଥାପନ କରାଯାଇଥିଲା। ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର ମୂଳ ବଜେଟ ୧.୭ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଅତିରିକ୍ତ ବଜେଟର ଆକାର ଏହାର ୧୧.୬୭%। ଆଗାମୀ ପଞ୍ଚାୟତ, ପୌର ନିର୍ବାଚନକୁ ଫୋକସ କରି ରାଜ୍ୟ ସରକାର ଉଭୟ ସହର ଏବଂ ଗ୍ରାମାଞ୍ଚଳର ଭିତ୍ତିଭୂମି, ପାନୀୟ ଜଳ, ଜୀବନଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ କୃଷି, ଖାଦ୍ୟ ନିରାପତ୍ତା, ଜଳସେଚନ, ଆଦିବାସୀଙ୍କ ବିକାଶ, ବୈଷୟିକ ଜ୍ଞାନ କୌଶଳ, ଐତିହ୍ୟର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଆଗତ ହୋଇଥିବା ଅତିରିକ୍ତ ବଜେଟରେ ପ୍ରଶାସନିକ ଖର୍ଚ୍ଚ ପାଇଁ ୪,୫୭୭ କୋଟି,  ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ୧୩,୫୬୮ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧,୬୮୨ କୋଟି ବ୍ୟୟବରାଦ କରାଯାଇଛି। ମୋଟ ବ୍ୟୟ ମଧ୍ୟରୁ ୬,୧୩୭ କୋଟି ସହବନ୍ଧିତ ସମ୍ବଳ ଏବଂ ୭,୪୩୧ କୋଟି ଅତିରିକ୍ତ ନିଜସ୍ବ ରାଜସ୍ବରୁ ଭରଣା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ରାଜ୍ୟ ସରକାର ଖଣି ଟିକସ ଉପରେ ନିର୍ଭର କରିଛନ୍ତି। ଋଣ ଭରଣା ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ରାସ୍ତା ଓ ସେତୁ ମରାମତି ପାଇଁ ୨୪୧.୩୫ କୋଟି, ବିଶ୍ୱବିଦ୍ୟାଳୟ ଅନୁଦାନ ବାବଦରେ ୧୩୨.୩୦ କୋଟି, ସ୍ବତନ୍ତ୍ର ଶିକ୍ଷା ଭିତ୍ତିଭୂମି ନିମନ୍ତେ ୧୨.୨୮ କୋଟି ମଞ୍ଜୁର ହୋଇଛି। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ପୌରସଂସ୍ଥାଗୁଡିକୁ ୫.୯୬ କୋଟି ଟଙ୍କା ଦେବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ସେହିପରି କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ ୨,୧୪୭ କୋଟି ଖର୍ଚ୍ଚ କରାଯିବ। କୋଭିଡ୍‌ ସହାୟତା ଓ ବିପିଏଲ୍‌ ପରିବାରଙ୍କୁ ଚାଉଳ ଯୋଗାଣ ନିମନ୍ତେ ୧୧୦୫.୧୮ କୋଟି, କାଳିଆ ଯୋଜନା ପାଇଁ ୨୭.୮୫ କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ଦେୟ ବାବଦରେ ୧୦୦ କୋଟି, ଚାଷୀଙ୍କ ସୁଧ ବାବଦରେ ୨୮୦.୨୩ କୋଟି, ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ୧୧ କୋଟି, ମତ୍ସ୍ୟଚାଷର ବିକାଶ ପାଇଁ ୨୦ କୋଟି, ସମବାୟ ବ୍ୟାଙ୍କ ଅଂଶଧନ ବାବଦରେ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
କରୋନା ସମୟରେ ସାମାଜିକ ନିରାପତ୍ତା ସମ୍ପର୍କିତ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବାକୁ ଏଥିରେ ଧ୍ୟାନ ଦିଆଯାଇଛି। ଏଥିଲାଗି ୫୮୪.୯୨ କୋଟି ଟଙ୍କା ବ୍ୟୟ କରାଯିବାକୁ ସ୍ଥିର କରାଯାଇଛି। ଦିବ୍ୟାଙ୍ଗଙ୍କ ଥଇଥାନ ପାଇଁ ୩.୯୪ କୋଟି ରହିଛି। ଅପରପକ୍ଷେ ଜନସ୍ବାସ୍ଥ୍ୟ ପାଇଁ ୨୦୩୮.୧୬ କୋଟି ଟଙ୍କା ରଖାଯାଇଛି। ସେଥିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮.୫୧ କୋଟି, ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ୧୭୪.୨୬ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନରେ ରାଜ୍ୟ ଅଂଶ ବାବଦକୁ ୯୦୭.୮୩ କୋଟି, ମିଶନ ଶକ୍ତି ପାଇଁ ୮୪.୫ କୋଟି ଟଙ୍କା, ଅଙ୍ଗନଓ୍ବାଡି କେନ୍ଦ୍ରରେ ଗ୍ୟାସ୍‌ ସଂଯୋଗ ପାଇଁ ୧୩୦.୮୧ କୋଟି, କୋଭିଡ୍‌ରେ ମା’ବାପାଙ୍କୁ ହରାଇଥିବା ଶିଶୁଙ୍କ ଯତ୍ନ ନିମନ୍ତେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୩୫ କୋଟି ଟଙ୍କା ବ୍ୟୟ କରାଯିବ। ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୧୩୪.୫୧ କୋଟି ଟଙ୍କା ବ୍ୟୟ କରାଯିବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି। ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୧୩୧୧.୧୭ କୋଟି ଟଙ୍କା ବଜେଟରେ ରହିଛି। ସେଥିରୁ ମୋ ସ୍କୁଲ ଅଭିଯାନ ପାଇଁ ୮୮୭ କୋଟି, ଆଦର୍ଶ ବିଦ୍ୟାଳୟ ପାଇଁ ୬୪.୫୯ କୋଟି, ସରକାରୀ ହାଇସ୍କୁଲ ପାଇଁ ୬୯.୪୯ କୋଟି, ଗ୍ରାମୀଣ ଭିତ୍ତିଭୂମି ପାଇଁ ୩୯୧୧.୮୧ କୋଟି ଏବଂ ସହରାଞ୍ଚଳ ବିକାଶ ପାଇଁ ୨୨.୫୩ କୋଟି ଟଙ୍କା ରହିଛି।
ଭିତ୍ତିଭୂମି, ଶକ୍ତି, ସୂଚନା ଓ ପ୍ରଯୁକ୍ତି, ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ୨୫୦୫.୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ତନ୍ମଧ୍ୟରୁ ଗ୍ରୀଡ୍‌କୋରେ ଅଂଶଧନ ବିନିଯୋଗ ବାବଦରେ ୨୦୩୯.୬୯ କୋଟି, କୋଭିଡ୍‌ ଯୋଗୁ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ କ୍ଷତି ଭରଣା ନିମନ୍ତେ ୫୦କୋଟି, ଜାତୀୟ ସଡ଼କ ପାଣ୍ଠି ଅଧୀନରେ ସଡ଼କ ଓ ସେତୁ ନିର୍ମାଣ ପାଇଁ ୫୦ କୋଟି, ବିମାନବନ୍ଦର ନିର୍ମାଣ ପାଇଁ ୪୦ କୋଟି, ହାତୀ କରିଡର ଉନ୍ନତି ଲାଗି ୫୦ କୋଟି, ବାୟୋ ଟେକ୍ନୋଲୋଜି କ୍ଷେତ୍ର ବିକାଶ ପାଇଁ ୧୩ କୋଟି, ପ୍ଲାନେଟାରିୟମ ଓ ସଂଗ୍ରହାଳୟ ଲାଗି ୩୨.୫୮ କୋଟି ଏବଂ ଜିଲାସ୍ତରରେ ନିର୍ମାଣ ହେବାକୁ ଥିବା ବିଜ୍ଞାନ କେନ୍ଦ୍ର ପାଇଁ ୧୨.୫୮ କୋଟି ଟଙ୍କା ବରାଦ କରାଯାଇଛି। ସେହିପରି ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ଅତିରିକ୍ତ ବଜେଟରେ ୧୧୪.୯୩ କୋଟି ଟଙ୍କା ରଖାଯାଇଛି। ସେଥିରେ ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ୪୧ କୋଟି, କଳାମଣ୍ଡଳ ପ୍ରତିଷ୍ଠା ପାଇଁ ୪୧.୯୪ କୋଟି, ଆଦର୍ଶ ଐତିହ୍ୟ ଗ୍ରାମ ପ୍ରତିଷ୍ଠା ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି।
ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି, କୋଭିଡ୍‌ର ଦ୍ୱିତୀୟ ଲହର ଯୋଗୁ ବାଧାପ୍ରାପ୍ତ ହୋଇଥିବା ଅର୍ଥନୀତିରେ ସୁଧାର ଆସିବାରେ ଲାଗିଛି। ବିତ୍ତୀୟ ନିଅଣ୍ଟ ପରିମାଣକୁ ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୩% ମଧ୍ୟରେ ସୀମିତ ରଖାଯାଇଛି। ରାଜ୍ୟର ଋଣ ଭାର ମଧ୍ୟ ଜିଏସ୍‌ଡିପିର ୨୫% ମଧ୍ୟରେ ସୀମିତ ରହିବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅଧିକ ଖଣି ରାଜସ୍ବ ପାଇବେ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି। ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଥିବା ବେଳେ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ କାନ୍ଧରେ କଳାଗାମୁଛା ଏବଂ ହାତରେ ପ୍ଲାକାର୍ଡ ଧରି ଜୋରଦାର ବିରୋଧ କରିଥିଲେ। ବାଚସ୍ପତି ତରବରିଆ ଭାବେ ବଜେଟ ଆଗତ କରାଇବା ପରେ ବିଧାନସଭାକୁ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ ଯାଏ ମୁଲତବୀ ଘୋଷଣା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ଅରୁଣ କୁମାର ପଣ୍ଡା, କହିଲେ କୃଷକ ସମସ୍ତ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri