ଖସିଯିବାକୁ ଉଦ୍ୟମ କଲେ ତଣ୍ଟି କାଟିଦେବୁ କହୁଥିଲେ ଅପହରଣକାରୀ: ଅମ୍ରିତ

ନୟାଗଡ଼ ଅଫିସ/ଓଡ଼ଗାଁ,୨୨ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଗାଁର ଅମ୍ରିତ ପାତ୍ର ଗଣମାଧ୍ୟମ ସମ୍ମୁଖରେ ଅପହରଣ ସମୟର ଲୋମଟାଙ୍କୁରା କଥା ବୁଧବାର ବଖାଣିଛନ୍ତି । ମୁଁ ପୁଣି ଥରେ ମା’ବାପାଙ୍କୁ ଦେଖିବି କି ନାହିଁ ଜାଣି ନ ଥିଲି। ସେଦିନ ସବୁ ଦିନ ପରି ମୁଁ ଟିଉଶନରୁ ଘରକୁ ଫେରୁଥାଏ। ମୋତେ ଜଣେ ଯୁବକ ଅଟକାଇ ରାସ୍ତା ଛାଡିଲେନି। ବୋଲେରୋରେ ୨ ଜଣ ଥିଲେ। କିଛି ସମୟ ପରେ ହଠାତ୍‌ ବୋଲେରୋରୁ ଜଣେ ଲୋକ ଓହ୍ଲାଇ ଆସି ମୋ ପାଟି ବନ୍ଦ କରି ନେଇଗଲେ। ମୋ ମୁହଁରେ କପଡା ବାନ୍ଧି ଦେଲେ। ଆମ ଗାଁର ଏକ ଗୋଦାମରେ ନେଇ ମୋତେ ରଖିଲେ। ଗୋଦାମରେ ୨ରୁ ୩ ଘଣ୍ଟା ରଖିଲା ପରେ ପଣ୍ଡିତ ସାହି ଘରକୁ ନେଇ ଗଲେ। ସେଠାରେ ୩ ଦିନ ରଖିଲେ। ମୋତେ ଯେଉଁ ଯୁବକ ଜଗି ରହୁଥିଲେ ତାଙ୍କୁ ମୁଁ ଆଉ ଦେଖିବାକୁ ପାଇଲି ନାହିଁ। ଖସିବା ପାଇଁ ବିଭିନ୍ନ ସମୟରେ ଚିକତ୍ାର କରିଥିଲି। ହେଲେ କେହି ଶୁଣି ପାରିଲେ ନାହିଁ। ସେମାନେ ମୋତେ ଖାଇବାକୁ ବିସ୍କୁଟ ଓ ପକୁଡି ଦେଉଥିଲେ। ହେଲେ ମୋର ଭୋକ ନ ଥିଲା। ମୁଁ ଖସିବାକୁ ବାରମ୍ବାର ଚେଷ୍ଟା କରିଛି, ହେଲେ ବିଫଳ ହୋଇଛି। କେବଳ ଅପେକ୍ଷା କରିଥିଲି ଅପହରଣକାରୀ କେତେବେଳେ ଚାଲିଯିବେ ମୁଁ ଖସି ପଳାଇବି। ସେମାନେ ମୋର ହାତ ଗୋଡକୁ ବାନ୍ଧି ରଖିଥିଲେ। ହିନ୍ଦୀରେ କଥାବର୍ତ୍ତା କରୁଥିଲେ ମଧ୍ୟ ସବୁ ମୁଁ ବୁଝି ପାରୁ ଥିଲି। ଘରକୁ ବୋମା ପକାଇ ଉଡ଼ାଇଦେବୁ ବୋଲି ଧମକ ଦେଇଥିଲେ। ଲୁଚି ପଳାଇବା ଉଦ୍ୟମ କଲେ ତଣ୍ଟି କାଟିଦେବୁ ବୋଲି କହୁଥିଲେ। ପରିବାର ଲୋକଙ୍କୁ ମାରି ଦେବାକୁ ବାରମ୍ବାର ଚେତାବନୀ ଦେଉଥିଲେ। ଅପହରଣ ସମୟରୁ ମୁଁ ସେମାନଙ୍କୁ ଚିହ୍ନି ପାରିଥିଲି। ମୋ ଗାଁର ଲୋକ ହୋଇଥିବାରୁ ସେମାନଙ୍କୁ ମୁଁ ଚିହ୍ନିବା କଷ୍ଟ ହୋଇ ନ ଥିଲା। ୧୯ ତାରିଖ ସକାଳେ ମୁଁ ପାଟି କରି ଡାକିଲି। ଜଣେ ମହିଳା ଜାଣି ପାରିଲେନି। ଅନ୍ୟ ଜଣେ ମହିଳା ମୋ ପାଟି ଶୁଣିପାରି ଉଦ୍ଧାର କରିଥିଲେ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri