ଆମରେଲି ଜିଲା ଅତ୍ୟଧିକ ଭୂକମ୍ପ ପ୍ରବଣ: ୨ ବର୍ଷରେ ୪୦୦ ଥର ଭୂକମ୍ପ, ଭୟରେ ଲୋକେ ଘର ବାହାରେ ଶୋଉଛନ୍ତି…

ଗାନ୍ଧିନଗର,୨୬।୨ : ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୂକମ୍ପରେ ସାମାନ୍ୟ କମ୍ପନ ମଧ୍ୟ ସେମାନଙ୍କୁ ଭୟଭୀତ କରୁଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବୈାନିକମାନେ କହିଛନ୍ତି ଯେ ଗୁଜରାଟର ଆମରେଲି ଜିଲା ହେଉଛି ଦେଶର ସର୍ବାଧିକ ଭୂକମ୍ପ ପ୍ରବଣ ଅଞ୍ଚଳ। ଗତ ଦୁଇ ବର୍ଷ ମଧ୍ୟରେ ଏଠାରେ ୪୦୦ ଭୂକମ୍ପ ଅନୁଭୂତ ହୋଇଛି।

ତେବେ ଏସମସ୍ତ କମ୍ପନ ସାମାନ୍ୟ ଥିଲା। ଏହି କମ୍ପନଗୁଡିକ ସାଧାରଣତଃ ସ୍ବଳ୍ପ ସମୟର, କିନ୍ତୁ ଦିନ, ସପ୍ତାହ କିମ୍ବା ବେଳେବେଳେ ମାସ ପର୍ଯ୍ୟନ୍ତ ଜାରି ରହିପାରେ ଏବଂ ପ୍ରାୟତଃ ସମାନ ସ୍ଥାନରେ ପୁନରାବୃତ୍ତି ହୁଏ ବୋଲି ଗାନ୍ଧିନଗର ଭିତ୍ତିକ ଇନଷ୍ଟିଚ୍ୟୁଟ ଅଫ ସେସମୋଲୋଜିକାଲ ରିସର୍ଚ୍ଚ (ଆଇଏସଆର) ର କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶକ ସୁମେର ଚୋପ୍ରା କହିଛନ୍ତି।

ଯେତେବେଳେ ବାରମ୍ବାର ଭୂକମ୍ପ ହୁଏ, ସେତେବେଳେ କମ୍ପନ ସାମାନ୍ୟ ହୋଇଥାଏ। ସେ କହିଛନ୍ତି ଯେ ୪୦୦ ଭୂକମ୍ପ ମଧ୍ୟରୁ ୮୬ ପ୍ରତିଶତର ତୀବ୍ରତା ରିକ୍ଟର ସ୍କେଲରେ ୨ ପ୍ରତିଶତରୁ କମ ଥିବାବେଳେ ୧୩ ପ୍ରତିଶତର ତୀବ୍ରତା ୨ରୁ ୩ ମଧ୍ୟରେ ଥିଲା। କେବଳ ୫ଟି ଭୂକମ୍ପ ଏପରି ଥିଲା, ଯାହାର ତୀବ୍ରତା ୩ ଉପରେ କଲା। ସେ କହିଛନ୍ତି, ଅନେକ ଭୂମିକମ୍ପ ଏପରି ଥିଲା ଯେ ଲୋକମାନେ ତାହାକୁ ଅନୁଭବ ମଧ୍ୟ କରି ପାରି ନାହାନ୍ତି। ଯେତେବେଳେ କ୍ରମାଗତ ଭାବରେ ଭୂକମ୍ପ ହୁଏ, ସେତେବେଳେ ଏକ ବଡ଼ ଭୂକମ୍ପ ହେବାର ସମ୍ଭାବନା ସାମାନ୍ୟ ରହିଥାଏ ବୋଲି ସେ କହିଛନ୍ତି।

ବୈଜ୍ଞାନିକଙ୍କ ଅନୁଯାୟୀ ଗୁଜରାଟର ଆମରେଲି ଜିଲା ସମେତ ସୌରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ଭୂକମ୍ପ ଜୋନ ୩ ରେ ରହିଛି। ଯାହା ମଧ୍ୟମ କ୍ଷତି ବିପଦ କ୍ଷେତ୍ର ଭାବରେ ବର୍ଗୀକୃତ ହୋଇଛି। ସେ କହିଛନ୍ତି ଯେ ଆମରେଲିରେ ଫଲ୍ଟ ଲାଇନ ୧୦ କିଲୋମିଟର ହୋଇଥିବାବେଳେ ଏକ ବଡ଼ ଭୂକମ୍ପ ପାଇଁ ଫଲ୍ଟ ଲାଇନ ୬୦ ରୁ ୭୦ କିଲୋମିଟରରୁ ଅଧିକ ହେବା ଉଚିତ। ଆମରେଲିରେ ବାରମ୍ବାର ଭୂକମ୍ପ ଟେକ୍ଟୋନିକ ସେଟଅପ ଏବଂ ହାଇଡ୍ରୋଲୋଜିକାଲ ଲୋଡିଂ କାରଣରୁ ହୋଇଥାଏ ବୋଲି ସେ କହିଛନ୍ତି।

ଆମରେଲିର ମିତିଆଲା ଗ୍ରାମ ସର୍ବାଧିକ ଭୂକମ୍ପ ପ୍ରଭାବିତ ଅଞ୍ଚଳ। ଏହି ୪୦୦ଭୂକମ୍ପ ମଧ୍ୟରୁ ଅନେକ ଏଠାରେ ଅନୁଭୂତ ହୋଇଛି। ଏଭଳି ପରିସ୍ଥିତିରେ, ସତର୍କତା ଭାବରେ ଲୋକମାନେ ନିଜ ଘର ବାହାରେ ଶୋଇବା ଆରମ୍ଭ କରିଛନ୍ତି। ଯାହା ଦ୍ୱାରା କୌଣସି ବଡ଼ ଭୂକମ୍ପ ହେଲେ ସେମାନେ ରକ୍ଷା ପାଇପାରିବେ। ଫେବୃଆରୀ ୨୩ ରେ ଆମରେଲିର ସାବରକୁଣ୍ଡଲା ଏବଂ ଖମ୍ବା ତାଲୁକାରେ ୩.୧ ରୁ ୩.୪ ତୀବ୍ରତାଯୁକ୍ତ ୪ଟି କମ୍ପନ ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?