Posted inଜାତୀୟ

୫୨ ବର୍ଷ ହେବ ମୋ ପାଖେ ନାହିଁ ଘର: ରାହୁଲ

ନୂଆଦିଲ୍ଲୀ,୨୬।୨: ୮୫ତମ କଂଗ୍ରେସ ସମ୍ମିଳନୀର ଶେଷ ଦିନ ଅର୍ଥାତ୍‌ ରବିବାର ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ୪ ମାସର ‘ଭାରତ ଯୋଡୋ ଯାତ୍ରା’ ବିଷୟରେ ବର୍ଣ୍ଣନା କରି ରାହୁଲ କହିଥିଲେ, ଲକ୍ଷ ଲକ୍ଷ ଲୋକ ଆମର ଭାରତ ଯୋଡୋ ଯାତ୍ରା ସହିତ ଜଡିତ ଥିଲେ ଏବଂ ଆମେ ସମସ୍ତଙ୍କ ଯନ୍ତ୍ରଣାକୁ ଆଲିଙ୍ଗନ କରି ଅନୁଭବ କରିଛୁ।
ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ପିଲାଦିନର କାହାଣୀ ମନେପକାଇ କହିଛନ୍ତି, ୧୯୭୭ରେ ମୋତେ ୭ ବର୍ଷ ହୋଇଥିବାବେଳେ ମା’ ତାଙ୍କୁ କହିଥିଲେ ଆମେ ଘର ଛାଡୁଛେ। କାରଣ ଏହା ଆମ ନିଜ ଘର ନୁହେଁ। ମୁଁ ଯେତେବେଳେ କୁଆଡେ ଯିବି ପଚାରିଲି, ସେ କହିଲେ ‘ଜାଣିନି’। ଦୀର୍ଘ ୫୨ ବର୍ଷ ବିତିଗଲାଣି, ଆଜି ପର୍ଯ୍ୟନ୍ତ ମୋର ପାଖେ ଘର ନାହିଁ। ଆମ ପରିବାରର ଯେଉଁ ଘର ଆଲ୍ଲାହାବାଦରେ ଅଛି, ତାହା ମଧ୍ୟ ଆମ ଘର ନୁହେଁ। ମୁଁ ରହୁଥିବା ସ୍ଥାନ ମୋ ପାଇଁ ଘର ନୁହେଁ, ତେଣୁ ଯେତେବେଳେ ମୁଁ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରିଥିଲି, ସେତେବେଳେ ମୁଁ ନିଜକୁ ପଚାରିଲି ମୋର ଦାୟିତ୍ୱ କ’ଣ? ମୁଁ ଭାରତକୁ ବୁଝିବାକୁ ବାହାରିଥିଲି।
ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ଆଦାନୀ ଏପିସୋଡ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ମୁଁ କେବଳ ମୋଦିଜୀଙ୍କୁ ପଚାରିଥିଲି ଆଦାନୀ ଜୀ ସହିତ ତୁମର ସମ୍ପର୍କ କ’ଣ? … ସମସ୍ତ ମନ୍ତ୍ରୀ ଆଦାନୀ ଜୀଙ୍କୁ ସୁରକ୍ଷା ଦେବା ଆରମ୍ଭ କଲେ। ଆଦାନୀ ଜୀଙ୍କୁ ସୁରକ୍ଷା ଦେବା ପାଇଁ ଭାଜପା ଏବଂ ଆରଏସଏସ କାହିଁକି ଆଗେଇ ଆସୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri