Posted inଫୁରସତ

ଅଜବ ମୋବାଇଲ୍‌ କଭର୍‌

ମୋବାଇଲ ଆମ ଜୀବନର ଏମିତି ଏକ ଅଂଶ ପାଲଟିଯାଇଛି ଯେ, ଏହାଠୁ ଘଡିଏ ଦୂରେଇ ରହିବା କଷ୍ଟକର ହୋଇଯାଉଛି। ଆଉ ଏହାର କିଛି କ୍ଷତି ହୋଇଗଲେ ତ ଭାରି ବାଧେ। ତେଣୁ ଏହା ଯେମିତି ସୁରକ୍ଷିତ ରହିବ ସେଥିଲାଗି ସମସ୍ତେ ଦାମୀ ମୋବାଇଲ୍‌ କଭର୍‌ ଲଗାଇଥାନ୍ତି। ତେବେ ଜାଣନ୍ତି କି ଏମିତି ବି କିଛି ମୋବାଇଲ କଭର୍‌ ଅଛି ଯାହା ଦେଖିବାକୁ ଏତେ ଅଜବ ଯେ, ପ୍ରଥମ ଦେଖାରେ ଜାଣି ହେବନି ତାହା ମୋବାଇଲ କଭର୍‌ ବୋଲି…

ନୋଷ୍ଟ୍ରିଲ ମୋବାଇଲ୍‌ କଭର୍‌: ମଣିଷର ନାକ ପରି ଦେଖାଯାଉଥିବା ଏହି ଜିନିଷଟି ଏକ ଆଇଫୋନ୍‌ ମୋବାଇଲ୍‌ କଭର୍‌। କଥା ହେବାବେଳେ ଏହାର ଦୁଇ ନାକ ପୁଡା ଭିତରେ ଆଙ୍ଗୁଳି ପୁରାଇ ମୋବାଇଲ୍‌କୁ ଭଲଭାବେ ଧରିହେବ। ତା’ ଭିତରେ ଇୟର ବଡ୍‌ସ ବି ରଖିପାରିବେ।

ଷ୍ଟିକ୍‌ ଆଇସ୍‌କ୍ରିମ୍‌/ପପ୍‌ସିକଲ୍‌ ମୋବାଇଲ କଭର୍‌: ଯେଉଁମାନଙ୍କୁ ଆଇସ୍‌କ୍ରିମ ଭଲଲାଗେ ସେମାନେ ଏହାକୁ ଦେଖିବାମାତ୍ରେ ପାଟିରୁ ଲାଳ ଗଡାଇବେ। ସତସତିକା ପପ୍‌ସିକଲ୍‌ ବା ଷ୍ଟିକ୍‌ ଆଇସ୍‌କ୍ରିମ ପରି ଦେଖାଯାଉଥିବା ଏହି ଜିନିଷଟି କିନ୍ତୁ ପ୍ରକୃତରେ ଏକ ମୋବାଇଲ୍‌ କଭର୍‌। ଏହାର ଉପରଭାଗର ଏକ ପାର୍ଶ୍ୱରୁ କିଛି ଅଂଶ ଖାଇବା ପରି ଦେଖାଯାଏ। ତେବେ ଏହି ଡିଜାଇନ୍‌ ଏଇଥିପାଇଁ କରାଯାଇଛି ଯେମିତିକି ଫୋନ୍‌ର କ୍ୟାମେରା ଘୋଡେଇ ନ ହୁଏ।

ହେୟାର ବ୍ରଶ୍‌ କଭର୍‌: ସେଲ୍ଫି ନେବା ପାଇଁ ଏହି ମୋବାଇଲ୍‌ କଭର୍‌ ପରଫେକ୍ଟ। କାରଣ ସେଲ୍ଫି ନେବା ପୂର୍ବରୁ କେଶ ସଜାଡିବା ଓ ସଜବାଜ ହେବା ଲାଗି ଏଥିରେ ବ୍ୟବସ୍ଥା ଅଛି। ଏହା ହେଉଛି ଏକ ହେୟାର ବ୍ରଶ ମୋବାଇଲ୍‌ କଭର୍‌। ଖାସ୍‌କରି ଆଇଫୋନ୍‌ ପାଇଁ ଉଦ୍ଦିଷ୍ଟ ଏହି କଭର୍‌ର ଗୋଟିଏ ପାର୍ଶ୍ୱରେ ହେୟାର୍‌ ବ୍ରଶ୍‌ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଫୋନ୍‌ କେସ୍‌ ଅଛି। ସେଲ୍ଫି ନେବା ପୂର୍ବରୁ ମୁହଁକୁ ସଜାଇବା ପାଇଁ ମୋବାଇଲ କେସ୍‌ ପାଖରେ ଏକ ମିରର୍‌ ବି ଅଛି।

ମଣିଷ କାନ ପରି କଭର୍‌: ଏହି ମୋବାଇଲ୍‌ କଭର୍‌ ଦେଖିବାକୁ ମଣିଷର କାନ ପରି। ଏହା ମୋବାଇଲ୍‌କୁ ସୁରକ୍ଷିତ ରଖେ ସତ। ହେଲେ କଥା ହେବାବେଳେ ଏହି ବଡ କାନର କଭର୍‌ ବେଶ୍‌ ଅଜବ ଦେଖାଯାଏ।

ଫ୍ରାଇଡ୍‌ ଚିକେନ୍‌ ମୋବାଇଲ୍‌ କଭର୍‌: ଆମେରିକୀୟ ବ୍ୟବସାୟୀ କୋଲୋନେଲ ସାଣ୍ଡର୍ସଙ୍କ ଜନ୍ମ ଦିବସ ପାଳନ ଅବସରରେ ଜାପାନରେ କେଏଫ୍‌ସି ଦେଇଥିଲା ଫ୍ରାଇଡ୍‌ ଚିକେନ୍‌ ଲେଗ୍‌ ପିସ୍‌ ପରି ଦେଖାଯାଉଥିବା ଆଇଫୋନ୍‌ କେସ୍‌। ଏହି ଫୋନ୍‌ କଭର୍‌ର ଆକାର ଥିଲା ଖୁବ୍‌ ବଡ। ଆଉ କଥା ହେବାବେଳେ କାନ ପାଖରେ ଏତେ ବଡ ଫ୍ରାଇଡ ଚିକେନ ମୋବାଇଲ୍‌ କଭର୍‌ ବେଶ୍‌ ଅଜବ ଲାଗୁଥିଲା।

ଆଇସୋପଡ୍‌ ମୋବାଇଲ୍‌ କଭର୍‌: ଜାପାନରେ ଆଇସୋପଡ (ଏକ ସାମୁଦ୍ରିକ ପ୍ରାଣୀ) କୁ ସୁନ୍ଦର ମନେ କରନ୍ତି। ବହୁତ ଭଲ ବି ପାଆନ୍ତି। ତେଣୁ ଏଠାରେ ମିଳେ ଏହି ଆଇସୋପଡ ପରି ମୋବାଇଲ୍‌ କଭର୍‌। ଏଥିରେ ଫୋନ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ରହେ। ହେଲେ ଏକ ପୋକ ପରି ମୋବାଇଲ କଭର୍‌ ବହୁତ ଅଜବ ଲାଗେ।

ଖାଦ୍ୟ ପ୍ଲେଟ୍‌ ମୋବାଇଲ୍‌ କଭର୍‌: ଏହି ମୋବାଇଲ କଭରକୁ ଓଲଟାଇ ରଖିଦେଲେ ଲାଗିବ ସତେ ଯେମିତି କିଏ ପ୍ଲେଟ୍‌ରେ ସୁସ୍ବାଦୁ ଖାଦ୍ୟ ପରଷି ଦେଇଛି। ତେଣୁ ଏହା ଖାଦ୍ୟ ପ୍ରିୟ ଲୋକଙ୍କୁ ବେଶ୍‌ ଭଲ ଲାଗିବ।

କ୍ୟାସେଟ୍‌ ମୋବାଇଲ୍‌ କଭର: କିଛି ବର୍ଷ ପୂର୍ବେ ଗୀତ ଶୁଣିବା ପାଇଁ କ୍ୟାସେଟ୍‌ର ବ୍ୟବହାର କରାଯାଉଥିଲା। ଏବେ ତ ଆଉ ଏହାର ବ୍ୟବହାର ନାହିଁ। ତେବେ କ୍ୟାସେଟ୍‌ ପରି ଦେଖାଯାଉଥିବା ମୋବାଇଲ୍‌ କଭର୍‌ କିନ୍ତୁ ଅଛି।

ଲୋବଷ୍ଟର ମୋବାଇଲ୍‌ କଭର: ଏହି ମୋବାଇଲ୍‌ କଭର୍‌ ଦେଖିବାକୁ ପୂରାପୁରି ସାମୁଦ୍ରିକ ଜୀବ ଲୋବଷ୍ଟର ପରି। ଏଥିରେ ମୋବାଇଲ୍‌ ରଖି କଥା ହେବାବେଳେ ସତସତିକା ଲୋବଷ୍ଟର ଧରି ଥିବା ଭଳି ଲାଗିବ। କେହି କେହି ଏହାକୁ ଦେଖି ଡରିଯିବେ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri