ଭୁବନେଶ୍ୱରରେ ଅମିତ ଶାହା

ଭୁବନେଶ୍ବର,୮।୮(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ ନେତା ଓ କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ ପାଛୋଟି ନେଇଛନ୍ତି। ଶାହା ଏହି ଗସ୍ତ କାଳରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ପହଞ୍ଚିବା ପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଛନ୍ତି। ତେବେ ଶାହାଙ୍କ ଏହି ଗସ୍ତ ସମୟରେ ସେ ଓଡ଼ିଶା ସରକାର ଏବଂ ବିଜେଡି ବିରୋଧରେ କି ପ୍ରକାର ଆଭିମୁଖ୍ୟ ରଖିବେ ତାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ଦଳର ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପୁରୁଣା ଆକ୍ରମଣର ସ୍ବରକୁ ଅପେକ୍ଷା କରି ରହିଥିବା ଚର୍ଚ୍ଚା ହେଉଛି। ହେଲେ ରାଷ୍ଟ୍ରପତି ନିର୍ବାଚନଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ନିର୍ବାଚନ ଏବଂ କେନ୍ଦ୍ରର ଅନେକ କଥାରେ ରାଜ୍ୟ ସରକାର ସମର୍ଥନ ଦେଇଚାଲିଛନ୍ତି। ତେଣୁ ବିଜେଡି ଓ ଭାଜପା କର୍ମୀ ଏହି ସମ୍ପର୍କକୁ ନେଇ କିଛି ବୁଝି ପାରୁନାହାନ୍ତି। ଆଗକୁ ଉଭୟ ଦଳ ପରଷ୍ପର ବିରୋଧକେକର ଲଢ଼େଇ କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଥିବା ରାଜନୈତିକ ବିଶ୍ଳେଷକଙ୍କଠାରୁ ଆରମ୍ଭକରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଲୋଚନା କରୁଛନ୍ତି। ତେବେ ଶାହା ଏଥର ଓଡ଼ିଶା ଆସିବା ପରେ କିଛି ଶାଣିତ ଢଙ୍ଗରେ ନିଜ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି ଅନୁମାନ କରାଯାଉଛି, ହେଲେ ଏ କଥା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ।
ସୋମବାର ସକାଳ ୮ଟାରେ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯିବେ। ସେଠାରୁ ଦର୍ଶନ ସାରି ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଘରେ ଜଳପାନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେଠାରୁ ସେ ସିଧାସଳଖ ପୁଣି ରହୁଥିବା ହୋଟେଲକୁ ଯାଇ ସେଠାରେ ସାମାନ୍ୟ ବିଶ୍ରାମ ନେବା ପରେ କଟକ ଅଭିମୁଖେ ବାହାରିଯିବେ। ଏହାପରେ କଟକ ଯିବା ସମୟରେ ରାସ୍ତାରେ ନେତା ଓ କର୍ମୀଙ୍କୁ ସେ ଭେଟିକି ଯିବେ। ପ୍ରଥମେ ନଖରାଠାରେ ଦଳୀୟ ନେତା ଓ କର୍ମୀମାନେ ଶାହାଙ୍କୁ ସମ୍ବର୍ଦ୍ଧିତ କରିବେ। ଏହାପରେ ଲିଙ୍କ ରୋଡ୍‌, ପାଲା ମଣ୍ଡପ, ବାଦାମବାଡି, ଦୋଳମୁଣ୍ଡାଇ, ହରିପୁର, ସେମିନାର ଛକ, ଦର୍ଘା ବଜାର ଆଦି ସ୍ଥାନରେ ଶାହାଙ୍କୁ ନେତା, କର୍ମୀମାନେ ଭେଟି ସମ୍ବର୍ଦ୍ଧିତ କରିବେ। ଏହାପରେ ସେ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଓଡ଼ିଆ ବଜାର ସ୍ଥିତ ଜନ୍ମସ୍ଥାନକୁ ଯିବେ। ସେଠାରୁ କଟକ ଇଣ୍ଡୋର ଷ୍ଟାଡିୟମଠାରେ ୧୧ଟାରେ ପହଞ୍ଚିବେ। ସେଠାରେ ଏକ ଦୈନିକ ଖବରକାଗଜର କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରେ ଶାହାଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ କେତେଜଣ ନେତା ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଉଭୟ ବିଜେଡି ଓ ଭାଜପା ନିଜ ଶକ୍ତି ପ୍ରଦର୍ଶନ ପାଇଁ ଲାଗି ପଡ଼ିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷ ହେବାପରେ ସେଠାରୁ ଶାହା ପୁଣି ନୂଆପାଟଣା, ମଙ୍ଗଳାବାଗ, କଲେଜ ଛକ, ଓଏମ୍‌ପି ଛକଠାରେ କର୍ମୀମାନଙ୍କୁ ଭେଟିସାରି ଭୁବନେଶ୍ୱର ଫେରିବେ।
ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ସେଠାରେ ଶାହାଙ୍କୁ ଭବ୍ୟ ସ୍ବାଗତ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପାର୍ଟି ଅଫିସ ବାହାରେ ପାର୍କିଂ ସ୍ଥଳୀରେ ମଞ୍ଚ ଏବଂ ଟେଣ୍ଡ ବ୍ୟବସ୍ଥା କରାଯାଇଛି। ସେଠାରେ ସେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିବେ। ଉକ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଦଳର ୩୦ରୁ ୪୦ ଆଗଧାଡ଼ି ନେତାଙ୍କ ସହ ଏକ ଗୁପ୍ତ ବୈଠକ କରିବେ। ନିକଟରେ ବିରୋଧୀ ଦଳ ନେତା ପଦରେ ପରିବର୍ତ୍ତନ କରାଯାଇଛି। ତେଣୁ ବିରୋଧୀ ଦଳ ନେତା ଭାବେ ନୂଆକରି ଦାୟିତ୍ୱ ନେଇଥିବା ଜୟନାରାୟଣ ମିଶ୍ରଙ୍କ ସହ ମଧ୍ୟ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା ନେଇ ସେ ଆଲୋଚନା କରିବେ। ସେଠାରୁ ପୁଣି ହୋଟେଲ ଅଭିମୁଖେ ଗସ୍ତ କରିବେ। ଉକ୍ତ ହୋଟେଲରେ ଶାହା ଓଡ଼ିଶା ଚାପ୍ଟର ଅଫ୍‌ ମୋଦି @୨୦ର ଡ୍ରିମ୍‌ସ ମିଟ୍‌ ଡେଲିଭରି ପୁସ୍ତକ ଉନ୍ମୋଚନ କରିବେ। ଏହାପରେ ସେ ସାରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?