ଏଲ୍‌ ଆଣ୍ଡ ଇଏମ୍‌ ସହ ଆମାଜନ୍‌ର ବୁଝାମଣା

ଭୁବନେଶ୍ୱର,୨୮।୯: ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (ଏଲ୍‌ ଆଣ୍ଡ ଇଏମ୍‌) ଏବଂ ଆମାଜନ୍‌ ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ପ୍ଲାଟ୍‌ଫର୍ମ (ଆମାଜନ୍‌) ନ୍ୟାଶନାଲ କ୍ୟାରିୟର ସର୍ଭିସ୍‌ (ଏନ୍‌ସିଏସ୍‌) ପୋର୍ଟଲକୁ ଉପଯୋଗ କରିବା ଲାଗି ଏଲ୍‌ ଆଣ୍ଡ ଇଏମ୍‌ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ କରିଛି। ଏହାଫଳରେ ଭାରତବ୍ୟାପୀ ରୋଜଗାର ସନ୍ଧାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆମାଜନ୍‌ ଓ ଏହାର ଷ୍ଟାଫିଙ୍ଗ୍‌ ଏଜେନ୍ସିଗୁଡିକୁ ଏନ୍‌ସିଏସ୍‌ ପୋର୍ଟାଲ ଜରିଆରେ ଜବ୍‌ ଓପ୍‌ନିଂ ପୋଷ୍ଟ କରିବା ଓ ପ୍ରାର୍ଥୀ ହାସଲ କରିବାରେ ସାହାଯ୍ୟ କରିବ। ଏହି ସହଭାଗିତା ଭାରତରେ ଉଭୟ ରୋଜଗାର ସନ୍ଧାନକାରୀ ବ୍ୟକ୍ତି ଓ ନିଯୁକ୍ତିଦାତାମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡିକୁ ସମାଧାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଲଟିବ। ଏସ୍‌ଏସ୍‌ସି ପୋର୍ଟାଲରେ ପଞ୍ଜୀକରଣ କରାଇଥିବା ନିଯୁକ୍ତି ସନ୍ଧାନକାରୀଙ୍କ ମୋଟ ସଂଖ୍ୟା ୮୭ଲକ୍ଷରୁ ଅଧିକ ଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଡା. ମନ୍‌ସୁଖ ମାଣ୍ଡବ୍ୟ କହିଛନ୍ତି, ଆମେ ଏହି ମୂଲ୍ୟବାନ ସହଯୋଗୀରେ ପରିଣତ ସାଙ୍ଗକୁ ଏନ୍‌ସିଏସ୍‌ ପୋର୍ଟାଲ ସହ ଜଡ଼ିତ ହୋଇଥିବାରୁ ଆମାଜନ୍‌ ଇଣ୍ଡିଆକୁ ପ୍ରଶଂସା କରୁଛୁ। ଏପରିକି ଏହି ସହଭାଗିତା ଆମାଜନ୍‌ରେ କାର୍ଯ୍ୟ ସୁଯୋଗଗୁଡିକର ବର୍ଦ୍ଧିତ ଦୃଶ୍ୟମାନତା କ୍ଷେତ୍ରରେ ଦୀର୍ଘ ପଥ ଅତିକ୍ରମ କରିବ। ଭାରତ, ଜାପାନ ଓ ଉଦୀୟମାନ ବଜାରଗୁଡିକରେ ଆମାଜନ୍‌ ଷ୍ଟୋର୍ସର ଏଚ୍‌ଆର୍‌/ପିପୁଲ୍‌ସ ଏକ୍ସପେରିଏନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗର ଉପାଧ୍ୟକ୍ଷ ଦୀପ୍ତି ବର୍ମା କହିଛନ୍ତି, ଆମେ ଏନ୍‌ସିଏସ୍‌ର ବିସ୍ତୃତ ନେଟ୍‌ୱର୍କରେ ଆମର ପ୍ରାର୍ଥୀଙ୍କର ଅନ୍ବେଷଣକୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସହ ସହଭାଗିତା କରି ଉତ୍ସାହିତ ଅଛୁ। ଏପରିକି ନ୍ୟାଶନାଲ କ୍ୟାରିୟର ସର୍ଭିସ୍‌ ପୋର୍ଟାଲରେ ଆମାଜନ୍‌ରେ ନିଯୁକ୍ତି ସୁଯୋଗଗୁଡ଼ିକୁ ତାଲିକାଭୁକ୍ତ କରିବା ଦ୍ୱାରା ଭାରତବ୍ୟାପୀ ନିଯୁକ୍ତି ସନ୍ଧାନକାରୀମାନେ ଆମେ ପ୍ରଦାନ କରୁଥିବା ବିଭିନ୍ନ ପଦବୀ ପାଇଁ ପହଞ୍ଚ ହାସଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri