Amarpali Nodal UP School: ୭ ଦିନରେ ଜଣେ ଶିକ୍ଷକଙ୍କ ଅବସର, ୨ ବଦଳି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚେତାବନୀ

ଅମରପାଲି,୨୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅମରପାଲି ନୋଡାଲ ୟୁପି ସ୍କୁଲ। ଏହି ସ୍କୁଲ ଏବେ ଶିକ୍ଷକ ଅଭାବରେ ଘାଣ୍ଟି ହେଉଛି। ୧୯୫୫ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ବାଲ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯ଟି ଶ୍ରେଣୀରେ ୨୬୪ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ଏମାନଙ୍କୁ ପଢ଼ାଇବାକୁ ପୂର୍ବରୁ ଜଣେ ପ୍ରଧାନଶିକ୍ଷକଙ୍କ ସମେତ ସମୁଦାୟ ୮ ଜଣ ଶିକ୍ଷକ ଥିଲେ। ହେଲେ ଏବେ ଏହି ଛାତ୍ରୀଛାତ୍ରଙ୍କ ପାଇଁ ଅଛନ୍ତି ମାତ୍ର ୫ ଜଣ ଶିକ୍ଷକ। ଫଳରେ ପାଠପଢ଼ା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଛି। ସମୁଦାୟ ପିଲାଙ୍କ ମଧ୍ୟରୁ ବିଦ୍ୟାଳୟରେ ୧୧୨ ଜଣ ଛାତ୍ରୀ ଓ ୧୫୨ ଜଣ ଛାତ୍ର ଅଛନ୍ତି। ସେଥିମଧ୍ୟରୁ ୩୪ ଜଣ ଅନୁସୂଚିତ ଜାତିର ଏବଂ ୧୦ ଜଣ ଅନୁସୂଚିତ ଜନଜାତିର ଛାତ୍ରୀଛାତ୍ର ଅଟନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ୯ଟି ଶ୍ରେଣୀରେ ମାତ୍ର ୫ ଜଣ ଶିକ୍ଷକ ରହିବା ଯୋଗୁ ଗୋଟିଏ ଶ୍ରେଣୀରେ ପାଠପଢ଼ା ଚାଲିଥିବା ସମୟରେ ଅନ୍ୟ ଶ୍ରେଣୀର ପିଲାଙ୍କୁ ଆୟତ୍ତ କରିବା ଶିକ୍ଷକଙ୍କ ପାଇଁ କାଠିକର ପାଠ ହୋଇପଡ଼ୁଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ଗତ ଜୁଲାଇ ଶେଷରେ ତତ୍କାଳୀନ ପ୍ରଧାନ ଶିକ୍ଷକ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଛି। ଏହା ସହିତ ସେହି ସମୟରେ ଆଉ ଦୁଇଜଣ ଶିକ୍ଷକ ପଦୋନ୍ନତି ପାଇ ଅନ୍ୟ ବିଦ୍ୟାଳୟକୁ ବଦଳି ହୋଇ ଯାଇଥିବାରୁ ଶିକ୍ଷକ ସଂଖ୍ୟା ଆହୁରି କମିଯାଇଛି।
ଏହି ବିଦ୍ୟାଳୟର ଛାତ୍ରୀଛାତ୍ର ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଜିଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଆସୁଛନ୍ତି। ଏଭଳି ଏକ ପ୍ରତିଷ୍ଠିତ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବ୍ୟାହତ ହେବାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବ୍ଲକର ଅନ୍ୟ କେତେକ ବିଦ୍ୟାଳୟରେ ଛାତ୍ରୀଛାତ୍ର ସଂଖ୍ୟା ତୁଳନାରେ ଅଧିକ ଶିକ୍ଷକ ଥିବାବେଳେ ଅମରପାଲି ସ୍କୁଲରେ ଶିକ୍ଷକ-ଛାତ୍ରୀଛାତ୍ର ଅନୁପାତ ଅସନ୍ତୁଳିତ ରହିଥିବା ଅଭିଯୋଗ ହୋଇଛି।

ଅଭିଭାବକ ସୁରେନ୍ଦ୍ର ଷାଣ୍ଢ କହିଛନ୍ତି, ସ୍କୁଲର ଶିକ୍ଷକମାନେ ପାଠ ପଢ଼ାଇବାରେ ବେଶ ଆଗ୍ରହୀ ଥିଲେ ଏବଂ ଭଲ ପାଠପଢ଼ା ହେଉଥିଲା। ପ୍ରଧାନଶିକ୍ଷକଙ୍କ ସମେତ ଆଉ ଦୁଇଜଣ ବରିଷ୍ଠ ଶିକ୍ଷକ ଅନ୍ୟତ୍ର ଯିବା ପରେ ପାଠପଢ଼ାରେ ସମସ୍ୟା ଦେଖାଦେଇଛି। ସ୍କୁଲ ପରିଚାଳନା କମିଟି ସଭାପତି ତପନ ପ୍ରଧାନ କହିଛନ୍ତି, ଗତ ମାସରୁ ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି। ଏତେ ସଂଖ୍ୟକ ପିଲାଙ୍କୁ ଆୟତ୍ତ କରିବା ଅସମ୍ଭାଳ ହୋଇପଡ଼ୁଛି। ତୁରନ୍ତ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ଆମେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ। ଅଷ୍ଟମ ଶ୍ରେଣୀର ଛାତ୍ର ଡୁଲେଶ୍ୱର ପ୍ରଧାନ କହିଛନ୍ତି, ଆଗରୁ ସବୁ ପିରିୟଡ୍‌ରେ ପାଠପଢ଼ା ହେଉଥିଲା। ଏବେ ଶିକ୍ଷକ କମ ଥିବାରୁ ସବୁ ପିରିୟଡ୍‌ରେ ପାଠପଢ଼ା ହୋଇପାରୁନାହିଁ। ଏଥିଯୋଗୁ ଆମ ପାଠପଢ଼ାରେ ବ୍ୟାହତ ଘଟୁଛି। ତୁରନ୍ତ ଶିକ୍ଷକ ନିଯୁକ୍ତି କରାଯାଉ।

ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ ଜଗଦଲା ମଧ୍ୟ ସ୍କୁଲରେ ଶିକ୍ଷକ ସମସ୍ୟା ଥିବା ସ୍ବୀକାର କରିଛନ୍ତି। ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ଥିବାରୁ ଶିକ୍ଷକ ନିଯୁକ୍ତି ପାଇଁ ବିଇଓଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି। ଏନେଇ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଷେକ ଭୁଏଙ୍କ ସହ ଯୋଗାଯୋଗ ପାଇଁ ଫୋନ କରାଯାଇଥିଲେ ମଧ୍ୟ ସେ କଲ ଗ୍ରହଣ କରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦ ସହ ଆଉ ଦୁଇଜଣ ଶିକ୍ଷକଙ୍କ ସ୍ଥାନରେ ଜଣେ ସ୍ଥାୟୀ ଓ କର୍ମଠ ପ୍ରଧାନଶିକ୍ଷକଙ୍କ ସମେତ ଆଉ ଦୁଇଜଣ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଗ୍ରାମବାସୀ ଓ ଅଭିଭାବକ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?