ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ଅଲିନ

ପାରଳାଖେମୁଣ୍ଡି,୧୫ା୧୦ (ଗିରିଧାରୀ ପରିଛା):ରାଜ୍ୟ ସରକାର ଗରିବ ଅସହାୟମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନର ଆନ୍ତରିକତା ଅଭାବ ହେତୁ କେତେକ ଗରିବ ଲୋକେ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେ.ଝାଲରସିଂ ଗ୍ରାମର ଖ୍ରୀଷ୍ଟିଆନ ସାହିର ଅଲିନ ସିଂ। ବୟସ ପାଖାପାଖି ୫୦ ହେବ। ଘରେ ଏକୁଟିଆ ଅସହାୟ ଭାବେ ଜୀବନ ବିତାଉଛନ୍ତି। ସାହି ପଡୋଶୀ ତାଙ୍କର ମନଜାଣି ମୁଠେ ଖାଇବାକୁ ଦେଲେ ଖାଆନ୍ତି, ନ ହେଲେ ନାହିଁ। ସବୁଠାରୁ ବଡ଼ କଥା ହେଲା ସେ ଏକ ଅଜଣା ରୋଗରେ ପୀଡ଼ିତ ହୋଇଛନ୍ତି। କେତେବେଳେ ଯେ କେଉଁଠାରେ ତଳେ କଚାଡ଼ି ହୋଇ ପଡ଼ିଯାଆନ୍ତି ସେ ନିଜେ ବି ଜାଣନ୍ତି ନାହିଁ। ଅନେକ ସମୟ ପରେ ଚେତା ଫେରିପାଆନ୍ତି। ଏହିଭଳି ଅବସ୍ଥାରେ ମଜୁରୀ କରି ଗୁଜୁରାଣ ମେଣ୍ଟାଇବାକୁ ଇଛାଥିଲେ ସ୍ବାସ୍ଥ୍ୟ ଅବସ୍ଥା ପାଇଁ କରିପାରୁନାହାନ୍ତି। ତେଣୁ ବେସାହାରା ଅବସ୍ଥାରେ ଘରେ ଏକା ରୁହନ୍ତି। ବେଳେ ବେଳେ ମନ ଫୁର୍ତ୍ତି ପାଇଁ ବାହରକୁ ବୁଲିବାକୁ ଗଲେ ମୁହଁ ବୁଲେଇ ପଡି଼ଯାନ୍ତି। ଯାହା କୁହନ୍ତି କିଛି ସମୟ ପରେ ଭୁଲି ଯାଆନ୍ତି। ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏନେଇ ପ୍ରଶାସନକୁ ଅନେକ ଥର ଅବଗତ କରିଥିଲେ ହେଲେ କିଛି ସୁଫଳ ମିଳିନ ଥିବା କହିଛନ୍ତି ଲୋକେ।
ସୂଚନା ପ୍ରକାରେ ଅଲିନଙ୍କ ବାପା ଥିଲେ ଶିକ୍ଷକ। ବାପା, ମା’ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ସାନ ବଡ଼ ହୋଇ ୫ ଭାଇ। ଭାଇମାନଙ୍କ ମଧ୍ୟରୁ ଅଲିନ ସାନ। ସବୁ ଭାଇ ନିଜ ପରିବାରକୁ ନ଼େଇ ଦୂର ଦୂରାନ୍ତରେ ବାହାରେ ରହୁଛନ୍ତି। ତେଣୁ ସାହିପଡ଼ିଶା ତାଙ୍କର ସାହାରା। ତାଙ୍କ ସହାୟତାରେ ନିଜ ଜୀବନ ବିତାଉଛନ୍ତି। ବାପା ଥିଲା ବେଳେ ଯେଉଁ ଟିଣ ଘରଟି କରିଥିଲେ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଅର୍ଥାଭାବ ଯୋଗୁଁ ମରାମତି କରିନପାରି ସେହି ଭଙ୍ଗା ଦଦରା ଘରେ ନିଜ ଭାଗ୍ୟକୁ ଆଦରି ରହୁଛନ୍ତି। ଅଲିନଙ୍କୁ ଦେଖିଲେ ସରକାରଙ୍କ ଗରିବୀ ଦୂରୀକରଣ ଯୋଜନା ଯେପରି ସଂପୂର୍ଣ୍ଣ ମାରିଛି ଭାବିବାକୁ ହେବ। ତାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ଅନିଲଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ଠାରେ ନିବେଦନ କରିଛନ୍ତି ସାହି ପଡୋଶୀ ଲୋକେ। ତାଙ୍କ ବିଷୟ ନେଇ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷମାନଙ୍କୁ ଅବଗତ କରାଇଥିଲେ କିଛି ପଡୋଶୀ। ହେଲେ ଆଜିପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପାଇ ନାହାନ୍ତି ଅଲିନ। ଏବିଷୟ ନେଇ ସ୍ଥାନୀୟ ସରପଞ୍ଚ ସରିତା ମଣ୍ଡଳଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରିଙ୍କୁ ତାଙ୍କ ବିଷୟରେ ଜଣାଇଛି। ପୁଣି ପୁନର୍ବାର ଅବଗତ କରାଇ ଯେତେ ଶୀଘ୍ର ସମ୍ଭବ ହେବ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?