ପାଠପଢ଼ା ବୟସରେ ମୂଲ ଲାଗୁଛନ୍ତି ସବିନା

ମୋହନା,୧୫ା୧୦(ମନ୍ମଥ ମିଶ୍ର)ଦେଶ ତଥା ରାଜ୍ୟ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ କରୁଥିବା ବେଳେ ଏବେ ବି ଦୁର୍ଗମ ଅଞ୍ଚଳରେ ଅନେକ କିଶୋରୀ ନାବାଳିକାମାନେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି। ଯେଉଁମାନେ ଶିକ୍ଷା, ସ୍ବାସ୍ଥ୍ୟ ତଥା ସାମାଜିକ ସୁରକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଗଜପତି ଜିଲା ମୋହନା ବ୍ଲକ୍‌ ଦୁର୍ଗମ ବାଡେଗୁଡ଼ା ପଞ୍ଚାୟତ ଉପରପାଲ୍ଡା ଗାଁରେ ଏହିଭଳି ଘଟଣା ଦେଖିବାକୁ ମିଳିଛି।
ଜିଲା ମୋହନା ବ୍ଲକ ବାଡେଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳର ଉପରପାଲ୍ଡା ଗାଁର ନାବାଳିକା ସବିନା ମଲ୍ଲିକ। ଦି’ ମୁଠା ଖାଇବା ପାଇଁ ଏବେ ଜୀବନ ସହ ସଙ୍ଘର୍ଷ କରୁଛି। ବାପା ମତ ମଲ୍ଲିକ ୨୦୧୩ରେ ଓ ମା’ ୨୦୧୫ ରେ ଆରପାରିକି ଚାଲିଯିବା ପରେ ଦାଦା ପ୍ରମୋଦ ମଲ୍ଲିକ ସବିନାଙ୍କ ଲାଳନ ପାଳନ ସହ ସମସ୍ତ ଦାୟିତ୍ୱ ନେଇଥିଲେ। ସବିନା ଖଣି ଗାଁର ଆଶ୍ରମ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଗତବର୍ଷ ଅଧାରୁ ପାଠ ଛାଡ଼ି ଦେଇ ଏବେ ଘରକୁ ଚାଲି ଆସିଛି। ଘର ଚଳାଇବାର ବୋଝ ଏବେ ନିଜେ ମୁଣ୍ଡାଇଛି। ଦାଦା ଏବେ ଶାରୀରିକ ଅକ୍ଷମ ଥିବାରୁ ସବିନା ଲୋକଙ୍କ ବିଲ ପଦରରେ କୁଲି କାମ କରି ଯାହା ରୋଜଗାର ହୁଏ ସେତିକିରେ ସେ ଓ ଦାଦା ଦୁହେଁ ଚଳି ଯାଉଛନ୍ତି। ସରକାରୀ ସହାୟତା କହିଲେ ମାତ୍ର ୧୦ କେଜି ଚାଉଳ। ସେତିକିରେ ଚଳିବା କଷ୍ଟକର ହେଉଥିବା ବେଳେ ବଞ୍ଚତ୍ବା ପାଇଁ ସଙ୍ଘର୍ଷ କରୁଛନ୍ତି ସବିନା। ପଢ଼ିବା ଇଚ୍ଛା ଥିଲେ ମଧ୍ୟ ପରିସ୍ଥିତି ଆଗରେ ହାର ମାନିଛି। ଏ ନେଇ ଚାଇଲ୍ଡ ଲାଇନ୍‌ କର୍ମୀ ଅନିତା ନାୟକ କହିଛନ୍ତି, ତୁରନ୍ତ ଉଦ୍ଧାର କରି ସବିନା କିଭଳି ପାଠ ପଢ଼ିବାର ସୁଯୋଗ ପାଇବ, ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ସିଡିପିଓ ଲଳିତା ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲା। ତଦନ୍ତ କରି ଶୀଘ୍ର ଉଦ୍ଧାର କରାଯିବା ସହ ପାଠପଢ଼ାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri