ଅନଧିକୃତ ଛୁଟି ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ)ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫଲାଇନ କୁହାଯାଉଛି। ଏଠାରେ କାର୍ଯ୍ୟରତ କେତେକ ଡାକ୍ତରଙ୍କ ଘର କଟକ, ଭୁବନେଶ୍ୱର ହୋଇଥିବା ବେଳେ ସେମାନେ ନିଜ ଇଚ୍ଛାରେ ହସ୍ପିଟାଲ ଆସୁଛନ୍ତି। ସେହିପରି ଅନ୍ୟ କେତେକ ଡାକ୍ତର ଅନଧିକୃତ ଛୁଟିରେ ରହୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ଅନ୍ୟ କିଛି ବରିଷ୍ଠ ଡାକ୍ତରଙ୍କୁ ଘରୋଇ ହସ୍ପିଟାଲ ପ୍ରୀତି ଲାଗିରହିଛି। ସେମାନେ ହସ୍ପିଟାଲକୁ ଆସୁନଥିବା ଅଭିଯୋଗ ହେଉଥିଲା। ଛୁଟି ନନେଇ ସେମାନେ କଟକ ଓ ଭୁବନେଶ୍ୱରରେ ପ୍ରାକ୍ଟିସ୍‌ କରୁଥିବା ବେଳେ ଏଠାରେ କାମ କରୁଥିବା ଦର୍ଶାଇ ଦରମା ପାଉଥିବା ମଧ୍ୟ ଅଭିଯୋଗ ହେଉଥିଲା। ଜଣେ ପ୍ରଫେସର ଛୁଟି ନନେଇ ଅନଧିକୃତ ଅନୁପସ୍ଥିତ ରହିଥିବା ଜଣାପଡିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କିଡନି ରୋଗ ବିଭାଗର ଜଣେ ପ୍ରଫେସରଙ୍କ ମାସକର ଦରମା ବନ୍ଦ ହୋଇଥିବା ଜଣାପଡିଛି। ଏନେଇ ଏମକେସିଜି ଡିନ୍‌ ତଥା ପ୍ରିନ୍ସିପାଲ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି, ପ୍ରତ୍ୟେକ ମାସରେ ଡାକ୍ତରଙ୍କ ଉପସ୍ଥାନ ଯାଞ୍ଚ କରାଯାଉଛି। ଜଣେ ପ୍ରଫେସର ଅନଧିକୃତ ଛୁଟିରେ ରହିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ ସ୍ବୀକାର କରିଛନ୍ତି। ତିନିଦିନ ସେ ଅନଧିକୃତ ଅନୁପସ୍ଥିତ ଥିବାରୁ ତାଙ୍କର ସେପ୍ଟେମ୍ବର ମାସର ଦରମା ବନ୍ଦ ହୋଇଥିବା କହିଛନ୍ତି। ଏମକେସିଜିରେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଦେଖିବାକୁ ମିଳିଛି।
ବରିଷ୍ଠ ଡାକ୍ତରମାନେ କଟକ ଓ ଭୁବନେଶ୍ୱରରେ ରହି ଏମକେସିଜିରେ ଉପସ୍ଥିତି ଥିବା ଉପସ୍ଥାନରେ ଦେଖାଉଛନ୍ତି। ଦୁଃଖର ବିଷୟ ହେଲା ଏଠାରେ ବାୟୋମେଟ୍ରିକ୍‌ ଓ ଫେସ୍‌ ଡିଟେକ୍ଟର ମାଧ୍ୟମରେ ଏଠାରେ ଉପସ୍ଥାନ ନେବାକୁ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମସିଆଇ)ର ନିର୍ଦ୍ଦେଶ ରହିଛି। ଏମକେସିଜିରେ ସମସ୍ତ ପ୍ରଫେସର ଏବଂ ଡାକ୍ତର ମାନଙ୍କ ଫେସ୍‌ ଡିଟେକ୍ଟର ଓ ବାୟୋମେଟ୍ରିକ୍ରେ ଉପସ୍ଥାନ ଦେବାକୁ ପଞ୍ଜିକରଣ କରାଯାଇଛି। ଯେଉଁ ବିଭାଗ ଡାକ୍ତରମାନଙ୍କ ଫେସ୍‌ ଡିଟେକ୍ଟର ଓ ବାୟୋମେଟ୍ରିକ୍‌ ଉପସ୍ଥାନରେ ସମସ୍ୟା ହେଉଛି, ସେମାନଙ୍କ କାର୍ଯ୍ୟ ପ୍ରମାଣପତ୍ର ବିଭାଗ ମୁଖ୍ୟ ଦେବେ। କିନ୍ତୁ ଅଧିକାଂଶ ବିଭାଗରେ ଡାକ୍ତର ଓ ବିଭାଗ ମୁଖ୍ୟମାନେ ବି ରହୁନାହାନ୍ତି। ସେମାନେ ବାୟୋମେଟ୍ରିକ ଓ ଫେସ୍‌ ଡିଟେକ୍ଟରରେ ଉପସ୍ଥାନ ନଦେଇ, ଖାତାରେ ଉପସ୍ଥାନ ଦେଉଛନ୍ତି। ଫଳରେ କିଏ ଆସୁଛନ୍ତି ଓ କିଏ ଆସୁନାହାନ୍ତି ତାହା ଜାଣିବା କଷ୍ଟକର ହେଉଥିଲା। କିଡନି ବିଭାଗରେ ନିୟମିତ ଭାବେ ଡାକ୍ତର ଇନଡୋରକୁ ଆସୁନଥିବା ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ନେଇ ଏମକେସିଜି ଅଧୀକ୍ଷକ ପ୍ରଫେସର ସୂଚିତ୍ରା ଦାଶ ଡିନ୍‌ଙ୍କୁ ଜଣାଇଥିଲେ। ଡିନ୍‌ ଛୁଟି ତାଲିକା ଦେଖିବା ସହ ଉପସ୍ଥାନ ଯାଞ୍ଚ କରିଥିଲେ। ଗତମାସରେ ସେ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନଧିକୃତ ଅନୁପସ୍ଥିତ ରହିଥିବା ଜଣାପଡିଥିଲା। ଏହି ବିଭାଗରେ ଜଣେ ପ୍ରଫେସର ଓ ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ଜୁନିୟର ରେସିଡେଣ୍ଟ ଦୁଇଜଣ, ୯ଜଣ ନର୍ସ ରହିଥିବା ବେଳେ ୩ଜଣ ଟେକ୍ନିସିଆନ୍‌ ରହିଥିବା ଜଣାପଡିଛି। ପ୍ରତ୍ୟେକ ଦିନ ୨୮ରୁ ୩୦ ଜଣ ଡାୟାଲେସିସ୍‌ ହେଉଥିବା ବେଳେ ମଙ୍ଗଳବାର ଓ ଶନିବାର ଆଉଟଡୋରକୁ ଶତାଧିକ ରୋଗୀ ଆସୁଛନ୍ତି। ମଙ୍ଗଳବାର ଆଉଟଡୋରରେ ବିଭାଗୟୀ ପ୍ରଫେସରଙ୍କୁ ଦେଖିବାକୁ ମିଳୁଛି, କିନ୍ତୁ ଅନ୍ୟଦିନମାନଙ୍କରେ ଏହି ବିଭାଗରେ ଡାକ୍ତର ମରୁଡ଼ି ବୋଲି ରୋଗୀ ଅଭିଯୋଗ କରି ଆସୁଥିଲେ। ଗୁରୁବାର, ଶୁକ୍ରବାର ଓ ଶନିବାର ଆସିଷ୍ଟାଣ୍ଟ ପ୍ରଫେସର ଆସୁଥିବା ବେଳେ ପ୍ରଫେସର କେବଳ ମଙ୍ଗଳବାର ଆସୁଥିବା ମଧ୍ୟ ଅଭିଯୋଗ ଉଠିଛି। ଅନ୍ୟଦିନରେ କେହି ବି ଡାକ୍ତର ରହୁନାହାନ୍ତି। କିଡନି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଡାକ୍ତରଙ୍କ ଅନୁପସ୍ଥିତ କାରଣରୁ ଅନେକ ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। କେତେକ ଡାକ୍ତର କଟକରେ ରହି ସେଠାରେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଦରମା ନେଉଛନ୍ତି। ଯାହାଫଳରେ ଏଠି ରୋଗୀ ସେବା ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହେଉଛି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?