ଟିକାକରଣରେ ପାତରଅନ୍ତର ଅଭିଯୋଗ

ଚୌଦ୍ୱାର,୧୮।୫(ଡି.ଏନ.ଏ.)- ଚୌଦ୍ୱାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଟିକାକରଣରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୩ଜଣ କର୍ମଚାରୀ ଟିକା ନେଇ ଚୌଦ୍ୱାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ପୂର୍ବାହ୍ନ ୯ଟାରେ ପହଞ୍ଚିଥିଲେ। ହେଲେ ପୂର୍ବରୁ ଅନ୍‌ଲାଇନ ଏବଂ ମେଡ଼ିକାଲରେ ରାତି ୪ଟା୩୦ରୁ ଲାଇନ୍‌ ଲଗାଇ ନାମ ପଞ୍ଜୀକରଣ କରିଥିଲେ ସୁଦ୍ଧା ବହୁଲୋକ ଟିକା ନ ପାଇ ନିରାଶ ହୋଇ ଫେରିଥିଲେ। ଅନ୍ୟପଟେ ଟିକା ଦେଉଥିବା କର୍ମଚାରୀମାନେ ନିଜ ପରିଚିତ ଲୋକଙ୍କୁ କିଛି ଟିକା ପ୍ରଦାନ କରିଥିବା ପ୍ରତାପ ଚନ୍ଦ୍ର ମିଶ୍ର, ହିମାଂଶୁ କୁମାର ହାତୀ, ମୁରଲୀଧର ମିଶ୍ର, ସୋନି ହାତୀ ଓ ଭାଜପା ଚୌଦ୍ୱାର ମଣ୍ଡଳ ସଭାପତି କୈଳାଷ ଚନ୍ଦ୍ର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ସୋମବାର ୧୦୦ ଡୋଜ୍‌ ଟିକା ଆସିଥିଲା। ସେଥିମଧ୍ୟରୁ ୯୬ଜଣକୁ ଟିକା ଦିଆଯାଇଥିବାବେଳେ ଅବଶିଷ୍ଟ ଟିକା କୁଆଡେ ଗଲା ବୋଲି ସେମାନେ କହିଛନ୍ତି। ଏପରି ଅବ୍ୟବସ୍ଥାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏଥିସହିତ ଟିକାକରଣ ପାଇଁ ପୂର୍ବରୁ ସୂଚନା ଦେବା, ଦିନ ଭିତରେ କେତେଜଣଙ୍କୁ ଟିକା ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ଜଣାଇବା ପାଇଁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ...

ପୁଣି ୨୨ କରୋନା ପଜିଟିଭ ଚିହ୍ନଟ: ଦେବଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ଦେବଗଡ଼ ଜିଲାରେ ସୋମବାର ପୁଣି ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨ ଆକ୍ରାନ୍ତ ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କ୍ୱାରାଣ୍ଟାଇନ...

ବାଲିଚାଲାଣକୁ ନେଇ ଗ୍ରାମବାସୀ – ପୋଲିସ ମୁହାଁମୁହିଁ

ହିଞ୍ଜିଳିକାଟୁ,୨୩ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁରଠାରେ ବାଲି ଚାଲାଣ ନେଇ ଶନିବାର ରାତିରେ ପୋଡ଼ାଜଳା ହୋଇଥିଲା। ବାଲିଚାଲାଣକୁ ବିରୋଧ କରୁଥିବା ଗୋଷ୍ଠୀ ୩ ଟ୍ରକ,...

ବନବିଭାଗର ଚଢ଼ାଉ: ୬୦ ହଜାରରୁ ଊଦ୍ଧର୍‌ବ ମୂଲ୍ୟର ଶାଳ ଚୌକାଠ ଜବତ, ୨ ଫେରାର

ପାଟଣା,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ତୁରୁମୁଙ୍ଗା କେନ୍ଦୁଝର ରାସ୍ତାର ଭାଲୁଘର ଗ୍ରାମରେ ବନବିଭାଗ ମଙ୍ଗଳବାର ସକାଳେ ଚଢ଼ାଉକରି ଚୋରା କାଠ ଚାଲାଣ କରୁଥିବା...

ଭଞ୍ଜନଗରରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ ତମ ଜୟନ୍ତୀ ପାଳିତ

ଭଞ୍ଜନଗର,୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ...

୨୬ରେ ଖୋଲିବ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୧୯ା୬: ଗତ ଦେଢ଼ ବର୍ଷ ହେବ ଗଞ୍ଜାମ ଜିଲା ଅନ୍ତର୍ଗତ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତସ୍ତରରେ ଘରୋଇ ପାଇଖାନା...

ଶ୍ରୀମନ୍ଦିର ସୁରକ୍ଷା ପରଖିଲା ଏନ୍‌ଏସ୍‌ଜି ଟିମ୍‌

ପୁରୀ ଅଫିସ,୧୮।୩:ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ୩ ଜଣିଆ ଟିମ୍‌ ବୁଧବାର ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛି। ଏହି ଟିମ୍‌ର ସଦସ୍ୟମାନେ...

ଏସ୍‌ସିବି ମେଡିକାଲରେ ଅଘଟଣ: ତିନି ମହଲାରୁ ଡେଇଁ ରୋଗୀ ମୃତ

କଟକ ଅଫିସ, ୧୨।୧୦: କଟକ ଏସ୍‌ସିବି ମେଡିକାଲର ତିନି ମହଲାରୁ ଡେଇଁ ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ ମେଡିସିନ ବିଭାଗ ନିରାଶ୍ରୟ ଓ୍ବାର୍ଡ...

Advertisement
Archives

Model This Week