Posted inଜାତୀୟ

‘ବାହ୍ୟଶକ୍ତି ଇଙ୍ଗିତରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ’

ନୂଆଦିଲ୍ଲୀ,୧୩।୧୦: ବାହ୍ୟଶକ୍ତି ଇଙ୍ଗିତରେ ଭାରତ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିବା ନୂଆ ନିୟମ ପାଲଟିଯାଇଛି ବୋଲି ମଙ୍ଗଳବାର ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅଧ୍ୟକ୍ଷ ଜଷ୍ଟିସ୍‌ ଅରୁଣ ମିଶ୍ର କହିଛନ୍ତି। ଏନ୍‌ଏଚ୍‌ଆର୍‌ସିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜଷ୍ଟିସ୍‌ ମିଶ୍ର କହିଥିଲେ, ଭାରତ ସର୍ବ ଧର୍ମ ସମ ଭାବ ଉପରେ ବିଶ୍ୱାସ କରେ। ସମାଜ ସେବା ସଙ୍ଗଠନଗୁଡ଼ିକ ଏବଂ ମାନବାଧିକାର ରକ୍ଷକମାନେ ଆତଙ୍କବାଦ ଓ ରାଜନୈତିକ ହିଂସାକୁ କଡ଼ା ନିନ୍ଦା କରିବା ଉଚିତ। ଏହି ପ୍ରସଙ୍ଗକୁ ନେଇ ଉଦାସୀନତା ମୌଳବାଦକୁ ଜନ୍ମ ଦେଇଥାଏ। ଇତିହାସ ଏଥିପାଇଁ ଆମକୁ କେବେ ଭୁଲିବ ନାହିଁ। ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିବା ସମୟ ଆସିଯାଇଛି। ଭାରତ ଉପରେ ବାହ୍ୟଶକ୍ତି ଇସାରାରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିବା ଏକ ନୂଆ ମାପଦଣ୍ଡ ପାଲଟିଯାଇଛି। ପରମ୍ପରା ଓ ଭାଷାଗୁଡ଼ିକୁ ଶେଷ କରିବା ପାଇଁ ଚାଲିଥିବା ଅପଚେଷ୍ଟାକୁ ଦୃଢ଼ ବିରୋଧ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏନ୍‌ଏଚ୍‌ଆର୍‌ସି ମୁଖ୍ୟ ଜଷ୍ଟିସ୍‌ ମିଶ୍ର ସମ୍ବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ବିଚାରପତିମାନଙ୍କୁ ଧନ୍ୟବାଦ ନେଇଥିଲେ। ଅତ୍ୟନ୍ତ ଲୋକପ୍ରିୟ ଓ ଉଦ୍ୟମୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାରେ ସେ ଗର୍ବ ଅନୁଭବ କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ର ସତାରା ଜିଲାର କୋୟନା ଅଞ୍ଚଳରେ ସୋମବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ରହିଥିଲା। ଏଥିରେ...

ଦିଲ୍ଲୀ-ନଏଡା ସୀମାରେ ଟ୍ରାଫିକ୍‌ ଜାମ୍‌: ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ହଜାର ହଜାର ଗାଡ଼ି

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଆଉ ଗୋଟିଏ ଦିନ ବାକି ରହିଲା। ଏହାପୂର୍ବରୁ ଦିଲ୍ଲୀର ପ୍ରତ୍ୟେକ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମର ଗୋଟିଏ...

କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ, ୧୩।୮: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ମୂତ୍ର ସଂକ୍ରମଣ ଲାଗି...

ଜାମିନ୍‌ ମିଳିବା ପରେ ଆଇନଜୀବୀ ଭାବେ ସୁପ୍ରିମ୍‌କୋର୍ଟରେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୧୧।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ଜାମିନ୍‌ ମିଳିବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ଜଣେ ଆଇନଜୀବୀ ଭାବେ ସୁପ୍ରିମ୍‌କୋର୍ଟରେ ବୁଧବାର ଦେଖିବାକୁ ମିଳିଛି। ଏକ ଘରୋଇ...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୨୩।୩ : ଛତିଶଗଡ଼ର ନାରାୟଣପୁର ଜିଲାରେ ମଙ୍ଗଳବାର ସୁରକ୍ଷା କର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏହି ଘଟଣାରେ ଅତିକମ୍‌ରେ ୫ ସୁରକ୍ଷା କର୍ମୀଙ୍କ...

ଗୁରୁବାର ଭାଜପାରେ ସାମିଲ୍‌ ହେବେ ୧୭ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୧୩।୧୧: ଗୁରୁବାର ଭାଜପାରେ କର୍ନାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ସାମିଲ୍‌ ହେବେ। ସେମାନେ ଡିସେମ୍ବର ୫ରେ ହେବାକୁଥିବା ଉପନିର୍ବାଚନରେ ଲଢ଼ିପାରିବା ନେଇ ବୁଧବାର...

୧୦୦ ଦିନ ଆନ୍ଦୋଳନ

ନୂଆଦିଲ୍ଲୀ,୨ା୩: : ପାଣିରେ ଭିଜିଲେ, ହାଡ଼ଭଙ୍ଗା ଶୀତରେ ଥରିଲେ। ଶତାଧିକ ଆଖି ବୁଜିଦେଲେ। କେତେବେଳେ ଖଲିସ୍ତାନୀ ଅପମାନ ତ ପୁଣି କେବେ ଆନ୍ଦୋଳନଜୀବୀ ନଚେତ୍‌ ଟୁଲ୍‌କିଟ୍‌...

ପୁଣି ମହଙ୍ଗା ପେଟ୍ରୋଲ-ଡିଜେଲ୍‌: ୧୫ ଦିନରେ ୧୩ ଥର ବଢିଲା ଦର

ନୂଆଦିଲ୍ଲୀ,୫।୪: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ର ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୦-୮୦ ପଇସା ମହଙ୍ଗା ହୋଇଛି। ଏହାସହ...

Advertisement
Archives

Model This Week