ପୃଥିବୀ ବାହାରୁ ମିଳିଲା ରେଡିଓ ସିଗ୍‌ନାଲ

ନୂଆଦିଲ୍ଲୀ, ୧୩ା୧୦: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ଅଛି କି ନା ସେ ନେଇ ଦୀର୍ଘଦିନରୁ ଗବେଷଣା ଜାରି ଥିବାବେଳେ ଏବେ ଏକ ଅଦ୍ଭୁତ ଘଟଣା ଆବିଷ୍କାର ହୋଇଛି। ପୃଥିବୀ ବାହାରୁ ଆସୁଥିବା ଏକ ପ୍ରକାର ରେଡିଓ ସିଗ୍‌ନାଲକୁ ଧରିବାରେ ବୈଜ୍ଞାନିକମାନେ ସକ୍ଷମ ହୋଇଛନ୍ତି। ଏହି ସିଗ୍‌ନାଲ ଆଧାରରେ ଅନ୍ୟ ଗ୍ରହରେ ଜୀବନର ସନ୍ଧାନ କରିହେବ ବୋଲି ସେମାନେ ଦାବି କରିଛନ୍ତି। ନେଦରଲାଣ୍ଡସ୍‌ରେ ସ୍ଥାପିତ ଦୁନିଆର ସବୁଠାରୁ ଶକ୍ତିଶାଳୀ ରେଡିଓ ଆଣ୍ଟିନା ମାଧ୍ୟମରେ ବୈଜ୍ଞାନିକମାନେ ଏହି ଲୋ-ଫ୍ରିକ୍ୱେନ୍ସି-ଆରେ(ଏଲ୍‌ଓଏଫ୍‌ଏଆର୍‌)କୁ ଧରିଛନ୍ତି। ରେଡିଓ ସିଗ୍‌ନାଲକୁ ଠାବ କରିଥିବା କୁଇନ୍ସଲାଣ୍ଡ ୟୁନିଭର୍ସିଟିର ଡ. ବେଞ୍ଜାମିନ୍‌ ପୋପ୍‌ ଏବଂ ତାଙ୍କ ଟିମ୍‌ଙ୍କ କହିବା ଅନୁସାରେ, ନୂତନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମହାକାଶ ବିଜ୍ଞାନୀ ୧୯ ଡିଷ୍ଟାଣ୍ଟ ରେଡ୍‌ ଡ୍ବାର୍ଫ ସଙ୍କେତ ପାଇଛନ୍ତି। ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଯୋଗୁ ପୃଥିବୀ ସୌର ପବନ ସଂସ୍ପର୍ଶରେ ଆସିଲେ ରେଡିଓ ତରଙ୍ଗ ଛାଡ଼ି ଥାଏ। ତେଣୁ ଏବେ ମିଳିଥିବା ଚୁମ୍ବକୀୟ ତରଙ୍ଗ ସୂର୍ଯ୍ୟ ଭଳି ତାରକା ନିକଟରୁ ଆସିଥାଇପାରେ ଏବଂ ସେଠାରେ ଗ୍ରହଗୁଡ଼ିକ ପୃଥିବୀ ଭଳି ପରିକ୍ରମା କରୁଥାଇପାରନ୍ତି ବୋଲି ନେଚର ଆଷ୍ଟ୍ରୋନୋମି ପତ୍ରିକାରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷେ ଟପିବ ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲକ୍ଷେ...

ହଠାତ୍‌ ବେହୋସ ହୋଇପଡ଼ିଲେ ଉପସ୍ଥାପକ: ସୁନକ୍‌-ଟ୍ରସ୍‌ ବିତର୍କ ବାତିଲ

ଲଣ୍ଡନ, ୨୭ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ମଧ୍ୟରେ ମଙ୍ଗଳବାର ବିତର୍କ ହୋଇଥିଲା।...

ଜି-୭ ସମ୍ମିଳନୀ ସ୍ଥଗିତ: ପ୍ରଥମେ ଭାରତକୁ ନିମନ୍ତ୍ରଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସୂଚନା ଦେଇଛନ୍ତି କି ଜି-୭ ସମ୍ମିଳନୀ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ତେବେ ଏହା ପୂର୍ବରୁ ସେ...

ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ରେକଡର

ଜାକର୍ତ୍ତା, ୧୨ା୧- ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶ୍ରୀଓ୍ବିଜୟ ଏୟାର ପ୍ଲେନର ଭଗ୍ନାଂଶରୁ ରେକଡର ଠାବ କରିଛନ୍ତି ଇଣ୍ଡୋନେସିଆ ଅଧିକାରୀ। ବିମାନର ରେକର୍ଡିଂ ଡିଭାଇସକୁ ଜାକର୍ତ୍ତାର...

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ, କ୍ୱିଭ-ମସ୍କୋ ମଧ୍ୟରେ ଶୀଘ୍ର ତୃତୀୟ ବୈଠକ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ବିବାଦ ବେଳକୁ ବେଳ ତୀବ୍ର ରୂପ ନେବାରେ ଲାଗିଛି । ରୁଷିଆର ଆକ୍ରମଣ ଫଳରେ ଶୁକ୍ରବାର ସକାଳେ ୟୁକ୍ରେନରେ ଥିବା ୟୁରୋପର...

ବିଦେଶୀ ମିଡିଆକୁ ଏଲ୍‌ଓସି ବୁଲାଇଲା ପାକ୍‌

ଇସ୍‌ଲାବାବାଦ,୩୦-୮ (ଆଇଏଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗରେ ବିଶ୍ୱବ୍ୟାପୀ ଡିଣ୍ଡିମ ପିଟି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିବା ପାକିସ୍ତାନ ଗୁରୁବାର ବିଦେଶୀ ମିଡିଆକୁ ନିୟନ୍ତ୍ରଣରେଖା (ଏଲ୍‌ଓସି) ବୁଲାଇଛି। ଏହାସହ ଭାରତ...

ଭାରତ ନ ଫେରିବାକୁ ଯୋଜନା କରୁଛନ୍ତି ପଳାତକ ନୀରବ ମୋଦି: ବ୍ରିଟେନକୁ ମାଗିଥିଲେ ରାଜନୈତିକ ଆଶ୍ରୟ

ଲଣ୍ଡନ,୧୦।୧୧: ପଳାତକ ନୀରବ ମୋଦିଙ୍କ ଭାରତକୁ ପ୍ରତ୍ୟର୍ପଣ ନେଇ ବର୍ତ୍ତମାନ ରାସ୍ତା ସଫା ହୋଇଯାଇଛି। ବ୍ରିଟେନ ହାଇକୋର୍ଟ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୬୬ ଆହତ

ବେଜିଂ,୫।୨: ଚାଇନାର ହୁନାନ ପ୍ରଦେଶରେ ଏକକାଳୀନ ୪୯ ଗାଡି ଧକ୍କାରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୬୬ ଜଣ ଆହତ ହୋଇଛନ୍ତି। ରିପୋର୍ଟ...

Advertisement
Archives

Model This Week