ସିର୍କାବର୍ଗରେ ଜମି ବିବାଦ: ଘର ଭାଙ୍ଗି ଲୁଟ୍‌ ଅଭିଯୋଗ

ଦାରିଙ୍ଗବାଡ଼ି,୧୨ା୧୦: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତର ମାଣିକଯୋଡ଼ି ଗ୍ରାମରେ ଜମି ବିବାଦ ମୁଣ୍ଡ ଟେକିଛି। ଏକ ଅନାବାଦି ଜମିରେ ଦୀର୍ଘବର୍ଷ ଧରି ସେହି ଅଞ୍ଚଳର ଶୁକଦେବ ପ୍ରଧାନ ଘର କରି ରହିଆସୁଥିବା ବେଳେ ସେହିଗ୍ରାମର ଲୋକ ଏହାକୁ ବିରୋଧ କରିବା ସହ ସେହି ଜମିରୁ ଶୁକଦେବଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ସେ ସେଠାରୁ ନ ଉଠିବାରୁ ତାଙ୍କ ଘର ଭାଙ୍ଗି ଘରର ଆସବାବପତ୍ର ସହ ନଗଦ ଟଙ୍କା ଖାଦ୍ୟ ଶସ୍ୟ ଲୁଟି ନେଇଥିବା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି।ଏନେଇ କେସ ନଂ ୧୨୩/୨୦ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଆଇଆଇସି କୌଶିକ ମାଝି କହିଛନ୍ତି।
ସୂଚନାଯୋଗ୍ୟ, ଶୁକଦେବଙ୍କ ଲିଖିତ ଅଭିଯୋଗରୁ ଜଣାପଡ଼ିଛି, ସେ ଉକ୍ତ ଜମିରେ ଦୀର୍ଘବର୍ଷ ହେଲା ନିଜ ଜେଜେବାପା, ବାପା ଅମଳରୁ ଖଣ୍ଡିଏ ଘର କରି ରହିଥିବା ବେଳେ ତା’ ନିକଟରେ କୁଏରୀ, ଧାନ, ମାଣ୍ଡିଆ ଆଦି ଫସଲ ଚାଷ କରି ପରିବାର ଚଳାଉଛନ୍ତି। ତାଙ୍କ ଘରେ ୨୦ ବସ୍ତା ଧାନ ଥିଲା। ୫୦ରୁ୬୦ ଜଣ ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଘରେ ପହଞ୍ଚି ଉକ୍ତ ଜମି ଆମର କହି ସେଠାରୁ ଛାଡ଼ି ଚାଲିଯିବାକୁ କହିଥିଲେ। ପରେ ସେମାନେ ତାଙ୍କ ଘରର ଆଜବେଷ୍ଟସ୍‌ ସହ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି। ପୋଲିସ ଏହାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ବାଘଛୁଆ: ଭିଡିଓ ଭାଇରାଲ

ଚୌଦ୍ୱାର,୨୬ା୧୧(ଡି.ଏନ୍‌.ଏ.):କଟକ ବନଖଣ୍ଡ ଅଧୀନ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜର ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଫାର୍ମହାଉସ ରାସ୍ତାରେ ୨ଟି ବାଘଛୁଆ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ...

ଶାଗୁଆନ କାଠ, ଟ୍ରାକ୍ଟର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧ା୧୦- ନୟାଗଡ଼ ଜିଲା ଶରଣକୁଳ ଥାନା ଗୋତିସାହି ବାଉଁଶିଆ ରାସ୍ତାରୁ ରବିବାର ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯ ଗୋଟି ଶାଗୁଆନ...

ବୁଡ଼ିଥିବା ଜାହାଜ ଯୋଗୁ ହେଉଛି ବୋଟ୍‌ ଦୁର୍ଘଟଣା

ମହାକାଳପଡ଼ା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହୁକିଟୋଲା ମୁହାଣ ମୁହଁର ଅନତି ଦୂରରେ ମାଦଳି ନିକଟରେ ଫରାସୀର ଏକ ପଣ୍ୟବାହୀ...

ଝାବେରୀଙ୍କ ପରେ ଖାଲିପଡ଼ିଛି ମୁଖ୍ୟ ବିଚାରପତି ପଦ

କଟକ ଅଫିସ୍‌,୨୦।୪: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ଶନିବାର ସୁପ୍ରିମକୋର୍ଟ...

ପିଆର୍‌ଏମ୍‌ ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର

ବାରିପଦା ଅଫିସ,୭ା୧୧:ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲେ କଲେଜ ଓ ହସ୍ପିଟାଲ(ପିଆର୍‌ଏମ୍‌) ଚକ୍ଷୁ ବିଭାଗ ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ସେଠାରେ ଚିକିତ୍ସାଧିନ...

ଜିଲା ଚିକିତ୍ସାଳୟରେ ଚଢ଼ାଉ

ଢେଙ୍କାନାଳ ଅଫିସ, ୨୨।୧୦: ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. ଶୁକ୍ରବାର ଅପରାହ୍ନରେ ଅଚାନକ ଜିଲା ଚିକିତ୍ସାଳୟରେ ଚଢ଼ାଉ କରିଛନ୍ତି। ବିଭିନ୍ନ...

ସଫେଇ ସହଯୋଗ: ଫନୀ ପ୍ରଭାବିତ ପୁରୀକୁ ଗଲେ ଏସ୍‌ଏମ୍‌ସି କର୍ମଚାରୀ

ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ୩୨ ଜଣ (ଏସ୍‌ଏମ୍‌ସି) ସଫେଇ କର୍ମଚାରୀ ବୁଧବାର ପୁରୀକୁ ଯାଇଛନ୍ତି। ବାତ୍ୟା ଫନୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପୁରୀକୁ...

ପୋଲିସ, କଏଦୀ ପୋଷାକରେ ଦଣ୍ଡୁଆଙ୍କୁ ସଚେତନ

ସୋରଡ଼ା,୫।୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ସୋରଡ଼ା ବଡଦଣ୍ଡପୁଞ୍ଜାରେ ଦଣ୍ଡୁଆମାନଙ୍କୁ କରୋନା ନେଇ ସଚେତନତା କରାଯାଇଛି। ପୋଲିସ ଓ କଏଦୀ ପୋଷାକରେ ଦୁଇ ଯୁବ କଳାକାର ସଚେତନ କରୁଛନ୍ତି...

Advertisement
Archives

Model This Week