ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା ପାଇଁ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୮ରେ ଗିରଫ ହେବା ପରଠୁ କୋର୍ଟରେ ଶୁଣାଣି ବେଳେ ସେ ପ୍ରାୟ ନୀରବ ରହୁଥିଲେ। କୋର୍ଟରେ ବିଚାର ଚାଲିଥିବାବେଳେ ସେ ହଠାତ୍‌ ବାରମ୍ବାର କର୍କଶ ସ୍ବରରେ ‘ଦୋଷୀ’ ଓ ‘ମୁଁ ସ୍ବୀକାର କରୁଛି’ ଭଳି ଶବ୍ଦ ଉଚ୍ଚାରଣ କଲେ। ଏହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପରିବର୍ତ୍ତେ ଆଜୀବନ କାରାଦଣ୍ଡାଦେଶ ଦିଆଯିବ। କିନ୍ତୁ ପାରୋଲରେ କେବେହେଲେ ଛଡ଼ାଯିବ ନାହିଁ।
ଗୋଲ୍ଡେନ୍‌ ଷ୍ଟେଟ୍‌ କିଲର’ ଭଳି ଏକାଧିକ ଉପନାମରେ ପରିଚିତ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ଜଣେ ପୂର୍ବତନ ପୋଲିସ ଅଧିକାରୀ, ଯିଏକି ଅତି ନିର୍ମମ ଭାବେ ଲୋକଙ୍କୁ ହତ୍ୟା କରୁଥିଲେ। ପୀଡ଼ିତାଙ୍କୁ ବଳାକାର କରି ହତ୍ୟା କରିବା ପରେ ସ୍ନାକିଂ କରିବା ଥିଲା ତାଙ୍କର ସଉକ। ଜଣେ ସିରିଏଲ୍‌ କିଲର, ସିରିଏଲ୍‌ ରେପିଷ୍ଟ ଓ ଡକାୟତ ଭାବେ ତାଙ୍କର କୁଖ୍ୟାତି ରହିଛି। ତାଙ୍କ ବିରୋଧରେ ଅନୂ୍ୟନ ୧୩ ଜଣଙ୍କୁ ହତ୍ୟା, ୫୦ରୁ ଅଧିକ ଜଣଙ୍କୁ ବଳାତ୍କାର ଓ ଶତାଧିକ ଚୋରି ଭଳି ସଙ୍ଗିନ ଅଭିଯୋଗ ଥିବାବେବେଳେ କେତେକ ଦୋଷ ପ୍ରମାଣିତ ହୋଇଛି। କାଲିଫର୍ନିଆରେ ୧୯୭୪ରୁ ୧୯୮୬ ମଧ୍ୟରେ ସେ ଏହି ସବୁ ଅପରାଧ ଘଟାଇଥିଲେ।
୧୯୪୫ ନଭେମ୍ବର ୮ରେ ଜନ୍ମିତ ଡିଏଙ୍ଗେଲୋ ଜୁନିୟର ୧୯୭୩ରୁ ୧୯୭୯ ପର୍ଯ୍ୟନ୍ତ ଆମେରିକା ନୌସେନା ଓ ଆଇନ ପ୍ରବର୍ତ୍ତନ କ୍ଷେତ୍ରରେ ନିୟୋଜିତ ଥିଲେ। ସେ ଜୁନ ୩୦ରେ (ସୋମବାର) ୧୩ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କାଲିଫର୍ନିଆରେ ଅନୂ୍ୟନ ୩ଟି ଅପରାଧ ଘଟାଇଥିଲେ, ଯାହାକି ଭିନ୍ନ ଭିନ୍ନ ନାମରେ ପରିଚିତ। ପ୍ରଥମେ ସେ ଜଣେ ଚୋର (ଭିସାଲିଆ ରାନ୍‌ସେକର) ଭାବେ ଅପରାଧ ଆରମ୍ଭ କରିଥିଲେ। ପରେ ସକ୍ରାମେଣ୍ଟୋ ଏରିଆକୁ ଯାଇ ଇଷ୍ଟ୍‌ ଏରିଆ ରେପିଷ୍ଟ ଭାବେ ଜଣାଶୁଣା ହେଲେ। ସାଉଥ୍‌ କାଲିଫର୍ନିଆରେ ଅପରାଧ ଘଟାଇବା ପରେ ଲୋକେ ତାଙ୍କୁ ‘ଓରିଜିନାଲ ନାଇଟ ଷ୍ଟକର’ ବୋଲି କହିଲେ। ଡିଏଙ୍ଗେଲୋ ଚୋରି କରିବା ପାଇଁ ଘରେ ପଶୁଥିଲେ। ସେଠାରେ ସେ ହତ୍ୟା ଓ ବଳାତ୍କାର କରୁଥିଲେ। ସେ ଅପହରଣ ପରେ ମୁଣ୍ଡ ଜାମିନ ଆକାରରେ ଅର୍ଥ ମଧ୍ୟ ଅସୁଲ କରୁଥିଲେ। ଏପରି କି ପୀଡ଼ିତ ବ୍ୟକ୍ତି ଓ ପୋଲିସ କର୍ମଚାରୀମାନଙ୍କୁ ଫୋନ୍‌ କରି ଧମକ ମଧ୍ୟ ଦେଉଥିଲେ। ୨୦୧୮ ଏପ୍ରିଲରେ ପୋଲିସ ତାଙ୍କୁ ଗିରଫ କରି ଥାନାକୁ ନେଇଥିଲା।
ଅନେକ ଦଶନ୍ଧି ଧରି ତଦନ୍ତ କରାଯିବାବେଳେ ଡିଏନ୍‌ଏ ପ୍ରମାଣ, ଆଲିବି ବା ଅନ୍ୟ ତଦନ୍ତ ପ୍ରଣାଳୀ ଜରିଆରେ କେତେକ ସନ୍ଦେହ ଦୂରୀଭୂତ ହୋଇଥିଲା। ୨୦୦୧ରେ ଡିଏନ୍‌ଏ ଟେଷ୍ଟରୁ ଜଣାପଡ଼ିଥିଲା ଯେ, ‘ଇଷ୍ଟ୍‌ ଏରିଆ ରେପିଷ୍ଟ’ ଓ ‘ଓରିଜିନାଲ ନାଇଟ୍‌ ଷ୍ଟକର’ ହେଉଛନ୍ତି ସେହି ଜଣେ ବ୍ୟକ୍ତି। ତାଙ୍କ ବିରୋଧରେ ସବୁଠୁ ବଡ଼ ଅପରାଧର ଅଭିଯୋଗ ଥିଲା ୧୯୭୮ରେ ବ୍ରିଏନ୍‌ ଓ କାଟିଏ ମୋଗିଓରେଙ୍କ ହତ୍ୟା। ସକ୍ରାମେଣ୍ଟାର ରାଞ୍ଚୋ କୋର୍ଡୋଭୋରେ ଏହି ନବଦମ୍ପତି ନିଜ କୁକୁରକୁ ବୁଲାଉଥିବାବେଳେ ଡିଏଙ୍ଗେଲୋ ଗୁଳି କରି ହତ୍ୟା କରିଥିଲେ।
୭୪ ବର୍ଷୀୟ ଡିଏଙ୍ଗେଲୋ ତଦନ୍ତକାରୀ ଅଧିକାରୀମାନଙ୍କୁ ସହଯୋଗ କରୁ ନ ଥିଲେ। କିନ୍ତୁ ନିଜେ ଭିଆଇଥିବା ଅପରାଧଗୁଡ଼ିକୁ ନେଇ ସେ ଗୁଣୁଗୁଣୁ ହୋଇ କିଛି କହୁଥିଲେ। ଇଣ୍ଟେରୋଗେଶନ ରୁମ୍‌ରେ ସେ ନିଜକୁ ନିଜେ କହି ହେଉଥିଲେ, ‘ଏସବୁ ମୁଁ କରିଛି’। ବିଚାରପତିଙ୍କ ପ୍ରଶ୍ନର ଉତ୍ତରରେ ସେ କେବଳ ଏତିକି କହୁଥିଲେ, ହଁ, ନାହିଁ, ଦୋଷୀ, ମୁଁ ସ୍ବୀକାର କରୁଛି। ଜେଲ୍‌ର ଗେରୁଆ ଜମ୍ପଶୁଟ ଧାରଣ କରିଥିବା ଡିଏଙ୍ଗେଲୋଙ୍କ ମୁହଁକୁ ପ୍ଲାଷ୍ଟିକ୍‌ରେ ଢଙ୍କାଯାଇଥିଲା କରୋନା ଭାଇରସ୍‌ ସଂକ୍ରମଣ ଏଡ଼ାଇବା ପାଇଁ। ତାଙ୍କୁ ଏକ ହ୍ବିଲ୍‌ ଚେୟାରରେ ବସାଇ କୋର୍ଟକୁ ନିଆଯାଇଥିଲା। ଅଭିଯୋଜନକାରୀ ପକ୍ଷର ଓକିଲ ଆମି ହୋଲିଡେ କହିଛନ୍ତି, ଭିଏତନାମ ଯୁଦ୍ଧ ଭେଟେରାନଙ୍କ ଏହି ଅପରାଧ ପାଇଁ ମୃତ୍ୟୁ ଦଣ୍ଡାଦେଶ ବଦଳରେ ୧୧ ଥର ଲଗାତର ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?