ଅବହେଳା ପାଇଁ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୪ା୭(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ କଟକଣା ଓ ନିର୍ଦ୍ଦେଶନାମା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜାରି କରୁଛି। ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ସଂକ୍ରମଣ ଥମିବାରେ ନାଁ ଧରୁନି। ଆରମ୍ଭରୁ ଢିଲା ପଦକ୍ଷେପ ଓ ଅବହେଳା ଯୋଗୁ ଏବେ ସ୍ଥିତି ପୂରା ବିଗିଡିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ହୁହୁ ହୋଇ ବଢ଼ିଚାଲିଥିବାବେଳେ ସହରର ବିଭିନ୍ନ ବସ୍ତି ଓ କଲୋନୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସ୍ଥିତି ଉପୁଜିଛି। ସହରର ହାଟ ଓ ବଜାରରେ ଗହଳିର ବାସ୍ତବତାକୁ ଦେଖିଲେ ବିଏମ୍‌ସିର ଅବହେଳା ସହଜରେ ବାରି ହୋଇଯାଉଛି। ସାମାଜିକ ଦୂରତ୍ୱ ଆଦୌ ନ ଥିବାବେଳେ ଜଗିବାକୁ ବା ସଚେତନ କରିବାକୁ ସତେଯେମିତି କାହାର ଚିନ୍ତା ନାହିଁ। ଯେଉଁଠି ସଂକ୍ରମଣ ନେଡିଗୁଡ଼ କହୁଣିକୁ ବୋହିଯାଉଛି ସେଇଠି ଅଧିକାରୀମାନେ ଅଣ୍ଟାଭିଡିବାବେଳକୁ ଲୋକଙ୍କ ଜୀବନ ବିପଦମୁହଁକୁ ଚାଲିଯାଉଛି। ଅନ୍ୟପକ୍ଷରେ ବିଏମ୍‌ସି ପକ୍ଷରୁ ସହରର ଜନସଂଖ୍ୟା ଅନୁଯାୟୀ ଆବଶ୍ୟକ ସଂଖ୍ୟକ ମାଗଣା କ୍ୱାରାଣ୍ଟାଇନ୍‌ ସେଣ୍ଟର ନାହିଁ। ହୋମ୍‌ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରି ଉଭୟ ଖର୍ଚ୍ଚ ଓ ଦାୟିତ୍ୱ ବୋଝ ଖସାଇ ଦେଇଛି ବିଏମ୍‌ସି। ହେଲେ ସନ୍ଦିଗ୍ଧମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ କରୁ ନ ଥିବାରୁ ପରିବାରରୁ ପଡୋଶୀ ଓ ଗୋଷ୍ଠୀ ସଂକ୍ରମଣ ହୋଇଯାଉଛି। ପ୍ରତିଦିନ ଏଭଳି ଘଟଣା ନଜରକୁ ଆସୁଥିଲେ ମଧ୍ୟ ସହରରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା କହି ବିଏମ୍‌ସିର ଅଧିକାରୀମାନେ ଦୋଷ ଖସାଇବାରେ ଲାଗିଛନ୍ତି। ସ୍ଥିତି ସମ୍ପର୍କରେ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧାରୀଙ୍କୁ ପଚାରିବାରେ ସେ ଗୋଷ୍ଠୀ ସଂକ୍ରମଣ ରୋକିବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି କହିଛନ୍ତି।
ଶୁକ୍ରବାର ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱରରୁ ଆଉ ୨୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସବୁଠୁ ବଡ଼ କଥା ହେଲା, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ଅଧିକାଂଶ ବ୍ୟକ୍ତି ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏହି ପୁରୁଣା ଆକ୍ରାନ୍ତମାନେ ପଡୋଶୀ, ଘରର ସଦସ୍ୟ ଓ ସମ୍ପର୍କୀୟ ବୋଲି ଜଣାପଡିଛି। ଏମାନଙ୍କୁ ମିଶାଇଲେ ଭୁବନେଶ୍ୱରରେ ବର୍ତ୍ତମାନ ୩୬୯ଜଣ ସଂକ୍ରମଣର ଶିକାର ହୋଇଛନ୍ତି।
ବିଏମ୍‌ସିର ସୂଚନାନୁସାରେ, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟଙ୍କ ମଧ୍ୟରେ ଏୟାରପୋର୍ଟ କଲୋନୀରୁ ଜଣେ ୨୮ ବର୍ଷୀୟ ଯୁବକ, କୋଳଥିଆର ପିପିଏଲ୍‌ କଲୋନୀରୁ ଜଣେ ୩୭ ବର୍ଷୀୟ ପୁରୁଷ, ସାଲିଆସାହି ଶ୍ରୀକ୍ରିଷ୍ଣା ନଗରରୁ ୨ ଜଣ (୩୮ ଓ ୪୦ ବର୍ଷୀୟ ପୁରୁଷ), ଅନ୍ୟ ଜିଲାରୁ ଆସି ସଙ୍ଗରୋଧରେ ଥିବା ୨ଜଣ (୪୨ ଓ ୧୮ ବର୍ଷୀୟ ପୁରୁଷ), ଶୈଳଶ୍ରୀ ବିହାର ଫେଜ୍‌-୭ରୁ ଜଣେ ୨୮ ବର୍ଷୀୟା ମହିଳା, ବରମୁଣ୍ଡା ହାଉସିଂବୋର୍ଡ କଲୋନୀରୁ ଜଣେ ୪୦ ବର୍ଷୀୟା ମହିଳା, ମଞ୍ଚେଶ୍ୱରରୁ ୯ଜଣ (ସମସ୍ତେ ପୁରୁଷ ଓ ଅଧିକାଂଶ ଯୁବକ), ନୟାପଲ୍ଲୀ ବାଲିତୋଟାସାହି ବସ୍ତିରୁ ଜଣେ ୨୬ ବର୍ଷୀୟ ଯୁବକଙ୍କ ସମେତ ୨ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ୪ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ହୋଇଥିବାବେଳେ ଜଣେ ଖଣ୍ଡଗିରି ଅଞ୍ଚଳର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri