ଏସବୁ ଘରୋଇ ଉପଚାର ଶିଶୁଙ୍କୁ କାଶ ସମସ୍ୟାରୁ ଦିଏ ମୁକ୍ତି

ଛୋଟ ପିଲାମାଙ୍କୁ କାଶ ହେବା ଫଳରେ ଅନେକ ଯନ୍ତ୍ରଣା ହୋଇଥାଏ। ମା’ ବାପା ଏନେଇ ଅଧିକ ଚିନ୍ତାରେ ପଡ଼ିଯାଇଥାନ୍ତି। ସବୁଠୁ ବଡ ସମସ୍ୟା ହେଉଛି ଦୁଇ ବର୍ଷରୁ କମ ପିଲାମାନଙ୍କୁ ବିନା ପ୍ରେସକ୍ରିପଶନରେ ଔଷଧ ଦିଆଯାଇ ନ ଥାଏ। କାରଣ ଡାକ୍ତରଙ୍କ ପରାମର୍ଶ ନକରି ଛୋଟ ପିଲାମାନଙ୍କୁ ଔଷଧ ଦେବା ଭଲ ନୁହେଁ । ମାତ୍ର ଆପଣ କାଶ ପାଇଁ ଅନେକ ଘରୋଇ ଉପଚାର ଆପଣାଇ ପାରିବେ। ଯାହା ଶିଶୁର କିଛି କ୍ଷତି ନ ଘଟାଇ କାଶରୁ ଆରାମ ଦେଇଥାଏ। ଜାଣନ୍ତୁ ସେ ସମ୍ପର୍କରେ….

ଛୋଟ ପିଲାଙ୍କୁ କାଶ କିମ୍ବା ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଗରମ ପାଣି ବାଷ୍ପ ନେବା ଉଚିତ। ଏହା ଗଳାରେ କଫକୁ ସଫା କରିଥାଏ। ଶରୀରକୁ ଆରାମ ଦେଇଥାଏ। ଶିଶୁକୁ କୋଳକୁ ନେଇ ବାମ୍ଫ ଦେବା ଉଚିତ।

ମହୁ କାଶରୁ ବହୁତ ଆରାମ ଦେଇଥାଏ। ଯଦି ଗୋଟିଏ ବର୍ଷରୁ ଅଧିକ ପିଲାଙ୍କୁ କାଶ ହୁଏ, ତେବେ ତାଙ୍କୁ ପ୍ରତିଦିନ ଗୋଟିଏ ଚାମଚ ମହୁ ଦିଅନ୍ତୁ। ଏହା କେବଳ କାଶକୁ ରୋକିବାରେ ସାହାଯ୍ୟ କରିବା ସହିତ ଶୋଇବାରେ ମଧ୍ୟ ସାହାଯ୍ୟ କରେ। ଏକ ବର୍ଷରୁ କମ ପିଲାମାନଙ୍କୁ ମହୁ ଦିଆଯିବା ଠିକ୍‌ ନୁହେଁ।

ଯଦି ପିଲାଟି ସାତରୁ ଆଠ ମାସର, ତେବେ କ୍ଷୀରରେ ଆଲମଣ୍ଡ ପେଷ୍ଟ କରି ଦିଅନ୍ତୁ। ଏକ ଛୋଟ ପିଲା ପାଇଁ ଆଲମଣ୍ଡର ଅଧା ଯଥେଷ୍ଟ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ଆରାମ ଦେଇଥାଏ। ପିଲାଙ୍କୁ ବାଦାମ ଦେବାବେଳେ ଧ୍ୟାନ ଦିଅନ୍ତୁ ଯେ ଏଥିରେ ଯେପରି କୌଣସି ଚୋପା ରହି ନ ଯାଏ।

ସାଧାରଣତଃ ଶୋଇବା ସମୟରେ କାଶ ହୋଇଥାଏ। ଯାହା ଶିଶୁଟିକୁ ଶୋଇ ଦେଇ ନଥାଏ। ଏଥିଲାଗି ପିଲାମାନେ ବିରକ୍ତ ହୁଅନ୍ତି। ତେଣୁ, ଶୋଇବା ସମୟରେ ଶିଶୁର ମୁଣ୍ଡରେ ଏକ ନରମ ତକିଆ ରଖନ୍ତୁ । ଫଳରେ ଆରାମ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri