ସମ୍ବଲପୁର,୧୦ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଜାତୀୟ ରାଜପଥ କଡରେ ଥିବା ପଞ୍ଚମୁଖି ଢ଼ାବାରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଢ଼ାବା କର୍ମଚାରୀଙ୍କୁ ଅନ୍ୟ ଦୁଇ ସହଯୋଗୀ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଏପରି କି ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ମୃତକଙ୍କ ମୁହଁ ପୋଡିଦେଇଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବୁର୍ଲା ଥାନା ଗେଟ କଲୋନୀର ଶରତ ଜେନା (୩୫)। ମାଲିକାନା ଜାହିରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ପୋଲିସ ଘଟଣାସ୍ଥଳରୁ ରକ୍ତାଭିଜା କୁରାଢ଼ି ଜବତ ସହ ରକ୍ତ ନମୁନା ସଂଗ୍ରହ କରିଛି। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୩୪୬/୨୧) ରୁଜୁ ହୋଇଛି। ଘଟଣାସ୍ଥଳରେ ବୁର୍ଲା ଥାନା ଅଧିକାରୀ କମଳଲୋଚନ ପଣ୍ଡା, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରେ ଢ଼ାବାରେ କାର୍ଯ୍ୟରତ ବରଗଡ ଜିଲା ବରାହଗୁଡାର ମୁନା ନନ୍ଦ ଓ ସୁରୁ ବେହେରାଙ୍କୁ ପୋଲିସ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ବୁର୍ଲା ଥାନାଧିକାରୀ ପଣ୍ଡା କହିଛନ୍ତି, ପଞ୍ଚମୁଖି ଢ଼ାବାରେ ମୁନା, ସୁରୁ ଓ ଶରତ କାମ କରୁଥିଲେ। ଲକଡାଉନ ଜାରି ରହିଥିବାରୁ ଢ଼ାବାରେ ଠିକ୍‌ ଭାବେ ବ୍ୟବସାୟ ହେଉ ନ ଥିଲା। ମାଲିକଙ୍କ ଦେହ ଅସୁସ୍ଥ ହେବାରୁ ସେ ମଧ୍ୟ ନିୟମିତ ଆସିପାରୁ ନ ଥିଲେ। ବୁଧବାର ରାତିରେ ୩ଜଣ ଏକାଠି ଦେଶୀ ଓ ବିଦେଶୀ ମଦ ପିଇଥିଲେ। ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଶରତଙ୍କୁ ଅଧିକ ନିଶା ହୋଇଥିଲା। ଏହାର ସୁଯୋଗ ନେଇ ମୁନା ଓ ସୁରୁ ତାଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଶରତଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.) ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ...

ୱାର୍ଡମେମ୍ବର ନିର୍ବାଚନ ପ୍ରସ୍ତୁତି ଶେଷ: ବୁଥ୍‌ରେ ପହଞ୍ଚିଲେ ପୋଲିଂ ଦଳ

ସୋରଡା,୧।୫(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନରେ ଖାଲି ପଡିଥିବା ୱାର୍ଡ ସଭ୍ୟା ଏବଂ ସଭ୍ୟଙ୍କ ପାଇଁ ମେ’ ୨ ତାରିଖ ମଙ୍ଗଳବାର ନିର୍ବାଚନ ହେବା। ଏନେଇ ପ୍ରଶାସନ ପକ୍ଷରୁ...

ଗଣବଳାତ୍କାର ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ, କଠୋର ଦଣ୍ଡ ଦାବି

ଭବାନୀପାଟଣା,୨୫।୯(ଡି.ଏନ.ଏ.)-ଜଣେ ଛାତ୍ରୀ ପ୍ରତି ହୋଇଥିବା ଗଣବଳାତ୍କାର ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ଦାବି କରି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା...

ରାଜଧାନୀରେ କରୋନା ସତର୍କତା: ସର୍ବସାଧାରଣସ୍ଥାନକୁ ସଂକ୍ରମଣ ମୁକ୍ତ କରିବାକୁ ବିଶୋଧକ ସ୍ପ୍ରେ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ବସାଧାରଣସ୍ଥାନକୁ ସଂକ୍ରମଣମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବିଏମ୍‌ସିର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ବାପୁଜି...

ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ଟ୍ରକ୍‌ ଜବତ, ୨ ଗିରଫ

ଓଡ଼ଗାଁ,୧୨ା୧(ସ୍ବ.ପ୍ର.): ଗୁରୁବାର ଭୋର୍‌ରୁ ସ୍ଥାନୀୟ ବନ ବିଭାଗ ରାତ୍ରି ପାଟ୍ରୋଲିଂରୁ ଫେରୁଥିବା ବେଳେ ବାଉଁଶଗାଡ଼ିଆ ନିକଟରୁ ଏକ ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି। ବନ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବଣିକ ସଂଘର ସହାୟତା

ଚାନ୍ଦବାଲି,୧ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବଣିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ୫୧,୨୦୦ ଟଙ୍କାର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯାଇଛି।...

ନ୍ୟାସ୍‌ନାଲ କଲେଜ କ୍ୟାମ୍ପସରେ ୩ ଭାଲୁ

ନୂଆପଡା ଅଫିସ,୪।୧-ଦିନ ଦ୍ୱିପ୍ରହରେ ନୂଆପଡା ଜିଲା ସଦର ମହକୁମାରେ ଥିବା ନ୍ୟାସନାଲ କଲେଜ କ୍ୟାମ୍ପସକୁ ଶୁକ୍ରବାର ୩ଟି ବଣୁଆ ଭାଲୁ ଆସି ଆତଙ୍କ ଚଳାଇଥିବା ଦେଖାଯାଇଛି।...

ମୁନିଗୁଡ଼ାରେ ମାଓବାଦୀ ବିରୋଧୀ ପୋଷ୍ଟର

ମୁନିଗଡ଼ା,୭।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ବୁର୍ଷିଖମ୍ବା ଗ୍ରାମ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଡଙ୍ଗରିଆ...

Advertisement
Archives

Model This Week