ପୁଞ୍ଜିପତିଙ୍କ ପାଇଁ ସତର୍କଘଣ୍ଟି

ଈପ୍ସିତା ମହାନ୍ତି

ଧନୀ ଓ ଗରିବଙ୍କ ମଧ୍ୟରେ ବଢୁଥିବା ତାରତମ୍ୟ ଯୋଗୁ ଅର୍ଥନୀତିଜ୍ଞ ହିଁ ନୁହନ୍ତି, ସମାଜବିଜ୍ଞାନୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କରୋନା ସଙ୍କଟ ହେତୁ ସାମାଜିକ ସ୍ଥିତି ବିଗିଡ଼ିଯାଇ ବର୍ତ୍ତମାନ ଏହି ସମସ୍ୟା ଆହୁରି ସଙ୍ଗିନ ହୋଇ ଉଠିଛି। ସମ୍ପ୍ରତି ଯୁବ ପିଢ଼ିଙ୍କ ମଧ୍ୟରେ ବେକାରି ସଂଖ୍ୟା ବୃଦ୍ଧି ପାଇଚାଲିଛି। ପୁଣି ଜୀବିକା ପାଇଁ ଆଜି ବହୁ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି। ଜନସଂଖ୍ୟାର ଏକ ସିଂହଭାଗ ଲୋକଙ୍କ ମଧ୍ୟରେ ବସା ବାନ୍ଧୁଥିବା କ୍ରୋଧର ସ୍ଫୁଲିଙ୍ଗ ଯେକୌଣସି ସମୟରେ ଅରାଜକତାର ରୂପ ନେଇପାରେ। ଏଭଳି ଆଶଙ୍କାରେ ବିଶ୍ବର ଧନିକ ଶ୍ରେଣୀ ଆଜି ଭୟଭୀତ।
କେବଳ ୧୦ଜଣ ଧନୀଙ୍କ ପାଖରେ ଆଜି ଯେତିକି ପୁଞ୍ଜି ଗଚ୍ଛିତ ଅଛି, ତାହା ୩୫୦ କୋଟି ଲୋକ ଅର୍ଥାତ୍‌ ଅର୍ଦ୍ଧେକ ବିଶ୍ବ ଜନସଂଖ୍ୟାର ସମ୍ପତ୍ତିଠାରୁ ବି ଅଧିକ ହେବ। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଖରବପତି ବା ଟ୍ରିଲିୟନେୟାରଙ୍କ ସଂଖ୍ୟା ଦଶଗୁଣ ବୃଦ୍ଧି ପାଇଛି। ଦୁନିଆର ଏକ ତୃତୀୟାଂଶ ଧନୀ ଆଜି ଏହି ଦେଶରେ ଅଛନ୍ତି, ଯେଉଁଠି ପାଖାପାଖି ୫୦କୋଟି ଲୋକ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ମୁଠାଏ ଖାଇବା ପାଇଁ ପ୍ରତିଦିନ ସେମାନେ ସଂଘର୍ଷ କରୁଛନ୍ତି। ତଥ୍ୟ ଅନୁସାରେ ବର୍ତ୍ତମାନ ଭାରତରେ ୧୧୧ଜଣ ଖରବପତି ଏବଂ ୪ଲକ୍ଷରୁ ଅଧିକ କୋଟିପତି ରହିଛନ୍ତି। ରେ ଡେଲିଓ, ମାର୍କ କ୍ୟୁବାନ୍‌, କ୍ଲାଉସ୍‌ ସ୍ବାବ୍‌ ଭଳି ଦୁନିଆର ଖରବପତିଗଣ କେବେ ଗରିବଙ୍କୁ ସାହାଯ୍ୟ କରିଥିବା ଜଣାଯାଇନାହିଁ। ଅବଶ୍ୟ ଇତିହାସରୁ ସେମାନେ ଶିକ୍ଷା ପାଇଛନ୍ତି ଯେ ଏଭଳି ପରିସ୍ଥିତି ଅସନ୍ତୋଷକୁ କ୍ରୋଧରେ ପରିଣତ କରିପାରେ। ତଥାପି ବେଳ ହୁଁ ସେମାନେ ଏ ବିଷୟରେ ଆଦୌ ସଜାଗ ହେଉନାହାନ୍ତି; ଯେଉଁଥିପାଇଁ ବର୍ତ୍ତମାନ ସେମାନେ କେବଳ ଶଙ୍କାଗ୍ରସ୍ତ ନୁହନ୍ତି ବରଂ ଚିନ୍ତିତ ମଧ୍ୟ। ପ୍ରାଚୀନ ସାମାଜିକ ତଥା ଅର୍ଥନୈତିକ ଇତିହାସର ବିଶାରଦ, ପ୍ରଫେସର ୱାଲ୍ଟର ସ୍କେନଡେଲ୍‌ କହିଛନ୍ତି ଯେ- ଅସମାନତା ବିସ୍ଫୋରକ ସ୍ଥିତିରେ ପହଞ୍ଚି ଗଲେ ଧନୀ ବ୍ୟକ୍ତିଙ୍କ ସ୍ବାର୍ଥ ରକ୍ଷା କରିବା ସରକାରଙ୍କ ପାଇଁ ବାଧ୍ୟତାମୂଳକ ହୋଇଯାଏ। ଏହାର ସ୍ବାଭାବିକ ପରିଣାମ ଗରିବଙ୍କ ଦମନ ସଦୃଶ ହୋଇଥାଏ। ସ୍କେନଡେଲ୍‌ଙ୍କ କହିବା ଅନୁସାରେ ଏହି ଅସମାନତାର ପରିସମାପ୍ତି କେବଳ ମହାମାରୀ, ଯୁଦ୍ଧ, ସରକାରଙ୍କ ପତନ କିମ୍ବା ବିପ୍ଳବ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ପୃଥିବୀ ପୃଷ୍ଠରେ ବହୁବାର ଏଭଳି ଘଟଣା ଘଟିଛି। ଇତିହାସରେ ମଧ୍ୟ ଏହା ଉଲ୍ଲେଖ ରହିଛି।
ଉଦାରୀକରଣ ଏବଂ ଜଗତୀକରଣର ଅର୍ଥନୈତିକ ନୀତି ଦ୍ବାରା ୧୯୯୦ ଦଶକ ପରେ ଦୁନିଆରେ ପୁଞ୍ଜିସାମ୍ରାଜ୍ୟର ଦ୍ରୁତ ବିସ୍ତାର ଘଟିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଭିବୃଦ୍ଧିର ବୃହତ୍ତର ଅଂଶ ଅଳ୍ପ କିଛି ହାତଗଣତି ଲୋକଙ୍କ ପାଖରେ ଠୁଳ ହୋଇ ଚାଲିଲା। କେବଳ ୧୦ଜଣ ଧନୀଙ୍କ ପାଖରେ ବିଶ୍ବ ଜନସଂଖ୍ୟାର ଅଧାରୁ ଅଧିକ ସମ୍ପତ୍ତି ଠୁଳ ହେବା କୌଣସି ପ୍ରକାରେ ଆକସ୍ମିକ ନ ଥିଲା। ବିଶ୍ବ ସ୍ତରରେ ଏଥିପାଇଁ ଉଚିତ ନୀତି ପ୍ରସ୍ତୁତ ହୋଇଥିଲା ଏବଂ ଭାରତ ପରି ଅଣ-ବିକଶିତ ଦେଶକୁ ମଧ୍ୟ ଏହା ଅନୁସରଣ କରିବାକୁ ବାଧ୍ୟ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ପ୍ରଥମେ ଗେଟ୍‌ (ଶୁଳ୍କ ଏବଂ ବାଣିଜ୍ୟ ଉପରେ ସାଧାରଣ ଚୁକ୍ତିନାମା) ଦ୍ବାରା ବିଭିନ୍ନ ଦେଶ ମଧ୍ୟରେ ବାଣିଜି୍ୟକ କାରବାର ପାଇଁ ନିୟମ ପ୍ରସ୍ତୁତ ହୋଇଥିଲା। ଏହାକୁ ଭିତ୍ତିକରି ୧୯୯୪-୯୫ରେ ବିଶ୍ୱ ବାଣିଜି୍ୟକ ସଂଗଠନ ପ୍ରତିଷ୍ଠା କରାଗଲା। ସମୟକ୍ରମେ ଏଭଳି ଅନେକଗୁଡ଼ିଏ ନୂତନ ନିୟମ ତିଆରି ହୋଇଚାଲିଲା; ଯାହାର ଉଦ୍ଦେଶ୍ୟ ଥିଲା ଯେ କୌଣସି ପରିସ୍ଥିତିରେ ସମ୍ପନ୍ନ ଓ ବିକଶିତ ପ୍ରତିଷ୍ଠାନ ସହ ଦେଶର ପୁଞ୍ଜି ବୃଦ୍ଧି କରିବା ଏବଂ ଧନୀମାନଙ୍କ ପାଇଁ ଲାଭଦାୟକ ନୀତି ପ୍ରସ୍ତୁତ କରିବା। ଏହି କାରଣରୁ ଦୁନିଆରେ ଅର୍ଥନୈତିକ ଅସମାନତା କ୍ରମଶଃ ବୃଦ୍ଧି ପାଇଚାଲିଲା।
ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଅସମାନତାର ସମସ୍ୟା ବହୁଳ ଦେଶ। ଏଠି କେବଳ ଏକ ପ୍ରତିଶତ ଲୋକଙ୍କ ପାଖରେ ୫୫ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବା ପୁଞ୍ଜି ଗଚ୍ଛିତ ଅଛି। ୨୦୧୭-୧୮ରେ ୭୩୦୦ ଜଣ ବ୍ୟକ୍ତି ଅରବପତିଙ୍କ ଗୋଷ୍ଠୀରେ ନୂତନ ଭାବେ ସାମିଲ ହୋଇଥିଲେ। ଏଥିଯୋଗୁ ଦେଶରେ ଧନୀଙ୍କ ସଂଖ୍ୟା ୩ଲକ୍ଷ ୫୦ହଜାରକୁ ଅତିକ୍ରମ କରିଯାଇଥିଲା। ଏହି ଗୋଷ୍ଠୀଙ୍କ ମୋଟ ସମ୍ପତ୍ତିର ପରିମାଣ ୭.୭ ଟ୍ରିଲିୟନରେ ପହଞ୍ଚିଛି। ଏକ ଅଧ୍ୟୟନର ତଥ୍ୟ ଅନୁସାରେ ଆମ ଦେଶର ବୟସ୍କଙ୍କ ହାରାହାରି ପୁଞ୍ଜି ପ୍ରାୟ ୫ଲକ୍ଷ ୧୫ହଜାର ଟଙ୍କା ହୋଇଥିବାବେଳେ ଚାଇନାର ବୟସ୍କଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୩୫ଲକ୍ଷ ଟଙ୍କା। ଆମ ଦେଶରେ ପୁଞ୍ଜିର ଅଭିବୃଦ୍ଧି ଖୁବ୍‌ ଦ୍ରୁତଗତିରେ ହୋଇଛି କିନ୍ତୁ ଦେଶର ସଂଖ୍ୟାଧିକ ଜନତା ଏଥିରୁ ବଞ୍ଚିତ ହୋଇଛନ୍ତି। ତଥ୍ୟ ଅନୁସାରେ ବର୍ତ୍ତମାନ ଆମ ଦେଶର ୯୧ ପ୍ରତିଶତ ଲୋକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୭.୩୫ଲକ୍ଷରୁ କମ୍‌ ହୋଇଥିବା ବେଳେ ୦.୬ ପ୍ରତିଶତ ଲୋକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୭୩.୫୦ଲକ୍ଷ କିମ୍ବା ତା’ଠାରୁ ଅଧିକ ହେବ। ଏ କ୍ଷେତ୍ରରେ ଔଦ୍ୟୋଗିକ ଦୃଷ୍ଟିରୁ ବିକଶିତ ଦେଶ ଜାପାନକୁ ଏହାର ସମସ୍ତ ଶ୍ରେୟ ଯିବ। କାରଣ ବିଶ୍ୱରେ ଅସମାନତାର ସର୍ବନିମ୍ନ ହାର ଜାପାନରେ ହିଁ ଦେଖିବାକୁ ମିଳିଥାଏ। ଭାରତରେ ଜାତୀୟ ସମ୍ପତ୍ତିର ୫୫ପ୍ରତିଶତରୁ ଅଧିକ ପୁଞ୍ଜି ୧% ଲୋକଙ୍କ ପାଖରେ ଏବଂ ୬୮.୮ ପ୍ରତିଶତ ପୁଞ୍ଜି ୫% ଲୋକଙ୍କ ଦଖଲରେ ରହିଛି। ସେହିଭଳି ୭୬.୮ ପ୍ରତିଶତ ସମ୍ପତ୍ତି ମାତ୍ର ୧୦% ଲୋକଙ୍କ ପାଖରେ ଅଛି। ଅନ୍ୟପଟେ ଜାପାନର ଅର୍ଦ୍ଧେକ ଜନସଂଖ୍ୟା ନିକଟରେ ଜାତୀୟ ସମ୍ପତ୍ତିର ୪.୧%ରୁ ବି କମ୍‌ ସମ୍ପତ୍ତି ରହିଛି। ଅସମାନତାର ଗ୍ରାଫ୍‌ରେ ଆମେରିକା ତୁଳନାରେ ଭାରତ ଆଜି ବହୁ ଆଗକୁ ଚାଲିଯାଇଛି। ସେଠାରେ ଏକ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୩୭.୩% ପୁଞ୍ଜି ରହିଛି କିନ୍ତୁ ଭାରତରେ ଏହି ସଂଖ୍ୟା ୫୫%କୁ ଅତିକ୍ରମ କରିଯିବ।
ଇତିମଧ୍ୟରେ ବିଶ୍ବ ଅର୍ଥନୈତିକ ସଂଗଠନର ପ୍ରତିଷ୍ଠାତା-ସଭାପତି କ୍ଲାଉସ୍‌ ସ୍ବାବ ମଧ୍ୟ ସାରାଦୁନିଆକୁ ସତର୍କ କରିଛନ୍ତି। ତାଙ୍କ ମତରେ ଏହି ଅସମାନତା ସମସ୍ୟା ହ୍ରାସ ନ ପାଇଲେ ବିଶ୍ୱ ସମାଜର ଅସ୍ତିତ୍ୱ ବିପଦରେ ପଡ଼ିଯିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଇନ୍‌ ଲାଗାର୍ଡ ମଧ୍ୟ ସେହି ଏକା କଥା କହିଛନ୍ତି। ଲାଗାର୍ଡଙ୍କ ମତରେ ଅଧିକାଂଶ ଦେଶରେ ବହୁତ କମ୍‌ ଲୋକ ଅଛନ୍ତି; ଯେଉଁମାନେ ଅର୍ଥନୈତିକ ପ୍ରଗତିର ଲାଭ ଉଠାଇ ଚାଲିଛନ୍ତି। କିନ୍ତୁ ସମାଜର ସ୍ଥିରତା ଏବଂ ସୌହାର୍ଦ୍ଦ୍ୟ ଦୃଷ୍ଟିରୁ ଏହି ପରିସ୍ଥିତିକୁ ଅଧିକ ସମୟ ପର୍ଯ୍ୟନ୍ତ ବଜାୟ ରହିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ବିଶ୍ୱବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଜିମ୍‌ ୟୋଙ୍ଗ୍‌ କିମ୍‌ ଏହି ବିଷୟରେ ବିଶ୍ବକୁ କେବଳ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ ସମାଜରେ ବଢୁଥିବା ଅସମାନତାକୁ ସମାଧାନ କରିବାରେ ଅସମର୍ଥ ବା ବିଫଳ ହେବା ହିଁ ଏକ ପ୍ରମୁଖ ସାମାଜିକ ବିଶୃଙ୍ଖଳା। ଦୀର୍ଘଦିନ ଧରି ସାଧାରଣ ଲୋକଙ୍କୁ ଅଣଦେଖା କରିଚାଲିଲେ ସାମାଜିକ ଶୃଙ୍ଖଳା ବଜାୟ ରହିପାରିବ ନାହିଁ ବୋଲି କହିବା ଅରାଜକତା ଆଡ଼କୁ ଗତି କରିବା ଛଡ଼ା ଆଉ କିଛି ନୁହେଁ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri