ପୁଞ୍ଜିପତିଙ୍କ ପାଇଁ ସତର୍କଘଣ୍ଟି

ଈପ୍ସିତା ମହାନ୍ତି

ଧନୀ ଓ ଗରିବଙ୍କ ମଧ୍ୟରେ ବଢୁଥିବା ତାରତମ୍ୟ ଯୋଗୁ ଅର୍ଥନୀତିଜ୍ଞ ହିଁ ନୁହନ୍ତି, ସମାଜବିଜ୍ଞାନୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କରୋନା ସଙ୍କଟ ହେତୁ ସାମାଜିକ ସ୍ଥିତି ବିଗିଡ଼ିଯାଇ ବର୍ତ୍ତମାନ ଏହି ସମସ୍ୟା ଆହୁରି ସଙ୍ଗିନ ହୋଇ ଉଠିଛି। ସମ୍ପ୍ରତି ଯୁବ ପିଢ଼ିଙ୍କ ମଧ୍ୟରେ ବେକାରି ସଂଖ୍ୟା ବୃଦ୍ଧି ପାଇଚାଲିଛି। ପୁଣି ଜୀବିକା ପାଇଁ ଆଜି ବହୁ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି। ଜନସଂଖ୍ୟାର ଏକ ସିଂହଭାଗ ଲୋକଙ୍କ ମଧ୍ୟରେ ବସା ବାନ୍ଧୁଥିବା କ୍ରୋଧର ସ୍ଫୁଲିଙ୍ଗ ଯେକୌଣସି ସମୟରେ ଅରାଜକତାର ରୂପ ନେଇପାରେ। ଏଭଳି ଆଶଙ୍କାରେ ବିଶ୍ବର ଧନିକ ଶ୍ରେଣୀ ଆଜି ଭୟଭୀତ।
କେବଳ ୧୦ଜଣ ଧନୀଙ୍କ ପାଖରେ ଆଜି ଯେତିକି ପୁଞ୍ଜି ଗଚ୍ଛିତ ଅଛି, ତାହା ୩୫୦ କୋଟି ଲୋକ ଅର୍ଥାତ୍‌ ଅର୍ଦ୍ଧେକ ବିଶ୍ବ ଜନସଂଖ୍ୟାର ସମ୍ପତ୍ତିଠାରୁ ବି ଅଧିକ ହେବ। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଖରବପତି ବା ଟ୍ରିଲିୟନେୟାରଙ୍କ ସଂଖ୍ୟା ଦଶଗୁଣ ବୃଦ୍ଧି ପାଇଛି। ଦୁନିଆର ଏକ ତୃତୀୟାଂଶ ଧନୀ ଆଜି ଏହି ଦେଶରେ ଅଛନ୍ତି, ଯେଉଁଠି ପାଖାପାଖି ୫୦କୋଟି ଲୋକ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ମୁଠାଏ ଖାଇବା ପାଇଁ ପ୍ରତିଦିନ ସେମାନେ ସଂଘର୍ଷ କରୁଛନ୍ତି। ତଥ୍ୟ ଅନୁସାରେ ବର୍ତ୍ତମାନ ଭାରତରେ ୧୧୧ଜଣ ଖରବପତି ଏବଂ ୪ଲକ୍ଷରୁ ଅଧିକ କୋଟିପତି ରହିଛନ୍ତି। ରେ ଡେଲିଓ, ମାର୍କ କ୍ୟୁବାନ୍‌, କ୍ଲାଉସ୍‌ ସ୍ବାବ୍‌ ଭଳି ଦୁନିଆର ଖରବପତିଗଣ କେବେ ଗରିବଙ୍କୁ ସାହାଯ୍ୟ କରିଥିବା ଜଣାଯାଇନାହିଁ। ଅବଶ୍ୟ ଇତିହାସରୁ ସେମାନେ ଶିକ୍ଷା ପାଇଛନ୍ତି ଯେ ଏଭଳି ପରିସ୍ଥିତି ଅସନ୍ତୋଷକୁ କ୍ରୋଧରେ ପରିଣତ କରିପାରେ। ତଥାପି ବେଳ ହୁଁ ସେମାନେ ଏ ବିଷୟରେ ଆଦୌ ସଜାଗ ହେଉନାହାନ୍ତି; ଯେଉଁଥିପାଇଁ ବର୍ତ୍ତମାନ ସେମାନେ କେବଳ ଶଙ୍କାଗ୍ରସ୍ତ ନୁହନ୍ତି ବରଂ ଚିନ୍ତିତ ମଧ୍ୟ। ପ୍ରାଚୀନ ସାମାଜିକ ତଥା ଅର୍ଥନୈତିକ ଇତିହାସର ବିଶାରଦ, ପ୍ରଫେସର ୱାଲ୍ଟର ସ୍କେନଡେଲ୍‌ କହିଛନ୍ତି ଯେ- ଅସମାନତା ବିସ୍ଫୋରକ ସ୍ଥିତିରେ ପହଞ୍ଚି ଗଲେ ଧନୀ ବ୍ୟକ୍ତିଙ୍କ ସ୍ବାର୍ଥ ରକ୍ଷା କରିବା ସରକାରଙ୍କ ପାଇଁ ବାଧ୍ୟତାମୂଳକ ହୋଇଯାଏ। ଏହାର ସ୍ବାଭାବିକ ପରିଣାମ ଗରିବଙ୍କ ଦମନ ସଦୃଶ ହୋଇଥାଏ। ସ୍କେନଡେଲ୍‌ଙ୍କ କହିବା ଅନୁସାରେ ଏହି ଅସମାନତାର ପରିସମାପ୍ତି କେବଳ ମହାମାରୀ, ଯୁଦ୍ଧ, ସରକାରଙ୍କ ପତନ କିମ୍ବା ବିପ୍ଳବ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ପୃଥିବୀ ପୃଷ୍ଠରେ ବହୁବାର ଏଭଳି ଘଟଣା ଘଟିଛି। ଇତିହାସରେ ମଧ୍ୟ ଏହା ଉଲ୍ଲେଖ ରହିଛି।
ଉଦାରୀକରଣ ଏବଂ ଜଗତୀକରଣର ଅର୍ଥନୈତିକ ନୀତି ଦ୍ବାରା ୧୯୯୦ ଦଶକ ପରେ ଦୁନିଆରେ ପୁଞ୍ଜିସାମ୍ରାଜ୍ୟର ଦ୍ରୁତ ବିସ୍ତାର ଘଟିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଭିବୃଦ୍ଧିର ବୃହତ୍ତର ଅଂଶ ଅଳ୍ପ କିଛି ହାତଗଣତି ଲୋକଙ୍କ ପାଖରେ ଠୁଳ ହୋଇ ଚାଲିଲା। କେବଳ ୧୦ଜଣ ଧନୀଙ୍କ ପାଖରେ ବିଶ୍ବ ଜନସଂଖ୍ୟାର ଅଧାରୁ ଅଧିକ ସମ୍ପତ୍ତି ଠୁଳ ହେବା କୌଣସି ପ୍ରକାରେ ଆକସ୍ମିକ ନ ଥିଲା। ବିଶ୍ବ ସ୍ତରରେ ଏଥିପାଇଁ ଉଚିତ ନୀତି ପ୍ରସ୍ତୁତ ହୋଇଥିଲା ଏବଂ ଭାରତ ପରି ଅଣ-ବିକଶିତ ଦେଶକୁ ମଧ୍ୟ ଏହା ଅନୁସରଣ କରିବାକୁ ବାଧ୍ୟ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ପ୍ରଥମେ ଗେଟ୍‌ (ଶୁଳ୍କ ଏବଂ ବାଣିଜ୍ୟ ଉପରେ ସାଧାରଣ ଚୁକ୍ତିନାମା) ଦ୍ବାରା ବିଭିନ୍ନ ଦେଶ ମଧ୍ୟରେ ବାଣିଜି୍ୟକ କାରବାର ପାଇଁ ନିୟମ ପ୍ରସ୍ତୁତ ହୋଇଥିଲା। ଏହାକୁ ଭିତ୍ତିକରି ୧୯୯୪-୯୫ରେ ବିଶ୍ୱ ବାଣିଜି୍ୟକ ସଂଗଠନ ପ୍ରତିଷ୍ଠା କରାଗଲା। ସମୟକ୍ରମେ ଏଭଳି ଅନେକଗୁଡ଼ିଏ ନୂତନ ନିୟମ ତିଆରି ହୋଇଚାଲିଲା; ଯାହାର ଉଦ୍ଦେଶ୍ୟ ଥିଲା ଯେ କୌଣସି ପରିସ୍ଥିତିରେ ସମ୍ପନ୍ନ ଓ ବିକଶିତ ପ୍ରତିଷ୍ଠାନ ସହ ଦେଶର ପୁଞ୍ଜି ବୃଦ୍ଧି କରିବା ଏବଂ ଧନୀମାନଙ୍କ ପାଇଁ ଲାଭଦାୟକ ନୀତି ପ୍ରସ୍ତୁତ କରିବା। ଏହି କାରଣରୁ ଦୁନିଆରେ ଅର୍ଥନୈତିକ ଅସମାନତା କ୍ରମଶଃ ବୃଦ୍ଧି ପାଇଚାଲିଲା।
ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଅସମାନତାର ସମସ୍ୟା ବହୁଳ ଦେଶ। ଏଠି କେବଳ ଏକ ପ୍ରତିଶତ ଲୋକଙ୍କ ପାଖରେ ୫୫ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବା ପୁଞ୍ଜି ଗଚ୍ଛିତ ଅଛି। ୨୦୧୭-୧୮ରେ ୭୩୦୦ ଜଣ ବ୍ୟକ୍ତି ଅରବପତିଙ୍କ ଗୋଷ୍ଠୀରେ ନୂତନ ଭାବେ ସାମିଲ ହୋଇଥିଲେ। ଏଥିଯୋଗୁ ଦେଶରେ ଧନୀଙ୍କ ସଂଖ୍ୟା ୩ଲକ୍ଷ ୫୦ହଜାରକୁ ଅତିକ୍ରମ କରିଯାଇଥିଲା। ଏହି ଗୋଷ୍ଠୀଙ୍କ ମୋଟ ସମ୍ପତ୍ତିର ପରିମାଣ ୭.୭ ଟ୍ରିଲିୟନରେ ପହଞ୍ଚିଛି। ଏକ ଅଧ୍ୟୟନର ତଥ୍ୟ ଅନୁସାରେ ଆମ ଦେଶର ବୟସ୍କଙ୍କ ହାରାହାରି ପୁଞ୍ଜି ପ୍ରାୟ ୫ଲକ୍ଷ ୧୫ହଜାର ଟଙ୍କା ହୋଇଥିବାବେଳେ ଚାଇନାର ବୟସ୍କଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୩୫ଲକ୍ଷ ଟଙ୍କା। ଆମ ଦେଶରେ ପୁଞ୍ଜିର ଅଭିବୃଦ୍ଧି ଖୁବ୍‌ ଦ୍ରୁତଗତିରେ ହୋଇଛି କିନ୍ତୁ ଦେଶର ସଂଖ୍ୟାଧିକ ଜନତା ଏଥିରୁ ବଞ୍ଚିତ ହୋଇଛନ୍ତି। ତଥ୍ୟ ଅନୁସାରେ ବର୍ତ୍ତମାନ ଆମ ଦେଶର ୯୧ ପ୍ରତିଶତ ଲୋକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୭.୩୫ଲକ୍ଷରୁ କମ୍‌ ହୋଇଥିବା ବେଳେ ୦.୬ ପ୍ରତିଶତ ଲୋକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୭୩.୫୦ଲକ୍ଷ କିମ୍ବା ତା’ଠାରୁ ଅଧିକ ହେବ। ଏ କ୍ଷେତ୍ରରେ ଔଦ୍ୟୋଗିକ ଦୃଷ୍ଟିରୁ ବିକଶିତ ଦେଶ ଜାପାନକୁ ଏହାର ସମସ୍ତ ଶ୍ରେୟ ଯିବ। କାରଣ ବିଶ୍ୱରେ ଅସମାନତାର ସର୍ବନିମ୍ନ ହାର ଜାପାନରେ ହିଁ ଦେଖିବାକୁ ମିଳିଥାଏ। ଭାରତରେ ଜାତୀୟ ସମ୍ପତ୍ତିର ୫୫ପ୍ରତିଶତରୁ ଅଧିକ ପୁଞ୍ଜି ୧% ଲୋକଙ୍କ ପାଖରେ ଏବଂ ୬୮.୮ ପ୍ରତିଶତ ପୁଞ୍ଜି ୫% ଲୋକଙ୍କ ଦଖଲରେ ରହିଛି। ସେହିଭଳି ୭୬.୮ ପ୍ରତିଶତ ସମ୍ପତ୍ତି ମାତ୍ର ୧୦% ଲୋକଙ୍କ ପାଖରେ ଅଛି। ଅନ୍ୟପଟେ ଜାପାନର ଅର୍ଦ୍ଧେକ ଜନସଂଖ୍ୟା ନିକଟରେ ଜାତୀୟ ସମ୍ପତ୍ତିର ୪.୧%ରୁ ବି କମ୍‌ ସମ୍ପତ୍ତି ରହିଛି। ଅସମାନତାର ଗ୍ରାଫ୍‌ରେ ଆମେରିକା ତୁଳନାରେ ଭାରତ ଆଜି ବହୁ ଆଗକୁ ଚାଲିଯାଇଛି। ସେଠାରେ ଏକ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୩୭.୩% ପୁଞ୍ଜି ରହିଛି କିନ୍ତୁ ଭାରତରେ ଏହି ସଂଖ୍ୟା ୫୫%କୁ ଅତିକ୍ରମ କରିଯିବ।
ଇତିମଧ୍ୟରେ ବିଶ୍ବ ଅର୍ଥନୈତିକ ସଂଗଠନର ପ୍ରତିଷ୍ଠାତା-ସଭାପତି କ୍ଲାଉସ୍‌ ସ୍ବାବ ମଧ୍ୟ ସାରାଦୁନିଆକୁ ସତର୍କ କରିଛନ୍ତି। ତାଙ୍କ ମତରେ ଏହି ଅସମାନତା ସମସ୍ୟା ହ୍ରାସ ନ ପାଇଲେ ବିଶ୍ୱ ସମାଜର ଅସ୍ତିତ୍ୱ ବିପଦରେ ପଡ଼ିଯିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଇନ୍‌ ଲାଗାର୍ଡ ମଧ୍ୟ ସେହି ଏକା କଥା କହିଛନ୍ତି। ଲାଗାର୍ଡଙ୍କ ମତରେ ଅଧିକାଂଶ ଦେଶରେ ବହୁତ କମ୍‌ ଲୋକ ଅଛନ୍ତି; ଯେଉଁମାନେ ଅର୍ଥନୈତିକ ପ୍ରଗତିର ଲାଭ ଉଠାଇ ଚାଲିଛନ୍ତି। କିନ୍ତୁ ସମାଜର ସ୍ଥିରତା ଏବଂ ସୌହାର୍ଦ୍ଦ୍ୟ ଦୃଷ୍ଟିରୁ ଏହି ପରିସ୍ଥିତିକୁ ଅଧିକ ସମୟ ପର୍ଯ୍ୟନ୍ତ ବଜାୟ ରହିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ବିଶ୍ୱବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଜିମ୍‌ ୟୋଙ୍ଗ୍‌ କିମ୍‌ ଏହି ବିଷୟରେ ବିଶ୍ବକୁ କେବଳ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ ସମାଜରେ ବଢୁଥିବା ଅସମାନତାକୁ ସମାଧାନ କରିବାରେ ଅସମର୍ଥ ବା ବିଫଳ ହେବା ହିଁ ଏକ ପ୍ରମୁଖ ସାମାଜିକ ବିଶୃଙ୍ଖଳା। ଦୀର୍ଘଦିନ ଧରି ସାଧାରଣ ଲୋକଙ୍କୁ ଅଣଦେଖା କରିଚାଲିଲେ ସାମାଜିକ ଶୃଙ୍ଖଳା ବଜାୟ ରହିପାରିବ ନାହିଁ ବୋଲି କହିବା ଅରାଜକତା ଆଡ଼କୁ ଗତି କରିବା ଛଡ଼ା ଆଉ କିଛି ନୁହେଁ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?