ଟିକାକରଣରେ ରେକର୍ଡ ପରେ ଲାଲକିଲାରେ ଉଡିବ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୧ ।୧୦: କରୋନା ଟିକାକରଣରେ ସରକାର କେର୍ଡ କରିବାକୁ ଯାଉଛନ୍ତି । ଗୁରୁବାର ଦେଶରେ ୧୦୦କୋଟି ଟିକାକରଣ ପୂରଣ ହେବା ପରେ ମୋଦି ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିବା ଜଣାପଡିଛି । ପ୍ରଥମେ ଏହି ଅବସରରେ ଦିଲ୍ଲୀର ଲାଲ କିଲାରେ ତ୍ରିରଙ୍ଗା ଉଡାଇବାର କାର୍ଯ୍ୟକ୍ରମ ରହିଛି । ଏହା ସକାଳ ପାଖାପାଖି ୧୦ଟା ସମୟରେ ଅନୁଷ୍ଠିତ ହେବ । ଏହି ତ୍ରିରଙ୍ଗାର ଲମ୍ବ ୨୫ ଫୁଟ, ଚଉଡା ୧୫୦ ଫୁଟ ଓ ଏହାର ଓଜନ ପାଖାପାଖି ୧,୪୦୦ କିଲୋ ରହିଥିବା ସୂଚନା ମିଳିଛି । ଏହା ଖଦି ପକଡାରେ ପ୍ରସ୍ତୁତ କରାଯାଇଥିବା ବେଳେ ଏହାର କ୍ଷେତ୍ରଫଳ ରହିଛି ୩୭,୫୦୦ ବର୍ଗ ଫୁଟ । ଏଥିପାଇଁ ୪,୬୦୦ ମିଟର ସୂତା ଖଦି କପଡା ବ୍ୟବହାର କରାଯାଇଛି । ଏହାକୁ ୭୦ ଲୋକ ଏକାଠି ମିଶି ୪୯ ଦିନରେ ତିଆରି କରିଛନ୍ତି । ଏହା ଦେଶର ସବୁଠାରୁ ବଡ ଖଦି କପଡାରେ ତିଆରି ହୋଇଥିବା ତ୍ରିରଙ୍ଗା ବୋଲି କୁହାଯାଉଛି । ଏହାପୂର୍ବରୁ ଦେଶର ୭୫ ତମ ସ୍ୱାଧିନତା ଦିବସ ଅବସରରେ ଲେହରେ ପାହାଡ଼ ଉପରେ ୧୦୦୦ କିଲୋଗ୍ରାମ ଓଜନର ଖଦି ପକଡ଼ାରେ ପ୍ରସ୍ତୁତ ତ୍ରିରଙ୍ଗା ଉଡାଯାଇଥିଲା । ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ କରାଯାଇଥିବା ବେଳେ ଅକ୍ଟୋବର ୨୧ରେ ଏହା ୧୦୦ କୋଟିରେ ପହଞ୍ଚିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ କଟକଣାକୁ କୋହଳ କଲା ମୁମ୍ବାଇ ବିଏମ୍‌ସି

ମୁମ୍ବାଇ,୯।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା...

ରାହୁଲଙ୍କୁ ପ୍ରଭୁ ରାମଙ୍କ ସହ ତୁଳନା କଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ,୩୦।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଛି। ଭାଜପା ନେତା ମଧ୍ୟପ୍ରଦେଶର କୃଷି ମନ୍ତ୍ରୀ କମଲ ପଟେଲ...

ହସ୍ପିଟାଲରେ ଭର୍ତ୍ତି ପାଇଁ ପଜିଟିଭ୍‌ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ, ୯।୫: ଦେଶରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ କରୋନାରେ ସଂକ୍ରମିତ ହେଉଥିବାବେଳେ ସେମାନଙ୍କୁ ଚିକିତ୍ସା ଯୋଗାଇବାରେ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପର୍ଯ୍ୟାପ୍ତ ହେଉନାହିଁ। କୋଭିଡ୍‌...

୫ରେ ଭାରତ ଆସିବେ ହାସିନା

ନୂଆଦିଲ୍ଲୀ,୧ା୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଆସନ୍ତା ୫ରେ ଭାରତ ଆସିବେ। ହାସିନା ୫ରୁ ୮ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ଗୁରୁବାର ବହିର୍ବ୍ୟାପାର...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ...

CORONAVIRUS UPDATE: ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଶନିବାର ସକାଳେ ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ...

୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା

ନୂଆଦିଲ୍ଲୀ,୧୬।୧୨: ଦେଶର ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହା...

ସହରାଞ୍ଚଳରେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ,୨ା୧ : ୨୦୨୨ ନଭେମ୍ବରରେ ଦେଶରେ ବେକାରି ହାର ୮% ଥିବାବେଳେ ଡିସେମ୍ବର ମାସରେ ଏହା ୮.୩୦%କୁ ବୃଦ୍ଧି ପାଇଛି। ବେରୋଜଗାରୀ ବୃଦ୍ଧିରେ ଏହା ଗତ...

Advertisement
Archives

Model This Week