ପରିବାର ଓ ସଂସ୍କାରିତ ବାତାବରଣ

କନିଷ୍ଠ କିଶୋର ସାହୁ

ବିଶ୍ୱର ପ୍ରତ୍ୟେକ ସଭ୍ୟତା ଓ ସଂସ୍କୃତିରେ ପରିବାର ସହ ସଂସ୍କାରର ଅଭିନ୍ନ ସମ୍ପର୍କ ରହିଛି। ଧାର୍ମିକ ଭାଷାରେ ସଂସ୍କାରକୁ ଧାର୍ମିକ କ୍ରିୟା ମାଧ୍ୟମରେ ଶରୀର ମନ ଓ ମସ୍ତିଷ୍କର ଶୁଦ୍ଧୀକରଣ ବୁଝାଯାଉଥିବା ବେଳେ ସାଧାରଣ ଅର୍ଥରେ ବ୍ୟକ୍ତିର ସାମାଜିକ ଓ ସମ୍ୟକ୍‌ ବ୍ୟବହାରକୁ ବୁଝା ପଡ଼ିଥାଏ। ବ୍ୟବହାରିକ ଜୀବନରେ ସଂସ୍କାର ହିଁ ବ୍ୟକ୍ତିତ୍ୱର ପରିଚାୟକ ହୋଇଥାଏ; ଯାହାର ମୂଳଦୁଆ ପରିବାରରୁ ଆରମ୍ଭ ହୁଏ।
ଗୋଟିଏ ଜନ୍ମିତ ଶିଶୁକୁ ୩ ଦିନ ହେଲାପରେ ମାଆର ଅସ୍ତିତ୍ୱ, ୯ ଦିନ ପରେ ପରିବାରର ଉପସ୍ଥିତିରେ ମାଆ ଓ ଅନ୍ୟମାନଙ୍କ ସହ ତା’ର ସମ୍ପର୍କକୁ ଅନୁଧ୍ୟାନ କରିପାରେ। ଏ ସମୟରୁ ହିଁ ସେ ନିଜର ଭାବନାକୁ ବ୍ୟକ୍ତ କରିବାକୁ ଯାଇ ବିଭିନ୍ନ ଧ୍ୱନି ବା କ୍ରନ୍ଦନର ଆଶ୍ରୟ ନିଏ। ତିନି ମାସ ହେଲା ପରେ ପାରିପାର୍ଶ୍ୱିକ ଭାଷା ଓ ଭାବନାକୁ ଗ୍ରହଣ କରିବାକୁ ଚେଷ୍ଟା କରେ। ଏ ସମୟରୁ ସେ ଭାଷା, ସଂସ୍କୃତି ଓ ପାରିବାରିକ ବ୍ୟବହାର ମାଧ୍ୟମରେ ସଂସ୍କାରର ଉପାଦାନ ଖୋଜି ବସେ। ଶିଶୁର ଏହି ସମୟରୁ ହିଁ ତା’ ଜୀବନରେ ସଂସ୍କାରର ମୂଳଦୁଆ ପଡ଼ିଥାଏ। ପରେ ତା’ର ବୟସ ବୃଦ୍ଧି ସହ ସଂସ୍କାରର ପରିସର ମଧ୍ୟ ବୃଦ୍ଧି ହୁଏ। ସେ ପରିବାରରୁ ପଡ଼ୋଶୀ, ସାଙ୍ଗ ସାଥୀ, ବିଦ୍ୟାଳୟ ତଥା ସର୍ବୋପରି ସମାଜ ସହ ଓତପ୍ରୋତ ଭାବରେ ଯୋଡ଼ିହୋଇ ସଂସ୍କାରରେ ପୂର୍ଣ୍ଣତା ଆଣେ; ଯାହା ତା’ର ବ୍ୟକ୍ତିଗତ ଆଚରଣରେ ପ୍ରତିଫଳିତ ହୋଇଥାଏ।
ଭାରତୀୟ ପରିବାରରେ ମା’ ବାପାଙ୍କୁ ଦେବତା ତୁଲ୍ୟ (ମାତୃଦେବୋ ଭବ/ପିତୃଦେବୋ ଭବ) କଳ୍ପନା କରାଯାଇଥାଏ। ତା’ ସହିତ ପରିବାରରେ ଥିବା ବୟୋଜ୍ୟେଷ୍ଠ ବା ବୃଦ୍ଧ ବ୍ୟକ୍ତିଙ୍କୁ ସେବା ଓ ଭକ୍ତି କରିବା ଏକ ଅଘୋଷିତ ପରମ୍ପରାରେ ପ୍ରତିଷ୍ଠିତ ହୋଇଛି। ସେ ଦୃଷ୍ଟିରୁ ଯଦି ମା’ ବାପା ନିଜ ବୃଦ୍ଧ ମା’ବାପାଙ୍କୁ ସେବାରେ ଅବହେଳା କରିବେ କିମ୍ବା ଉପଯୁକ୍ତ ସେବା ଶୁଶ୍ରୂଷା କରିବେ ନାହିଁ, ତା’ର ପ୍ରଭାବ ଶିଶୁଙ୍କ ଉପରେ ପଡ଼ିଥାଏ। ସେମାନେ ପରବର୍ତ୍ତୀ ଜୀବନରେ ନିଜ ମା’ ବାପାଙ୍କୁ ତଦନୁରୂପ ବ୍ୟବହାର କରିବାର ଦେଖାଯାଏ। ଯେସାକୁ ତେସା ହୋଇଥାଏ।
ଆମ ସମାଜରେ ବାରମାସକୁ ତେରପର୍ବ ପାଳିତ ହେବା ବ୍ୟତୀତ ପ୍ରତ୍ୟେକ ପରିବାରରେ ପ୍ରତ୍ୟହ ପୂଜାର୍ଚ୍ଚନା କରିବା ଏକ ସାଧାରଣ ପ୍ରଥାରେ ପ୍ରଚଳିତ ହୋଇଆସୁଛି। ପୁଣି କିଛି କିଛି ପରିବାରରେ ପ୍ରତ୍ୟହ ଭାଗବତ କିମ୍ବା ରାମାୟଣାଦି ପାଠ କରିବା ଦେଖାଯାଇଥାଏ। କେବଳ ସେତିକି ନୁହେଁ, ବିଭିନ୍ନ ପରିବାରରେ ଭାଗବତ, ରାମାୟଣ, ମହାଭାରତ ଆଦିର ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯାଇଥାଏ; ଯାହା ପିଲାଙ୍କୁ ସଂସ୍କାରିତ, ଚରିତ୍ରବାନ୍‌ ତଥା କୁଳୀନ ରୂପେ ପ୍ରତିଷ୍ଠିତ କରାଇଥାଏ।
ବହୁ ସମୟରେ ମା’ ବାପାଙ୍କର ଇଚ୍ଛା ବା ଅନିଚ୍ଛା ସତ୍ତ୍ୱେ ପାରିବାରିକ କର୍ମ ଓ କୌଳିକ ବୃତ୍ତିରେ ପିଲାଙ୍କୁ ନିୟୋଜିତ କରାଯାଇଥାଏ। କୃଷକ ପରିବାରରେ ପିଲା ବିଭିନ୍ନ ସମୟରେ ଖେତକୁ ପଖାଳ ନେବା, ଗୁହାଳକୁ ପଘା ନେବା, ଦୁଧ ଦୁହିଁବା ସମୟରେ ବାଲ୍‌ଟି ନେବା କିମ୍ବା ଅସମୟରେ ଟର୍ଚ୍ଚ ଧରି ସହଯୋଗ କରିବା ସାଧାରଣ କଥା। ଠିକ୍‌ ସେହିପରି ବ୍ୟବସାୟ କରୁଥିବା ପରିବାରର ପିଲା ମଧ୍ୟ ମା’ବାପାଙ୍କୁ ବିଭିନ୍ନ ସମୟରେ ସହଯୋଗ କରି ପରିବାରର ଆର୍ଥିକ ଦିଗକୁ ଶକ୍ତ କରିଥାନ୍ତି। ଏହାଦ୍ୱାରା ପିଲା ଜୀବନ ସଂଗ୍ରାମ ସହ ସଂସ୍କାରର ସନ୍ତୁଳନ ଆଣି ଆଗେଇ ଯାଇଥାଏ।
ଯେଉଁ ପରିବାରର ମା’ ବାପା ମଦ, ବିଡ଼ି, ଭାଙ୍ଗ ଆଦି ନିଶାଦ୍ରବ୍ୟ ଗ୍ରହଣ କରୁଥିବେ କିମ୍ବା ବିଭିନ୍ନ ପ୍ରକାରର ଅସାମାଜିକ କାର୍ଯ୍ୟ ପିଲାଙ୍କ ଜାଣତରେ କରୁଥିବେ ତା’ ହେଲେ କଥା ସରିଗଲା। ସେ କ୍ଷେତ୍ରରେ ପିଲାକୁ ନିଶାସକ୍ତ ଓ ବିପଥଗାମୀ ହେବାରେ ବେଶି ସମୟ ଲାଗିବ ନାହିଁ। ଆମ ପିଲାଛୁଆ ଓ ପରିବାର ଆମ ନିଜର। ଏମାନଙ୍କୁ ଠିକ୍‌ ରୂପେ ପଢ଼ିବାର ଦାୟିତ୍ୱ ମଧ୍ୟ ଆମର। ସେ ଦୃଷ୍ଟିରୁ ଆମେ ନିଜ ପରିବାର ମଧ୍ୟରେ ସଂସ୍କାରିତ ବାତାବରଣର ପ୍ରତିଷ୍ଠା କରିବା; ଯଦ୍ଦ୍ବାରା ପରିବାରର ପିଲା ଛୁଆ ଭବିଷ୍ୟତରେ ଆଚରଣରେ ଶୁଦ୍ଧ, ବ୍ୟବହାରରେ ନମ୍ର ଓ ସଂସ୍କାରରେ ଅନୁକରଣୀୟ ହୋଇପାରିବେ। ବ୍ୟକ୍ତିର ପରିବର୍ତ୍ତନରେ ସମାଜର ଗତି ଓ ପ୍ରକୃତିର କାୟା ପରିବର୍ତ୍ତିତ ହେଉଥିବାରୁ ଆମକୁ ପ୍ରତ୍ୟେକ ବ୍ୟକ୍ତି ଓ ତାଙ୍କ ମାଧ୍ୟମରେ ପରିବାରକୁ ଲକ୍ଷ୍ୟ କରିବାକୁ ପଡ଼ିବ।
ମେଣ୍ଡା, ସୁବର୍ଣ୍ଣପୁର, ମୋ:୯୭୭୭୨୨୨୩୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?