ଭିଡିଓ ଶେୟାର କରି ଧନ୍ୟବାଦ ଦେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ଦରିୟା ଦିଲ୍‌ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏଥର ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ବିଭିନ୍ନ ସମୟରେ ସେ ସୋସିଆଲ ମିଡିଆରେ ଭିଡିଓ ଶେୟାର କରୁଥିବା ବେଳେ ନିକଟରେ ସେ କରୋନା ଯୋଦ୍ଧାଙ୍କ ପ୍ରଶଂସାରେ କିଛି ଭିଡିଓ ଶେୟାର କରି ସେମାନଙ୍କୁ ପ୍ରଶଂସା କରୁଥିବା ଦେଖାଯାଇଥିଲା। ଏବେ ସେ ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ସେ ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ୍‌)ର ଯବାନଙ୍କୁ ପ୍ରଶଂସା କରିଛନ୍ତି। କରୋନା ଯୁଦ୍ଧରେ ଏମାନେ ବି ଆଗଧାଡିର ଯୋଦ୍ଧା ବୋଲି ସେ କହିଛନ୍ତି। ଏମାନେ ସାଧାରଣତଃ ବିମାନ ବନ୍ଦର, ମେଟ୍ରୋ ଷ୍ଟେଶନ ଆଦିରେ ସୁରକ୍ଷା ଯୋଗାଇ ଥାଆନ୍ତି। ଏମାନେ ବି କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଏମାନେ ମାସ୍କ ବାଣ୍ଟିବା, ଖାଦ୍ୟ ବାଣ୍ଟିବା କାମରେ ସହଯୋଗ କରିଥାଆନ୍ତି। ତେଣୁ ଭଗବାନ କରନ୍ତୁ ଏମାନେ ସଂକ୍ରମଣର ଶିକାର ନ ହୁଅନ୍ତୁ ବୋଲି କହିଛନ୍ତି ଅକ୍ଷୟ। ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି ସେମାନେ ତାଙ୍କ ପରିବାର କଥା ଚିନ୍ତା ନ କରି ଆଜି ଆଗ ଧାଡିର ଯୋଦ୍ଧା ସାଜିଥିବାରୁ ଆମେ ଘରେ ସୁରକ୍ଷିତ ରହିଛୁ। ତେଣୁ ଏମାନଙ୍କୁ ମୁ ସାଲ୍ୟୁଟ କରୁଛି ଅନ୍ତରରୁ ଧନ୍ୟବାଦ ମଧ୍ୟ ଜଣାଉଛି। ଏହାକୁ ଦେଖିବା ପରେ ସିଆଇଏସ୍‌ଏଫ୍‌ ମଧ୍ୟ ଟୁଇଟ୍‌ କରି ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଛି।


All Right Reserved By Dharitri.Com

ଆସିମଙ୍କୁ ମନେ ପକାଇ ହିମାଂଶୀଙ୍କ ଭାବବିହ୍ବଳ ପୋଷ୍ଟ

ବମ୍ବେ: ବିଗ୍‌ବସ୍‌ର ନୂଆ ଲର୍ଭବର୍ଡ ଆସିମ-ହିମାଂଶୀକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ଗୋଟିଏ ପଟେ ଆସିମଙ୍କ ପରିବାର ହିମାଂଶୀକୁ ପସନ୍ଦ କରୁନାହାନ୍ତି ତ ଅନ୍ୟପକ୍ଷେ...

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।...

ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ...

ବିଗ୍‌ ବସ୍‌-୧୩ରେ ନଜର ଆସିବେ ଇନ୍ସପେକ୍ଟର ଦୟା

ମୁମ୍ବାଇ,୩୦।୫: ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ କଣ୍ଟେଷ୍ଟେଣ୍ଟଙ୍କ ତାଲିକା ଧିରେ ଧିରେ ସାମ୍‌ନାକୁ ଆସିଛି। ଏହି ତାଲିକାରେ ଦେବଲିନା ଭଟାଚାର୍ଯ୍ୟ, ଅଙ୍କିତା ଲୋଖାଣ୍ଡେ, କରନ...

‘ଖାନ୍‌ଦାନି ଶାଫାଖାନା’ରେ ସାମାଜିକ ଅଙ୍ଗିକାରବଦ୍ଧତା ରହିଛି: ସୋନାକ୍ଷୀ

ନୂଆଦିଲ୍ଲୀ: ସମାଜରେ ସେକ୍ସ ଏକ ନିଷିଦ୍ଧ ବିଷୟବସ୍ତୁ ହୋଇ ରହିଛି। ସେ ସମ୍ପର୍କରେ ଆଗାମୀ ଫିଲ୍ମ ‘ଖାନ୍‌ଦାନି ଶାଫାଖାନା’ ଲୋକଙ୍କ ମନରେ ପରିବର୍ତ୍ତନ ଆଣିବ ବୋଲି...

ରଣବୀର ସିଂଙ୍କୁ ଭୁଲିଗଲେ ଦୀପିକା

ବଲିଉଡ୍‌ର ମୋଷ୍ଟ ପପୁଲାର କପଲ୍‌ ହେଉଛନ୍ତି ଦୀପିକା ପାଦ୍ୟୁକୋନ୍‌ ଓ ରଣବୀର ସିଂ। ଦୁହେଁ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ମଧ୍ୟ। ନିକଟରେ ଏକ ଇଭେଣ୍ଟ୍‌ରେ...

ସୁଶାନ୍ତଙ୍କ ଓଡ଼ିଶା ଲିଙ୍କ୍‌: ଶୁଟିଂ ସେଟ୍‌ରେ ସର୍ବଦା କୁଲ୍‌ ରହୁଥିଲେ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସେଲିବ୍ରିଟିଙ୍କଠାରୁ ଆରମ୍ଭକରି କ୍ରିକେଟର ଓ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ମ୍ରିୟମାଣ ହୋଇପଡିଛନ୍ତି। ତାଙ୍କସହ କାମ କରିଥିବା ଦୁଇ...

୪ କୋଟିରେ ପହଞ୍ଚିଲା ଟୁଇଟର ଫଲୋଅର ସଂଖ୍ୟା: ବିଗ୍‌ ବିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ କଳାକାରମାନେ ପ୍ରଶଂସକମାନଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡ଼ି ହେଉଛନ୍ତି। ସେ ବି ସୋସିଆଲ ମିଡିଆ ଜରିଆରେ। ସେ ଟୁଇଟର ହେଉ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *