କ୍ୟାରିୟର ଆରମ୍ଭରୁ ନେପୋଟିଜମର ଶିକାର ହୋଇଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମକୁ ନେଇ ଆଲୋଚନା ଜାରି ରହିଛି। ଏମିତିକି ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଚର୍ଚ୍ଚା ହେଉଛି। ଏହାକୁ ନେଇ ବଲିଉଡ୍‌ର କେତେଜଣ ଫିଲ୍ମ ନିର୍ମାତା, କଳାକାର ମଧ୍ୟ ସମାଲୋଚନାର ଶିକାର ହେଉଛନ୍ତି। ଯୁଜର୍ସ ନିର୍ଦ୍ଦେଶକ କରଣ ଜୋହର, ଏକତା କପୁର, ସଲମାନ ଖଁା, ଭୁଷଣ କୁମାର ଆଦିଙ୍କୁ ଲଗାତାର ଟ୍ରୋଲ କରୁଥିବା ଦେଖାଯାଇଛି। ଇତିମଧ୍ୟରେ ନାୟକ ଅକ୍ଷୟ କୁମାରଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କ୍ୟାରିୟର ଆରମ୍ଭରୁ ନେପୋଟିଜମର ଶିକାର ହୋଇଥିବା ଦେଖାଯାଇଛି। ଉକ୍ତ ଭିଡିଓରେ କେମିତି ଆଉ ଜଣେ ଅଭିନେତାଙ୍କ ପାଇଁ ରାତାରାତି ତାଙ୍କ ହାତରୁ ଗୋଟିଏ ପ୍ରୋଜେକ୍ଟ ଚାଲି ଯାଇଥିଲା ସେ କଥା ସେ କହିଛନ୍ତି। ଫିଲ୍ମ ‘ଫୁଲ ଔର କାଣ୍ଟେ’ରେ ପ୍ରଥମେ ଅକ୍ଷୟ ଅଭିନୟ କରିବାର ଥିଲା। ଫିଲ୍ମର ଯେତେ ଗୀତ ସବୁର ମେକିଂ ସମୟରେ ସେ ଉପସ୍ଥିତ ରହୁଥିଲେ। କିଛି ଫଟୋ ଶୁଟ୍‌ ସମୟରେ ମଧ୍ୟ ସେ ଥିଲେ। ରାତିରେ ସବୁ ପ୍ରସ୍ତୁତି ସରିଥିଲା ସକାଳେ ଶୁଟିଂ ପାଇଁ ଯାଇଥାଆନ୍ତେ ଅକ୍ଷୟ। ହେଲେ ଫୋନରେ ତାଙ୍କୁ ଆସିବାକୁ ମନା କରି ଦିଆଯାଇଥିଲା। ସୂଚନାଯୋଗ୍ୟ, ‘ଫୁଲ ଔର କାଣ୍ଟେ’ରେ ଅକ୍ଷୟଙ୍କ ସ୍ଥାନରେ ଅଭିନୟ କରିଥିଲେ ଅଜୟ ଦେବଗନ। ଏହା ସୁପରହିଟ୍‌ ହୋଇଥିଲା ମଧ୍ୟ। ଅଜୟ ଥିଲେ ବଲିଉଡ୍‌ର ବେଶ୍‌ ପରିଚିତ ଷ୍ଟଣ୍ଟମ୍ୟାନ ଭିରୁ ଦେବଗନଙ୍କ ପୁଅ। ଯାହା ହେଉ ଏହାପରେ ୧୯୯୧ରେ ଫିଲ୍ମ ‘ସୌଗନ୍ଧ’ରେ ଡେବ୍ୟୁ କଲେ ଅକ୍ଷୟ ଏହାପରେ ୧୯୯୨ରେ ‘ଖିଲାଡି’। ଆଉ ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ। ଏବେ ସେ ବଲିଉଡ୍‌ର ଜଣେ ଆଗଧାଡିର ନାୟକ ତାଲିକାରେ ନିଜକୁ ସାମିଲ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବିକୁଛନ୍ତି ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ, ୨୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ଫିଲ୍ମ ଅବା ଟିଭି ସିରିଏଲ୍‌ର ଶୁଟିଂ ବନ୍ଦ ରହିଛି। ନିଜ...

ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ

ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା...

‘ଫୁଲ୍‌ ଔର୍‌ କାଣ୍ଟେ’ର ଏହି ଅଭିନେତ୍ରୀଙ୍କୁ ଏବେ ଆଉ ଚିହ୍ନି ହେଉନି

ମୁମ୍ବାଇ: ଆପଣ ନିଶ୍ଚିତ ଭାବରେ ଫିଲ୍ମ ‘ଫୁଲ୍‌ ଔର୍‌ କାଣ୍ଟେ’କୁ ମନେ ରଖିଥିବେ। ୧୯୯୧ରେ ଫିଲ୍ମଟି ରିଲିଜ ହୋଇଥିଲା। ଏଥିରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ...

ପୃଥ୍ବୀରାଜର ଶୁଟିଂ ଆରମ୍ଭ କଲେ ମାନୁଷୀ, ଅକ୍ଷୟଙ୍କ ସହ ଡେବ୍ୟୁ କରିବାର ମିଳିଛି ସୁଯୋଗ

ବମ୍ବେ: ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ମାନୁଷୀ ଛିଲ୍ଲର। ୨୦୧୭ରେ ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇବା ପରେ ସେ ସୁଯୋଗ ଅପେକ୍ଷାରେ ରହିଥିଲେ। ଶେଷରେ...

ପ୍ରେମ ବିବାହ ପାଇଁ ହେମା ମାଳିନୀ କରିଥିଲେ ଧର୍ମ ପରିବର୍ତ୍ତନ

ମୁମ୍ବାଇ,୧୬।୧୦: ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବୁଧବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ...

ଓଟିଟିରେ ଡେବ୍ୟୁ କରିବେ ବେବୋ

ବମ୍ବେ: ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌। ସୁଜୟ ଘୋଷଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ। ଫିଲ୍ମଟି ଜାପାନୀ...

ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୧୯।୧୨- ଇମ୍ରାନ ହାସିମଙ୍କ ଫିଲ୍ମ ‘ମର୍ଡର ୨’ ଯୋଗୁ ବଲିଉଡ୍‌ରେ ପରିଚୟ ପାଇଥିବା ଓଡ଼ିଆ ଆକ୍ଟ୍ରେସ ସୁଲଗ୍ନା ପାଣିଗ୍ରାହି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।...

ବିବାହର ୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ କପୁଲଙ୍କ ବିବାହ ଯେତିକି ଚର୍ଚ୍ଚାରେ ଥାଏ ତା’ଠାରୁ ଅଧିକ ଚର୍ଚ୍ଚାରେ ଥାଏ ଏମାନଙ୍କ ବିଚ୍ଛେଦ। ୨୦୧୭ରେ ବିବାହ କରିଥିବା ବଲିଉଡ୍‌ ନାୟିକା ଅମୃତା...

Advertisement
Archives

Model This Week