ଦୃଷ୍ଟି ଆକର୍ଷଣ କରୁଛି କ୍ୟାଟ୍ରିନା-ଅକ୍ଷୟଙ୍କ ଭାଇରାଲ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଅକ୍ଷୟ କୁମାର ଦର୍ଶକଙ୍କ ପସନ୍ଦର ଯୋଡି। ଏମାନେ ଏକାଠି ଓ୍ବେଲକମ୍‌ ବ୍ୟାକ୍‌, ଦେ ଦନା ଦନ, ସିଂ ଇଜ୍‌ କିଙ୍ଗ, ନମସ୍ତେ ଲଣ୍ଡନ, ହମକୋ ଦିଓ୍ବାନା କରଗୟା ଓ ତିସ୍‌ ମାର୍‌ ଖନ୍‌ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି। ଦର୍ଶକେ ଏସବୁ ଫିଲ୍ମରେ ଉଭୟ କଳାକାରଙ୍କୁ ପସନ୍ଦ ମଧ୍ୟ କରିଛନ୍ତି। ଏବେ ଏହି ଯୋଡିଙ୍କର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ ଉଭୟେ ଏକ ସୁଇମିଂ ପୁଲରେ ମସ୍ତି କରୁଥିବା ଦେଖାଯାଇଛି। ଫଟୋଟି ପୁରୁଣା ହୋଇଥିଲେ ମଧ୍ୟ ଏହା ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫଟୋଟିକୁ ଫିଲ୍ମ ମେକର ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିବା ପରେ ଏହା ଭାଇରାଲ ହୋଇଯାଇଛି। ଫଟୋରେ କ୍ୟାଟ୍ରିନା ଏକ ହଳଦିଆ ଡ୍ରେସ୍‌ରେ ନଜର ଆସୁଥିବା ବେଳେ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏବେ ପର୍ଯ୍ୟନ୍ତ ଏହି ଫଟୋକୁ ୧୯ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି। ସୂଚନାଯୋଗ୍ୟ କ୍ୟାଟ୍ରିନା ଓ ଅକ୍ଷୟ ଅଗାମୀ ଦିନରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ।


All Right Reserved By Dharitri.Com

‘ମିଶନ ମଙ୍ଗଲ’ ନିର୍ଦ୍ଦେଶକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତି ହଠାତ୍‌ ଗତ ୨୫ ତାରିଖରେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ...

୫୪ଟି କଷ୍ଟ୍ୟୁମ ପରେ…

ପ୍ରଯୋଜକ ୟଶ ଚୋପ୍ରା। ତାଙ୍କ ପ୍ରଯୋଜିତ ‘ଦିଲ୍‌ ତୋ ପାଗଲ ହେ’ ସୁପରହିଟ୍‌ ହୋଇଥିଲା। କେବଳ ଶାହରୁଖ, ଅକ୍ଷୟ କୁମାର, କରିସ୍ମା କପୁର ଏବଂ ମାଧୁରୀ...

ରିଲିଜ ହେବ ‘କ୍ରେଜି-୪ : ଆମେ ଓଡିଆ ଟୋକା’: ଆଶାରେ ଅଭିଷେକ

ଅଭିଷେକ ରଥ ଏବେ ଠାରୁ ଦିନ ଗଣିବା ଆରମ୍ଭ କଲେଣି। କାରଣ ତାଙ୍କ ଅଭିନୀତ ‘କ୍ରେଜି-୪ : ଆମେ ଓଡିଆ ଟୋକା’ ଖୁବ୍‌ ଶୀଘ୍ର ରିଲିଜ...

ସବୁ ଭିକାରିଙ୍କ ପାଖରେ ରହିଛି ଏହି ଅଭିନେତାଙ୍କ ପର୍ସନାଲ ଫୋନ୍‌ ନମ୍ବର

ମୁମ୍ବାଇ: ମାୟାଗନରୀ କହିଲେ ବୁଝାଏ ବଲିଉଡ୍‌ କଳାକାରଙ୍କ ନଗରୀ। ଆଉ ଏହା ହେଉଛି ମୁମ୍ବାଇରେ। ଏଠାରେ ଥିବା ସବୁ ସେଲିବ୍ରିଟି କୋଟିପତି। ଏଠି ଗରିବ ବୋଲି...

ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ

ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍‌ରେ ସେମିତି। ଚେହେରା ଯେମିତି ଅଭିନୟ...

ଚୁଜି ହେଲେଣି ଅନନ୍ୟା

‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ଅନନ୍ୟା ପାଣ୍ଡେ। କରନ୍‌ ଜୋହରଙ୍କ ପରି ନାମୀ ପ୍ରଯୋଜକ ତାଙ୍କୁ ବ୍ରେକ୍‌ ଦେଇଥିଲେ। ହେଲେ...

ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର...

ଗର୍ବୀ ହୋଇଗଲେଣି ଶେହନାଜ, ଗୌତମ ନେଲେ କ୍ଲାସ

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ସାଉଁଟିବା ପରେ ଗର୍ବୀ ହୋଇଗଲେଣି ଶେହନାଜ ଗିଲ। ଏକଥା ଆମେ କହୁନାହୁଁ, ଶେହନାଜଙ୍କ କଥାରୁ ଏଭଳି ଜଣାପଡ଼ୁଥିବା କହିଛନ୍ତି ଗୌତମ ଗୁଲାଟି।...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *