୭୦ କି.ମି ଦୂରରୁ ଶତ୍ରୁକୁ ଧ୍ୱଂସ କରିବ ‘ଆକାଶ ଏନ୍‌ଜି’

ବାଲେଶ୍ୱର ଅଫିସ, ୨୧।୭: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ନଂ. ଲଞ୍ଚପ୍ୟାଡରୁ ବୁଧବାର ମଧ୍ୟାହ୍ନ ୧୨ଟା ୪୪ ମିନିଟ୍‌ରେ ଆକାଶ କ୍ଷେପଣାସ୍ତ୍ରର ନ୍ୟୁ ଭର୍ଶନ୍‌ ‘ଆକାଶ ଏନ୍‌ଜି’ର ଉତ୍‌କ୍ଷେପଣ କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ମଧ୍ୟମ ଦୂରଗାମୀ ଏହି କ୍ଷେପଣାସ୍ତ୍ରର ୭୦ କି.ମି ଦୁରରୁ ଶତ୍ରୁକୁ ଧ୍ୱଂସ କରିପାରିବ। ପରୀକ୍ଷାରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ପୂର୍ବରୁ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦କି.ମି. ରହିଥିଲା। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇପାରିବ।

ଆକାଶ ଏନ୍‌ଜି କ୍ଷେପଣାସ୍ତ୍ରକୁ ପ୍ରଥମଥର ପାଇଁ ଚଳିତ ବର୍ଷ ଜାନୁୟାରୀ ୨୫ତାରିଖରେ ଏବଂ ଦ୍ୱିତୀୟଥର ମାର୍ଚ୍ଚ ୨୩ତାରିଖ ପରୀକ୍ଷା କରାଯାଇଥିଲା। ପ୍ରତ୍ୟେକ ପରୀକ୍ଷା(ସମୁଦାୟ ୩ଥର)ରେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି। ୨୦୨୩ ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଡିଆରଡ଼ିଓ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳବୀଜ ଶସ୍ୟ ଚାଷ କରିବାକୁ ଯୁବଚାଷୀଙ୍କୁ ଆହ୍ବାନ ଦେଲେ ସମୀର

ବଡ଼ଗାଁ, ୧୯।୫(ଅଶୋକ ଷଡଙ୍ଗୀ): ଭାରତରେ ତୈଳବୀଜ ଉତ୍ପାଦନ ସେତେଟା ହେଉନଥିବାରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତେଲ ବ୍ୟବହାର…

ରାତି ୧୦ଟା ପର୍ଯ୍ୟନ୍ତ ମେଡିକାଲ ଷ୍ଟୋର ଖୋଲା ରଖିବାକୁ ଦାବି: ଡ୍ରଗ ଇନ୍ସପେକ୍ଟରଙ୍କ ଦୃଷ୍ଟି ପଡୁ

ଲାଠୋର, ୧୯।୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଥିବା ମେଡ଼ିକାଲ ଷ୍ଟୋରଗୁଡ଼ିକ ସନ୍ଧ୍ୟା ୭ଟା ପରେ ବନ୍ଦ ରହୁଛି। ସାଧାରଣ ଲୋକ ମେଡ଼ିସିନ ପାଇଁ…

ବିଚ୍‌ ରାସ୍ତାରେ ଜଣେ ଯୁବକ, ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, କହିଲେ-ଗୁଣ୍ଡାରାଜ ଶାସନ ପାଇଁ…

ଭୁବନେଶ୍ୱର, ୧୯।୫: ବ୍ରହ୍ମପୁରର ବିଚ୍‌ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବା ଘଟଣାରେ ପୂର୍ବତନ…

ରିପୋର୍ଟରେ ଦାବି, ଟ୍ରମ୍ପ୍ ଏବଂ ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ଇରାନ, ୫୬୦ କୋଟିର ଡିଲ!

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଇରାନ ଭିତରେ ଏକ ଆଲୋଚନା ଆରମ୍ଭ ହୋଇଛି…

ଫଳ ତୋଳିବାକୁ ବଗିଚାକୁ ଯାଇଥିଲେ ଧରଣୀଧର: ମାଡ଼ିଆସିଲା ଦନ୍ତା ହାତୀ, ଆଉ ତା’ପରେ…

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓସ୍ତପଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର…

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ: ପ୍ରତି ମଙ୍ଗଳବାର ୫୦୩ ପଞ୍ଚାୟତରେ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ।…

ଭାରତରେ ଥାଇ ଚେତାବନୀ ଦେଲେ ଶେଖ ହାସିନା: ମୋ ଅନୁପସ୍ଥିତିର ଅର୍ଥ ନୁହେଁ…

ନୂଆଦିଲ୍ଲୀ,୧୯।୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବହୁତ ଶୀଘ୍ର ବାଂଲାଦେଶ ଫେରିବେ। ବର୍ତ୍ତମାନ ଭାରତରେ ରହୁଥିବା ଶେଖ ହାସିନା ଏନେଇ ସଙ୍କେତ ଦେଇଛନ୍ତି। ଏକ ଇମେଲ…

‘ଆମେରିକା ଉପରେ ଭରସା ନାହିଁ…’ଇରାନରୁ ଏକ ଚୂଡ଼ାନ୍ତ ନିଷ୍ପତ୍ତି ପାଇବା ପାଇଁ ପାକିସ୍ତାନୀ ମନ୍ତ୍ରୀ ନକଭି ଧାଇଁଲେ ତେହରାନ

ଇସଲାମାବାଦ,୧୯।୫: ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇରାନର ବୈଦେଶିକ ମନ୍ତ୍ରୀ ଏବଂ ମୋହସିନ ନକଭିଙ୍କ ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଏକ ବିସ୍ତୃତ ବିବୃତ୍ତି ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri