Posted inଖେଳ

ରାଜ୍‌ କୁନ୍ଦ୍ରା ଗିରଫ ପରେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ଅଜିଙ୍କେ ରାହାନେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୭:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଛି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଭାରତୀୟ କ୍ରିକେଟର ଅଜିଙ୍କେ ରାହାନେ ଟ୍ରୋଲରଙ୍କ ଟାର୍ଗେଟରେ ଆସିଛନ୍ତି। ରାହାନେ ଅକ୍ଟୋବର ୧୯, ୨୦୧୨ରେ ଏକ ଟୁଇଟ୍‌ କରି ରାଜ କୁନ୍ଦ୍ରାଙ୍କୁ ଟ୍ୟାଗ କରିଥିଲେ ଯେ ସାର୍‌ ଆପଣ ଏକ ଭଲ କାମ କରୁଛନ୍ତି। ଏହାର ଜବାବରେ ରାଜ ତାଙ୍କୁ ଧନ୍ୟବାଦ ଜଣାଇବା ସହ ତୁମେ ନିଶ୍ଚୟ ଆସି ଏହାକୁ ଲାଇଭ ଦେଖିବା ଉଚିତ୍‌ ବୋଲି କହିଥିଲେ। ସେ କିଛି କାମ ପାଇଁ କୁନ୍ଦ୍ରାଙ୍କୁ ପ୍ରଶଂସା କରିଥିଲେ। ସେତେବେଳେ କୁନ୍ଦ୍ରା ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସର ସହ-ମାଲିକ ଥିଲେ। ଏବେ ରାଜ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗିରଫ ହେବା ପରେ ରାହାନେଙ୍କ ଟୁଇଟ୍‌ ଭାଇରାଲ ହୋଇଛି।
ଚଳିତ ବର୍ଷ ଫେବୃଆରୀରେ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା।

 रहाणे ने 19 अक्‍टूबर 2012 को राज कुंद्रा को टैग करते हुए ट्वीट किया था कि सर आप अच्‍छा काम कर रहे हैं. जिसका जवाब देते हुए कुंद्रा ने कहा था शुक्रिया, आप जरूर आएं और इसे लाइव देखें.


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥୀ ଖେଳାଳିଙ୍କୁ ଶକ୍ତ ଚାପୁଡା ମାରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ସେହ୍ବାଗ ନେଲେ ମଜା

ଗଲ,୧୮।୧: ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଗଲରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଏକ ମଜାଦାର ଘଟଣା ଘଟିଥିଲା। ଚତୁର୍ଥ ଦିନରେ ଲାହିରୁ ଥିରିମାନଙ୍କ...

ଝଡ଼ ତୋଫାନରେ ଉଡ଼ିଲା ଏହି ଷ୍ଟାଡିୟମ ଛାତ

ମୁମ୍ବାଇ, ୬।୮: ଭାରତର ଶ୍ରେଷ୍ଠ କ୍ରିକେଟ୍‌ ଷ୍ଟାଡିୟମ ମଧ୍ୟରୁ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ ଅନ୍ୟତମ। କିନ୍ତୁ ବୁଧବାର ମୁମ୍ବାଇରେ ଲଗାଣ ବର୍ଷା ସାଙ୍ଗକୁ ପବନ...

ମହିଳା ଟି୨୦ ଚ୍ୟାଲେଞ୍ଜ ପାଇଁ ଦଳ ଘୋଷଣା: ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଯୋଗୁ ଓଡ଼ିଶାରେ କ୍ରିକେଟ ଆରମ୍ଭର ପରିକଳ୍ପନା ହୋଇପାରି ନ ଥିବାବେଳେ ମହିଳା କ୍ରିକେଟ ପାଇଁ ଆସିଛି ଏକ ଭଲ...

ବ୍ୟାଟ୍‌ ଛାଡି ମାଇକ୍‌ ଧରିବେ ଏହି କ୍ରିକେଟର୍‌

ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ...

ଯୁବ ଅଲିମ୍ପିକ୍ସ: ଅଭ୍ୟାସବେଳେ ସ୍କେଟର ଗୁରୁତର

ଲସାନ୍ନେ(ସୁଇଜରଲାଣ୍ଡ),୧୦।୧(ଏଏଫ୍‌ପି)- ଚଳିତବର୍ଷ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ଉତ୍ସବ ପାଇଁ ଅଭ୍ୟାସ କରୁଥିବାବେଳେ ଜଣେ ସ୍କେଟର ଗୁରୁତର ଆହତ ହୋଇଛନ୍ତି। ଏ ନେଇ...

ମେସିଙ୍କ ଭବିଷ୍ୟତ ସମ୍ପର୍କରେ ବିଚାର ପାଇଁ ବାର୍ସିଲୋନାରେ ପହଞ୍ଚିଲେ ପିତା

ବାର୍ସିଲୋନା,୩।୯(ଏପି): ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ପିତା ଜର୍ଜ ଆର୍ଜେଣ୍ଟିନାରୁ ସିଧା ବାର୍ସିଲୋନାରେ ପହଞ୍ଚିଛନ୍ତି। ମେସିଙ୍କ ଭବିଷ୍ୟତ ସଂକ୍ରାନ୍ତରେ ଆଲୋଚନା କରିବାକୁ ସେ ବାର୍ସିଲୋନା...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ରଙ୍ଗାରଙ୍ଗ ଉଦ୍‌ଘାଟନ ଉତ୍ସବ ପାଇଁ ପ୍ରସ୍ତୁତି

ଗୁଆହାଟୀ,୯।୧(ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଆୟୋଜକମାନେ...

ଫେବୃୟାରୀର ‘ସର୍ବଶ୍ରେଷ୍ଠ ଖେଳାଳି’ ହେଲେ ଏହି କ୍ରିକେଟର, ଆଇସିସି ଘୋଷଣା କଲା ପୁରସ୍କାର

ଦୁବାଇ,୯।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ୪ମ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଦମ୍‌ଦାର ବୋଲିଂ ସହ ବ୍ୟାଟିଂ...

Advertisement
Ten Cric Info


Archives

Model This Week