ଫୋକସ୍‌ରେ ବିମାନବନ୍ଦର ଏମ୍‌ବାଙ୍କମେଣ୍ଟ

ସିଓଲ,୧ା୧: ଦକ୍ଷିଣ କୋରିଆ ଜେଜୁ ଏୟାରର ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣାରେ ସମସ୍ତ ୧୭୫ ଯାତ୍ରୀ ଏବଂ ୪ ଜଣ କ୍ରିଉ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ମୃତକମାନଙ୍କ ଚିହ୍ନଟ କାର୍ଯ୍ୟରେ ପୋଲିସ ବ୍ୟସ୍ତ ଥିବାବେଳେ କେଉଁ କାରଣରୁ ଏଭଳି ଭୟାବହ ଦୁର୍ଘଟଣା ଘଟିଲା, ତାହାର ତଦନ୍ତକୁ ମଙ୍ଗଳବାର ଜୋର୍‌ଦାର କରାଯାଇଛି। ରବିବାର ମୁଆନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ବେଲି-ଲ୍ୟାଣ୍ଡିଂ କରିବା ପରେ ରନ୍‌ଓ୍ବେରୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାରପୋର୍ଟର ଏମ୍ବାଙ୍କମେଣ୍ଟରେ ରଖାଯାଇଥିବା ନାଭିଗେଶନ ଉପକରଣଗୁଡ଼ିକ ସହ ବିମାନଟି ଧକ୍କା ଦେବା ଫଳରେ ଜଳିଯାଇଥିଲା। ବିମାନବନ୍ଦର ଅପରେଟିଂ ମାନୁଆଲ ଅନୁଯାୟୀ, ଏମ୍ବାଙ୍କମେଣ୍ଟ ରନ୍‌ଓ୍ବେ ଶେଷଭାଗର ଅତି ନିକଟରେ ଥିବାବେଳେ ସେଠାରେ ୨୦୨୪ ପ୍ରଥମ ଭାଗରୁ ଏହି ଉପକରଣଗୁଡ଼ିକ ରଖାଯାଇଥିଲା। ସମ୍ପ୍ରସାରଣ ଯୋଜନା ପାଇଁ ଉପକରଣକୁ ସ୍ଥାନାନ୍ତର କରାଯିବା ନିମନ୍ତେ ସୁପାରିସ କରାଯାଇଥିଲା। ପ୍ରଶ୍ନଗୁଡ଼ିକର ଜବାବ ଦେବା ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଉକ୍ତ ଦସ୍ତାବିଜ୍‌ ଯାଞ୍ଚ କରିବା ଆବଶ୍ୟକ ବୋଲି ପରିବହନ ମନ୍ତ୍ରଣାଳୟ କହିଛି।
ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରୁ ଏବେ ବି ୫ଟି ମୃତଦେହ ଚିହ୍ନଟ ହୋଇପାରି ନାହିଁ। ତୁରନ୍ତ ଡିଏନ୍‌ଏ ପରୀକ୍ଷା କରାଇବା ପାଇଁ ଅଧିକ କର୍ମଚାରୀ ଓ ଉପକରଣ ମଞ୍ଜୁର କରାଯାଇଛି। ଦୁର୍ଘଟଣା ସ୍ଥଳରୁ ବିମାନର ଡେଟା ରେକର୍ଡର ବ୍ଲାକ୍‌ ବକ୍ସ ମିଳିଥିବାବେଳେ ଏକ ମୁଖ୍ୟ କନେକ୍ଟର ମିଳୁ ନ ଥିବାରୁ ତଥ୍ୟ କିପରି ବାହାର କରାଯିବ, ସେ ନେଇ କର୍ତ୍ତୃପକ୍ଷ ସମୀକ୍ଷା କରୁଛନ୍ତି। ତେବେ କକ୍‌ପିଟ୍‌ ଭଏସ୍‌ ରେକର୍ଡରୁ ତଥ୍ୟ ପୁନଃ ପ୍ରାପ୍ତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଦେଶର ଏୟାରଲାଇନ୍ସଗୁଡ଼ିକ ଦ୍ୱାରା ପରିଚାଳିତ ସମସ୍ତ ବୋଇଂ ୭୩୭-୮୦୦ ବିମାନର ସୁରକ୍ଷା ଯାଞ୍ଚ କାର୍ଯ୍ୟ ଜାନୁଆରୀ ୩ ସୁଦ୍ଧା ଶେଷ କରିବାକୁ ସୋମବାର ଦେଶର ନୂଆ କାମଚଳା ରାଷ୍ଟ୍ରପତି ଚୋଇ ସାଙ୍ଗ-ମୋକ୍‌ ନିର୍ଦ୍ଦେଶ ଦେଇଥିଲେ। ମୁଆନ୍‌ ଏୟାରପୋର୍ଟକୁ ଜାନୁଆରୀ ୭ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ତଦନ୍ତରେ ଆମେରିକାର ଜାତୀୟ ପରିବହନ ନିରାପତ୍ତା ବୋର୍ଡ (ଏନ୍‌ଟିଏସ୍‌ବି), ସଂଘୀୟ ବିମାନ ଚଳାଚଳ ପ୍ରଶାସନ ଏବଂ ବିମାନ ନିର୍ମାତା କମ୍ପାନୀ ବୋଇଂ ସାମିଲ ହୋଇଛି। ବିମାନରେ ପକ୍ଷୀ ମାଡ଼ ହେବା, ବିମାନର କଣ୍ଟ୍ରୋଲ ସିଷ୍ଟମ୍‌ କାମ ନ କରିବା ଆଦି ଦୁର୍ଘଟଣାର ସମ୍ଭାବ୍ୟ କାରଣ ହୋଇପାରେ ଯେଉଁଥିପାଇଁ ପାଇଲଟ୍‌ ଏମର୍ଜେନ୍ସି ଘୋଷଣା କରିବା ସହ ତରବରରେ ବିମାନ ଅବତରଣ ଉଦ୍ୟମ କରିଥିଲେ ବୋଲି ଅଗ୍ନିଶମ ଏବଂ ପରିବହନ ଅଧିକାରୀମାନେ କହିଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଉକ୍ତ ସମ୍ଭାବ୍ୟ କାରଣଗୁଡ଼ିକ ଉପରେ ତଦନ୍ତ ଚଳାଇଛନ୍ତି। ଏହା ବ୍ୟତୀତ ବିମାନବନ୍ଦରର ଡିଜାଇନ୍‌ ବିଶେଷକରି ରନ୍‌ଓ୍ବେ ଶେଷଭାଗ ନିକଟରେ ବୃହତ୍‌ କଳା ରଙ୍ଗର କଂକ୍ରିଟ୍‌ ଏମ୍ବାଙ୍କମେଣ୍ଟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ନାଭିଗେଶନ ଉପକରଣ ଗଚ୍ଛିତ ରଖିବା ପାଇଁ ବ୍ୟବହୃତ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?