ପାରାଗ୍ଲାଇଡିଂ, ପାରା ଲ୍ୟାଣ୍ଡିଂର ମଜା ନେଉଛନ୍ତି ପର୍ଯ୍ୟଟକ

କୋରାପୁଟ,୧ା୧(ଅମିତାଭ ବେହେରା):କୋରାପୁଟ ଜିଲା ସେମିଳିଗୁଡ଼ାର କୁନ୍ଦୁଲିରୁ କୋଟିଆ ଆଡ଼କୁ ଦେଓମାଳି ପର୍ବତ ରହିଛି। ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଏହା ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ। ଏହାର ଜଳବାୟୁ ପରିବେଶପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ବତ ଉପରେ ୨୦୨୩ ଡିସେମ୍ବର ୨ରେ ନ୍ୟାଶନାଲ ଆଡଭେଞ୍ଚର ଫାଉଣ୍ଡେଶନ ସଂସ୍ଥା ପକ୍ଷରୁ ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ପ୍ରତୀମ ପାଢ଼ୀଙ୍କ ଦ୍ୱାରା ପାରାଗ୍ଲାଇଡିଂ ଓ ପାରା ଲ୍ୟାଣ୍ଡିଂ ଭଳି ରୋମାଞ୍ଚକର କ୍ରୀଡ଼ାର ସଫଳ ପରୀକ୍ଷା କରାଯାଇଥିଲା। ସମ୍ପୃକ୍ତ ସଂସ୍ଥା ପର୍ଯ୍ୟଟକଙ୍କୁ ଏହି ସେବା ଯୋଗାଇ ଆସୁଛି। ଉଚ୍ଚତା ଅନୁସାରେ ପ୍ରତି ଘଣ୍ଟାକୁ ୫ ଶହରୁ ୮୦୦ ଟଙ୍କା ନିଆଯାଇଥାଏ। ସେନାର ଅବସରପ୍ରାପ୍ତ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ଦ୍ୱାରା ସଂସ୍ଥା ପକ୍ଷରୁ ଜିଲା ପ୍ରଶାସନର ଅନୁମତି ନେଇ ଏହି ସେବା କେବଳ ପିକ୍‌ ସିଜନରେ ପର୍ଯ୍ୟଟକମାନଙ୍କୁ ଯୋଗାଇ ଦିଆଯାଉଥିବା ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି, ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ବର୍ଷାଋତୁ ଜୁଲାଇରୁ ସେପ୍ଟେମ୍ବରକୁ ଛାଡ଼ିଦେଲେ ଅନ୍ୟ ୯ ମାସ ଏହି ସ୍ଥାନକୁ ପର୍ଯ୍ୟଟକ ଆସିପାରିବେ। ନଭେମ୍ବରରୁ ମାର୍ଚ୍ଚ ଯାଏ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ୨୦୨୨ରେ ଦେଓମାଳିକୁ ୩ ଲକ୍ଷ ୯୯ ହଜାର ୯୮୦ ଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୬୭ ଜଣ ବିଦେଶୀ ଆସିଥିବା ଜଣାଯାଇଛି। ସେହିପରି ୨୦୨୩ରେ ୩ ଲକ୍ଷ ୯୫ ହଜାର ୭୧୦ ଦେଶୀ ପର୍ଯ୍ୟଟକ ଓ ୨୦୬ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିବା ଜିଲା ପର୍ଯ୍ୟଟନ ଅଧିକାରୀ ତାଲିନା ପ୍ରଧାନ ସୂଚନା ଦେଇଛନ୍ତି। ୨୦୨୪ରେ କେତେଜଣ ପର୍ଯ୍ୟଟକ ଏଠାକୁ ଆସିଛନ୍ତି ସେ ନେଇ ବର୍ତ୍ତମାନ ସୁଦ୍ଧା ସର୍ଭେ କରାଯାଇପାରି ନାହିଁ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ପର୍ଯ୍ୟଟକ ଆସିଥିବା ପର୍ଯ୍ୟଟନ ଅଧିକାରୀ କହିଛନ୍ତି। ପର୍ଯ୍ୟଟକମାନଙ୍କ ଏଠାରେ ରହିବା ପାଇଁ କୋରାପୁଟ ବନ ବିଭାଗ ପକ୍ଷରୁ ୧୦ କଟେଜ କରାଯାଇଛି। ୨୪ ଘଣ୍ଟା ପାଇଁ ଏହାର ମୂଲ୍ୟ ୬,୧୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଟଙ୍କାରେ ଜଳଖିଆ, ଲଞ୍ଚ,ଡିନର ଓ ସ୍ନାକ୍‌ସ ବ୍ୟବସ୍ଥା ରହିଛି। ସେହିପରି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଶତାଧିକ ତମ୍ବୁ ବ୍ୟବସ୍ଥା କରାଯାଇଛି। ୨୪ ଘଣ୍ଟା ତମ୍ବୁ ସହ ଟି, ସ୍ନାକ୍‌ସ, ପାଣି ବ୍ୟବସ୍ଥା ପାଇଁ ପର୍ଯ୍ୟଟକଙ୍କୁ ୧୨ ହଜାର ଟଙ୍କା ଦେୟ ଧାର୍ଯ୍ୟ ହୋଇଛି।
ନିକଟରେ ପରବ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କୋରାପୁଟ ଆସିଥିବାବେଳେ ଦେଓମାଳିରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଗସ୍ତ ସମୟରେ ଦେଓମାଳି ପରିଦର୍ଶନକରି ଏଠାରେ ପ୍ରାକୃତିକ ପରିବେଶର ଏକ ହବ୍‌ କରିବା ନେଇ ରାଜ୍ୟ ସରକାର ଚିନ୍ତା କରୁଥିବା କହିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଦେଓମାଳିକୁ ଟ୍ରାକିଂ ପାଇଁ ଏକ ଉକ୍ତୃଷ୍ଟ ସ୍ଥାନ କରାଯିବା ଉପରେ ପର୍ଯ୍ୟଟକମାନଙ୍କୁ ଅଧିକ ପ୍ରୋତ୍ସାହନ ନିମନ୍ତେ ପରବରେ ପର୍ବତାରୋହଣ ପ୍ରତିଯୋଗିତା କରାଯାଇଥିଲା ବୋଲି ଜିଲାପାଳ ଭି. କୀର୍ତ୍ତିଭାସନ କହିଛନ୍ତି। ଏହାର ବିକାଶ ଓ ଏଥିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ନିଯୁକ୍ତି ଦେବା ସ୍ଥାନୀୟ ଅଞ୍ଚଳର ଏସ୍‌ଏଚ୍‌ଜି ମହିଳାଙ୍କୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ପଟ୍ଟାଙ୍ଗି ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?