ଆଜିଠୁ ଅଚଳ ହେବ ୩ ବର୍ଗର ବ୍ୟାଙ୍କ ଆକାଉଣ୍ଟ: ଆର୍‌ବିଆଇ

ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ୨୦୨୫ର ପ୍ରଥମ ଦିନରୁ ବ୍ୟାଙ୍କ କାରବାର ସମ୍ପର୍କିତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାନୁଆରୀ ପହିଲାରୁ ୩ ପ୍ରକାରର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କିଙ୍ଗ ସେକ୍ଟରରେ ଠକେଇ ରୋକିବା, ସ୍ବଚ୍ଛତା ରକ୍ଷା କରିବା ଓ ଡିଜିଟାଲାଇଜେଶନକୁ ପ୍ରୋତ୍ସାହିତ କରିବା ପାଇଁ ଆର୍‌ବିଆଇ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ନିଷ୍କ୍ରିୟ ଆକାଉଣ୍ଟ, ଜିରୋ ବାଲାନ୍ସ ଆକାଉଣ୍ଟ ଓ ଡରମେଟ୍‌ ଆକାଉଣ୍ଟ ଆଦି ୩ ପ୍ରକାରର ଆକାଉଣ୍ଟ ଏଥିରେ ରହିଛି। ଯଦି କୌଣସି ଆକାଉଣ୍ଟରେ ୧ବର୍ଷ ବା ୧୨ ମାସରୁ ଅଧିକ ଦିନ ଧରି କୌଣସି ଆର୍ଥିକ କାରବାର ହୋଇନାହିଁ ତେବେ ଏହି ଆକାଉଣ୍ଟକୁ ଇନ୍‌ଆକ୍ଟିଭ୍‌ ବା ନିଷ୍କ୍ରିୟ ବର୍ଗରେ ଗଣତି କରାଯିବା ସହ ଉକ୍ତ ଆକାଉଣ୍ଟକୁ ଅଚଳ କରିଦିଆଯିବ। ତେବେ ଆବଶ୍ୟକସ୍ଥଳେ ବ୍ୟାଙ୍କ ସହ ଯୋଗାଯୋଗ କରି ଉପଭୋକ୍ତା ତାଙ୍କ ଆକାଉଣ୍ଟଙ୍କୁ ପୁନଃ ସକ୍ରିୟ କରିପାରିବେ।
ସେହିପରି ଦୀର୍ଘ ଦିନ ଧରି ଜିରୋ ବାଲାନ୍ସ ବା ଶୂନ୍ୟ ଅର୍ଥ ଥିବା ଆକାଉଣ୍ଟଗୁଡ଼ିକୁ ମଧ୍ୟ ପହିଲାରୁ ଅଚଳ କରାଯିବ। ଏହି ଆକାଉଣ୍ଟକୁ କୌଣସି ଦୁରୁପଯୋଗରୁ ରକ୍ଷା କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ଦ୍ୱାରା ବ୍ୟାଙ୍କ କାରବାର ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ସେହିପରି ଦୀର୍ଘଦିନ ଧରି ଅବ୍ୟବହୃତ ରହିଥିବା ଆକାଉଣ୍ଟକୁ ନିକଟସ୍ଥ ବ୍ୟାଙ୍କ ଶାଖାରେ କଓ୍ବୋଇସି କରାଇବା ପାଇଁ ଆକାଉଣ୍ଟଧାରୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ୨ବର୍ଷରୁ ଅଧିକ ସମୟ ଧରି କୌଣସି ଆର୍ଥିକ କାରବାର ହୋଇ ନ ଥିବା ଆକାଉଣ୍ଟ ଅର୍ଥାତ୍‌ ଡରମାଣ୍ଟ ଆକାଉଣ୍ଟକୁ ମଧ୍ୟ ଅଚଳ କରିଦିଆଯିବ। ଏହି ଆକାଉଣ୍ଟଗୁଡ଼ିକ ସାଇବର ଅପରାଧୀଙ୍କ ଟାର୍ଗେଟରେ ରହୁଥିବାବେଳେ ଏପରି ଆକାଉଣ୍ଟ ହ୍ୟାକ୍‌ କରି ପରବର୍ତ୍ତୀ ସମୟରେ ଆର୍ଥିକ ଠକେଇ କରିଥାନ୍ତିି। ତେଣୁ ଏପରି ଅପରାଧ ଏଡାଇବାକୁ ଆରବିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?