Posted inଜାତୀୟ

୯ ବର୍ଷ ଆୟୁଷ କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ, ୨।୯: ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ୨୦୧୯ ସ୍ଥିତି ଭଳି ବାୟୁ ପ୍ରଦୂଷଣ ଲାଗି ରହିଲେ ଉତ୍ତର ଭାରତୀୟଙ୍କ ଆୟୁଷ ୯ ବର୍ଷ କମିଯାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉତ୍ତର ଭାରତର ଗାଙ୍ଗେୟ ସମତଳ ଭୂମିରେ ୪୮ କୋଟିରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି, ଯାହା ମୋଟ ଜନସଂଖ୍ୟାର ୪୦ ପ୍ରତିଶତ। ଏଠାରେ ପ୍ରଦୂଷଣ ସ୍ତର ନିୟମିତ ଭାବେ ବଢ଼ିଚାଲିଛି, ଯାହା ବିଶ୍ୱର ଅନ୍ୟ କେଉଁଠି ଦେଖାଯାଏ ନାହିଁ ବୋଲି ସିକାଗୋ ବିଶ୍ୱବିଦ୍ୟାଳୟର ବାୟୁ ମାନ ଜୀବନ ସୂଚକାଙ୍କ (ଏକ୍ୟୁଏଲ୍‌ଆଇ) ରିପୋର୍ଟରେ କୁହାଯାଇଛି। ଯଦି ଜଣେ ସ୍ବଚ୍ଛ ବାୟୁରେ ଶ୍ୱାସକ୍ରିୟା କରେ ତେବେ ସେ କେତେଦିନ ବଞ୍ଚତ୍ପାରିବେ ତାହା ଉପରେ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଅଧ୍ୟୟନ କରାଯାଇଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବାୟୁ ପ୍ରଦୂଷଣ ସ୍ତର ଏତେ ବଢ଼ିଯାଇଛି ଯେ, ଏବେ ସେଠାରେ ଲୋକମାନଙ୍କ ହାରାହାରି ଆୟୁଷ ଅତିରିକ୍ତ ୨.୫ରୁ ୨.୯ ବର୍ଷ ହ୍ରାସ ପାଉଛି।
୨୦୧୯ରେ ଭାରତରେ ବାୟୁ ପ୍ରଦୂଷଣ ଅତ୍ୟଧିକ ବଢ଼ିଥିଲା। ସେତେବେଳେ ପ୍ରତି ଘନମିଟର ବାୟୁରେ ହାରାହାରି କଣିକା ଉପାଦାନ ସାନ୍ଦ୍ରତା ୭୦.୩ ମାଇକ୍ରୋଗ୍ରାମ ଥିଲା। ଏହା ବିଶ୍ୱରେ ସର୍ବାଧିକ ହୋଇଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଗାଇଡ୍‌ଲାଇନରେ ଧାର୍ଯ୍ୟ ଘନମିଟର ପ୍ରତି ୧୦ ମାଇକ୍ରୋଗ୍ରାମ୍‌ର ୭ ଗୁଣ। ପ୍ରଦୂଷଣ ଅଞ୍ଚଳ ମଧ୍ୟ ସମୟକ୍ରମେ ବୃଦ୍ଧି ପାଉଥିବା ଉକ୍ତ ରିପୋର୍ଟରେ କୁହାଯାଇଛି।
ଭାରତ, ପାକିସ୍ତାନ, ବାଂଲାଦେଶ ଓ ନେପାଳକୁ ନେଇ ପ୍ରକାଶ ପାଇଥିବା ଏକ୍ୟୁଏଲ୍‌ଆଇ ତଥ୍ୟ ଅନୁଯାୟୀ ଯଦି ପ୍ରଦୂଷଣ ସ୍ତରକୁ ଡବ୍ଲ୍ୟୁଏଚ୍‌ଓ ଗାଇଡ୍‌ଲାଇନ ସ୍ତରକୁ ହ୍ରାସ କରାଯାଏ, ତେବେ ଏଠାର ଜନସାଧାରଣଙ୍କ ହାରାହାରି ଆୟୁଷ ଆଉ ୫.୬ ବର୍ଷ ବଢ଼ିଯିବ। ଦକ୍ଷିଣ ଏସିଆରେ ପ୍ରଦୂଷଣ ସାଙ୍ଗକୁ ଜନସଖ୍ୟା ଅଧିକ ହୋଇଥିବାବେଳେ ଉକ୍ତ ଅଞ୍ଚଳ ମୋଟ ଜୀବନ ବର୍ଷର ୫୮ ପ୍ରତିଶତ ହରାଉଥିବା ରିପୋର୍ଟରେ କୁହାଯାଇଛି। ୨୦୦୦ ତୁଳନାରେ ବର୍ତ୍ତମାନ ଭାରତ ଓ ପାକିସ୍ତାନରେ ଗାଡ଼ି ସଂଖ୍ୟା ୪ ଗୁଣ ବଢ଼ିଛି। ଭାରତ, ପାକ୍‌, ବାଂଲାଦେଶ ଏବଂ ନେପାଳରେ କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ୧୯୯୮ରୁ ୨୦୧୭ ମଧ୍ୟରେ ୩ ଗୁଣ ବୃଦ୍ଧି ପାଇଛି। ଏହା ବ୍ୟତୀତ ଜମିରେ ନଡ଼ା ପୋଡ଼ିବା, ଇଟା ଭାଟି ଏବଂ କଳକାରଖାନା ଯୋଗୁ ଉକ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି। କଣିକା ପ୍ରଦୂଷଣ ମାନବ ସ୍ବାସ୍ଥ୍ୟ ପାଇଁ ସର୍ବାଧିକ ବିପଦ ବୋଲି ଏକ୍ୟୁଏଲ୍‌ଆଇ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ହେବେ ପରବର୍ତ୍ତି ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଉପ-ଆଡମିରାଲ ଦୀନେଶ ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ...

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri