ଆଫଗାନ୍‌ ବାୟୋମେଟ୍ରିକ୍‌ ବିପଜ୍ଜନକ

କାବୁଲ/ଓ୍ବାଶିଂଟନ,୨ା୯: ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିଯାଇଛନ୍ତି ଆମେରିକୀୟ ସୈନ୍ୟ। ୨୦ ବର୍ଷ ଭିତରେ ସେମାନେ ବ୍ୟବହାର କରିଥିବା ଅନେକ ଅତ୍ୟାଧୁନିକ ପ୍ରୋଗ୍ରାମ ବା ସଫ୍ଟଓ୍ବେର ଛାଡ଼ିଯାଇଛନ୍ତି। ଇତିମଧ୍ୟରେ ଆମେରିକାର ଏକ ବାୟୋମେଟ୍ରିକ୍‌ ଡିଭାଇସ୍‌ ତାଲିବାନ ହାତରେ ଲାଗିଛି। ଏହାକୁ ନେଇ ଅନେକେ ବିପଦ ଆଶଙ୍କା କରୁଥିବାବେଳେ ଏହି ଡିଭାଇସ୍‌ ସେତେଟା ବିପଜ୍ଜନକ ହେବ ନାହିଁ। ଅନ୍ୟପକ୍ଷେ ଆଫଗାନିସ୍ତାନ ସରକାରଙ୍କ ଦ୍ୱାରା ବ୍ୟବହୃତ ଏକ ଭିନ୍ନ ମେଶିନ୍‌ ଅଧିକ ବିପଦ ଆଶଙ୍କା ଉପୁଜାଇଛି। ତାଲିବାନ୍‌ ଶାସକ ଆଫଗାନ୍‌ ନାଗରିକ ଓ ସୈନ୍ୟଙ୍କ ବ୍ୟକ୍ତିଗତ ତଥ୍ୟ ଏଥିରୁ ବାହାର କରି ସେଗୁଡ଼ିକୁ ପ୍ରିଣ୍ଟ କରିବସିଲେ ବିସ୍ମିତ ହେବାର ନାହିଁ ବୋଲି ‘ଡାଟା ଆଣ୍ଡ୍‌ ସୋସାଇଟି’ର ଗବେଷକ ରଞ୍ଜିତ୍‌ ସିଂ କହିଛନ୍ତି।

ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଦୁଇ ଦଶନ୍ଧି ଯୁଦ୍ଧର ଅନ୍ତ ଘୋଷଣା କରି ଆଫଗାନିସ୍ତାନକୁ ଦଖଲ କରିବାବେଳେ ଆମେରିକା ସୈନ୍ୟଙ୍କ ଏକ ବାୟୋମେଟ୍ରିକ୍‌ ଉପକରଣ ହାତେଇଥିବା ନେଇ ମଧ୍ୟ ଏକାଧିକ ରିପୋର୍ଟ ସାମ୍ନାକୁ ଆସିଥିଲା। ଉକ୍ତ ଡିଭାଇସ୍‌କୁ ଆମେରିକୀୟ ସୁରକ୍ଷା ବଳ ଆଇରିସ୍‌ ସ୍କାନ୍‌, ଫିଙ୍ଗରପ୍ରିଣ୍ଟ ଓ ଫେସିଆଲ୍‌ ଇମେଜ୍‌ ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରୁଥିଲେ। ତେଣୁ ‘ଏଚ୍‌ଆଇଆଇଡିଇ’ ନାମରେ ପରିଚିତ ଏହି ମେଶିନକୁ ସାମରିକ ମେଣ୍ଟକୁ ସହଯୋଗ କରୁଥିବା ଆଫଗାନମାନଙ୍କୁ ଚିହ୍ନଟ କରିବାରେ ତାଲିବାନ ଉପଯୋଗ କରିପାରେ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରୁଛନ୍ତି। ତେବେ ଏହାକୁ ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ଏହି ଡିଭାଇସ୍‌ ପ୍ରକୃତରେ ବାୟୋମେଟ୍ରିକ୍‌ ସମ୍ପର୍କରେ ସୀମିତ ତଥ୍ୟ ପ୍ରଦାନ କରିଥାଏ। ଏହାକୁ ସୁରକ୍ଷିତ ସର୍ଭରରେ ରଖାଯାଇଛି। କିନ୍ତୁ ଏହାଠୁ ଅଧିକ ବିପଦ ଆଫଗାନ୍‌ ସରକାରଙ୍କ ଡାଟାବେସ୍‌ରୁ ରହିଛି, ଯେଉଁଥିରେ ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ଉପଲବ୍ଧ। ଏହାକୁ ବ୍ୟବହାର କରି ୩.୮ କୋଟି ଜନସଂଖ୍ୟା ବିଶିଷ୍ଟ ଆଫଗାନିସ୍ତାନର ଅଧିକାଂଶ ଲୋକଙ୍କୁ ଚିହ୍ନଟ କରିହେବ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି।
କେମ୍ବ୍ରିଜ୍‌ରେ ଅବସ୍ଥିତ ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ‘ଏମ୍‌ଆଇଟି ଟେକ୍ନୋଲୋଜି ରିଭ୍ୟୁ’ ପତ୍ରିକା ପକ୍ଷରୁ ଆମେରିକା ଦ୍ୱାରା ବିକଶିତ
ଏପିପିଏସ୍‌ ଡାଟାବେସ୍‌, ଆଫଗାନ୍‌ ପର୍ସନେଲ୍‌ ଏବଂ ପେ ସିଷ୍ଟମ୍‌ ଭଳି ଯାନ୍ତ୍ରିକ ଉପକରଣ ସହ ପରିଚିତ ଦୁଇଜଣ ବ୍ୟକ୍ତିଙ୍କ ସହିତ ଏନେଇ ଆଲୋଚନା କରାଯାଇଥିଲା। ଆଫଗାନିସ୍ତାନରେ ନ୍ୟାଶନାଲ ଆର୍ମି ଓ ପୋଲିସକୁ ଅର୍ଥ ପ୍ରଦାନ ଲାଗି ସେଠାକାର ଉଭୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ବ୍ୟବହୃତ ଏହି ମେଶିନ ହେଉଛି ସବୁଠୁ ସମ୍ବେଦନଶୀଳ ବ୍ୟବସ୍ଥା। ତେଣୁ ଏହାକୁ ବ୍ୟବହାର କରି ସୁରକ୍ଷା କର୍ମୀ ଓ ସେମାନଙ୍କ ପରିବର୍ଦ୍ଧିତ ନେଟ୍‌ଓ୍ବର୍କ ସମ୍ପର୍କରେ ବିସ୍ତୃତ ବିବରଣୀ ହାସଲ କରାଯାଇପାରେ।
୨୦୧୬ରେ ଜାଲ୍‌ ପରିଚୟ ବା ଭୂତ ସୈନିକଙ୍କୁ ଦରମା ସଂକ୍ରାନ୍ତୀୟ ଜାଲିଆତି ରୋକିବା ପାଇଁ ଏହାର ବ୍ୟବହାର ଆରମ୍ଭ କରାଯାଇଥିଲା। ଏପିପିଏସ୍‌ରେ ପ୍ରାୟ ପ୍ରତ୍ୟେକ ଆଫଗାନ୍‌ ସୈନିକ ଓ ପୋଲିସ କର୍ମଚାରୀଙ୍କ ୫୦ ହଜାର ରେକର୍ଡ ରହିଛି। ସେମାନଙ୍କୁ ଏଥିରେ ତାଲିକାଭୁକ୍ତ କରାଯିବା ଦିନଠାରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି, ଯାହାକି ଉକ୍ତ ସିଷ୍ଟମ୍‌ରେ ସବୁଦିନ ପାଇଁ ରହିବ। ଜଣେ ସେନା ବା ପୋଲିସ ଚାକିରି ଛାଡ଼ିଦେଲେ ମଧ୍ୟ ଏହି ଡାଟା ଉକ୍ତ ମେଶିନରେ ଉପଲବ୍ଧ ରହିଥିବ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି। ରେକର୍ଡଗୁଡ଼ିକୁ ଅପ୍‌ଡେଟ୍‌ କରିହେବ କିନ୍ତୁ ଡାଟା ଡିଲିଟ୍‌ ଅପ୍‌ଶନ୍‌ ସେଥିରେ ନାହିଁ। ଏପରି କି ତାଲିବାନର କାବୁଲ ଦଖଲ ଭଳି ଜରୁରୀ ପରିସ୍ଥିତିରେ ବି ଡାଟା ହଟାଇବା ଅସମ୍ଭବ।
ନାଟୋର କମ୍ବାଇଣ୍ଡ ସିକ୍ୟୁରିଟି ଟ୍ରେନିଂ କମାଣ୍ଡ-ଆଫଗାନିସ୍ତାନରୁ ପୋଲିସ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଏକ ବିବରଣୀ ସମ୍ପର୍କରେ କେତେକ ତଥ୍ୟ ଜଣାପଡ଼ିଛି। କେବଳ ଗୋଟିଏ ଆପ୍ଲିକେଶନ ୩୬ ଡାଟା ପଏଣ୍ଟ ସଂଗ୍ରହ କରିଥିଲା। ଅନ୍ୟପକ୍ଷେ ଏପିପିଏସ୍‌ରେ ଥିବା ପ୍ରତ୍ୟେକ ପ୍ରୋଫାଇଲ୍‌ରେ ଅନୂ୍ୟନ ୪୦ ଡାଟା ଫିଲ୍ଡ ରହିଥିବା ଏମ୍‌ଆଇଟି ରିଭ୍ୟୁ ସୂତ୍ରରୁ ଜଣାପଡ଼ିଛି। ଆଫଗାନ୍‌ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ଜଡ଼ିତ ପ୍ରତ୍ୟେକ ପ୍ରୋଫାଇଲ୍‌ର ନାମ, ଜନ୍ମ ତାରିଖ ଓ ସ୍ଥାନ ଏବଂ ଏକକ ପରିଚୟ ପତ୍ର ସଂଖ୍ୟା ଭଳି ବ୍ୟକ୍ତିଗତ ତଥ୍ୟ ଏଥିରେ ରହିଛି। ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ଡାଟା ଭିତ୍ତିଭୂମି ଓ ସାଧାରଣ ନୀତି ଉପରେ ଅଧ୍ୟୟନ କରୁଥିବା ଅଣଲାଭକାରୀ ଗବେଷଣା ସଂସ୍ଥା ‘ଡାଟା ଆଣ୍ଡ୍‌ ସୋସାଇଟି’ର ସ୍କୋଲାର ରଞ୍ଜିତ୍‌ ସିଂ କହିଛନ୍ତି। ରଞ୍ଜିତଙ୍କ ମତରେ ଏହା ଏକ ସମୁଦାୟ ମଧ୍ୟରେ ଥିବା ଯୋଗସୂତ୍ରର ‘ଜିନିଓଲୋଜି’, ଯାହା କି ସମସ୍ତ ଆଫଗାନ୍‌ ନାଗରିକଙ୍କୁ ବିପଦରେ ପକାଇଛି। କିନ୍ତୁ ସେଥିରେ ଥିବା ସମସ୍ତ ଡାଟାର ସ୍ପଷ୍ଟ ବ୍ୟବହାର ହୋଇପାରିବ ନାହିଁ। ଉଦାହରଣ ସ୍ବରୂପ, ପୋଲିସ ଆଇଡି ଆପ୍ଲିକେଶନ ଫର୍ମରେ ମଧ୍ୟ ନିଯୁକ୍ତି ଦିଆଯାଉଥିବା ସୈନ୍ୟଙ୍କ ପ୍ରିୟ ଖାଦ୍ୟ ଓ ପନିପରିବା ସମ୍ପର୍କରେ ଉଲ୍ଲେଖ ରହିଛି। ଉକ୍ତ ଆପ୍ଲିକେଶନକୁ ବ୍ୟବହାର କଲେ ଭେରିଫିକେଶନ ପାଇଁ ୟୁଜର୍ସଙ୍କୁ ଏ ସମ୍ପର୍କିତ ବ୍ୟକ୍ତିଗତ ପ୍ରଶ୍ନ ପଚାରିବ। ଆଫଗାନିସ୍ତାନରେ ଆମେରିକୀୟ ସେନା ଓ ଏହାର କଣ୍ଟ୍ରାକ୍ଟରମାନେ ବାୟୋମେଟ୍ରିକ୍‌ ସୂଚନା ସଂଗ୍ରହ କରିବା ଯାଏ ଡାଟା ପ୍ରିଭେସି ଆଇନ ପ୍ରଣୟନ ହୋଇ ନ ଥିଲା। ପ୍ରକାଶ ଯେ, ୨୦୧୬ରେ ଚରମପନ୍ଥୀମାନେ କୁନ୍ଦୁଜ୍‌ ଅଭିମୁଖେ ଯାଉଥିବା ଏକ ବସ୍‌ରେ ଅତର୍କିତ ଆକ୍ରମଣ କରି ୨୦୦ ଯାତ୍ରୀଙ୍କୁ ପଣବନ୍ଦୀ ରଖିଥିଲେ। ଶେଷରେ ସେମାନେ ୧୨ ଜଣଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ପରିବାର ଲୋକଙ୍କୁ ଭେଟି ସେନାକୁ ଫେରୁଥିବା ନ୍ୟାଶନାଲ ଆର୍ମିର କେତେଜଣ ସୈନ୍ୟ ଥିଲେ। ସେହି ସମୟରେ ତାଲିବାନ୍‌ ଲୋକଙ୍କ ପରିଚୟ ଯାଞ୍ଚ ପାଇଁ କେତେକ ଫିଙ୍ଗରପ୍ରିଣ୍ଟ ସ୍କାନର ବ୍ୟବହାର କରୁଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ। ଏହି ଘାତକ ଆକ୍ରମଣ ପରେ ଆଫଗାନିସ୍ତାନରେ ବାୟୋମେଟ୍ରିକ ଡାଟାବେସ୍‌ର ଗୁରୁତ୍ୱ ସାମ୍‌ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

ଜେଲ ପରିବର୍ତ୍ତେ ହାଉସ ଆରେଷ୍ଟ ହେଲେ ମ୍ୟାନମାର ନେତା ଆଙ୍ଗ ସାନ ସୁ କି, କାହିଁକିଁ ଏମିତି ନିଷ୍ପତ୍ତି ନେଲା ସେନା

ବ୍ୟାଙ୍ଗକକ,୧୭।୪: ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ...

ପ୍ରବଳ ବର୍ଷାରେ ଜଳମଗ୍ନ ହେଲା ଦୁବଇ ଏୟାର ପୋର୍ଟ, ଶପିଂ ମଲରେ ଆଣ୍ଠୁଏ ପାଣି

ଦୁବି,୧୭।୪: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ଦୁବାଇ, ଶୁଷ୍କ ଏବଂ ଗରମ ତାପମାତ୍ରା ପାଇଁ ଜଣାଶୁଣା, ମଙ୍ଗଳବାର ଏଠାରେ ପ୍ରବଳ ବର୍ଷା ହେତୁ ବନ୍ୟା...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri