Posted inଜାତୀୟ

ବଡ଼ ଘୋଷଣା କଲା ଏୟାର ଇଣ୍ଡିଆ, ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ସହରକୁ ଉଡ଼ିବନି ଫ୍ଲାଇଟ୍‌

ନୂଆଦିଲ୍ଲୀ, ୦୨।୦୮: ଟାଟା ଗ୍ରୁପ୍‌ର ଏୟାର ଲାଇନ୍‌ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଏୟାର ଇଣ୍ଡିଆ ଶୁକ୍ରବାର ଏହାର ଅଫିସିଆଲ୍‌ ଏକ୍ସ ଆକାଉଣ୍ଟ ମଧ୍ୟମରେ ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛି । ଏସ୍ରାଏଲର ତେଲ ଅବିବରୁ ଆସିବାକୁ ଥିବା ଫ୍ଲାଇଟ୍‌ ଏବଂ ଯିବାକୁ ଥିବା ଫ୍ଲାଇଟ୍‌ ତତ୍କାଳ ବାତିଲ୍‌ କରିବା ପାଇଁ ନିଷ୍ପତ୍ତି ନେଇଛି । ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଏହି ଫ୍ଲାଇଟ୍‌ ବାତିଲ୍‌ ହୋଇଛି ।

ସୂଚନା ଥାଉକି,  ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଧିରେ ଧିରେ ତେଜିବାରେ ଲାଗିଛି । ହମାସ ଗ୍ରୁପ୍‌ର ସୁପ୍ରିମୋ ଇସ୍‌ମାଇଲ ହାନିଆଙ୍କ ହତ୍ୟା ପରେ ଚିହିଁକି ଉଠିଛି ହମାସ୍‌ । ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଏୟାର ଇଣ୍ଡିଆ ଦିଲ୍ଲୀରୁ ତେଲ ଅବିବ୍‌ ଉଡ଼ାଣ ଭରିବାକୁ ଥିବା ଫ୍ଲାଇଟ୍‌ଗୁଡ଼ିକୁ ବାତିଲ୍‌ କରିଥିଲା। ଏହାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀରୁ ତେଲ ଅବିବ୍‌ ଯିବାକୁ ଥିବା ଏଆଇ ୧୩୯ ଫ୍ଲାଇଟ୍‌ ଏବଂ ତେଲ ଅବିବ୍‌ରୁ ଦିଲ୍ଲୀ ଆସିବାକୁ ଥିବା ଏଆଇ ୧୪୦ ଫ୍ଲାଇଟ୍‌ ବାତିଲ୍‌ କରିଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆ ପରିଚାଳନାରେ ସମସ୍ୟା କରଣ ଦର୍ଶାଇ ତେଲ ଅବିବ୍‌ ଯିବାକୁ ଥିବା ଫ୍ଲାଇଟ୍‌ର ଉଡ଼ାଣକୁ ବାତିଲ୍‌ କରିଥିଲା। ଏୟାର ଇଣ୍ଡିଆ ଏନେଇ କହିଛି ଯେ, ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସ୍ଥିତିକୁ ନଜରରେ ରଖି ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପାଇଁ ସେଠାକୁ ଉଡ଼ାଣ ବାତିଲ୍‌ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ସୌରମଣ୍ଡଳ ବାହାରେ ଚନ୍ଦ୍ର: ପ୍ରଥମ ଥର ପାଇଁ ମିଳିଲା ସମ୍ଭାବ୍ୟ ବାହ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ

ନୂଆଦିଲ୍ଲୀ,୨୬ା୭(ପି.ଟି.): ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ସୌରମଣ୍ଡଳ ବାହାରେ ସମ୍ଭାବ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ ପାଇଛନ୍ତି। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ଗବେଷଣା ତଥ୍ୟରୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପୁରୀରେ ଆଜି ଅତି ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୨୬ା୭(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

୩ ବର୍ଷ ପାଇଁ ଏଚ୍‌-୧ବି ଭିଜା ବନ୍ଦ ଲାଗି ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ୱାଶିଂଟନ,୨୬ା୭: ଆମେରିକା ସିନେଟ୍‌ରେ ଏକ ନୂଆ ବିଧେୟକ ଆସିଛି। ଏହି ବିଲ୍‌ ଅନୁଯାୟୀ ଆଗାମୀ ୩ବର୍ଷ ପାଇଁ ନୂତନ ଏଚ୍‌-୧ବି ଭିଜା ସେବା ବନ୍ଦ ରଖିବାକୁ ଏବଂ…

ସିଏମ୍‌ଓରୁ ଫାଇଲ ଚୋରି ଘଟଣା: ବିଦେଶରେ ଥିବାରୁ ଥାନାରେ ହାଜର ହେଲେନି ପାଣ୍ଡିଆନ

ଭୁବନେଶ୍ୱର,୨୬ା୭(ତ୍ରିନାଥ ମହାନ୍ତି): ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର କମିଶନ ଫାଇଲ୍‌ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯିବା ଘଟଣାରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ, ରାଜ୍ୟ ରାଜନୀତିରେ ଚହଳ!

ଭୁବନେଶ୍ୱର,୨୬।୭ (ସୁନିତ୍‌ ମିଶ୍ର) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ…

ଇସ୍ତଫା ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୬ା୭ (ପି.ଟି.) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri