ଚାକିରି ଛାଡ଼ିଲେ ବାୟୁସେନା ଯବାନ

କଲମ୍ବୋ,୨୪ା୭: ଶ୍ରୀଲଙ୍କାରେ ଲୋକଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ବାଧୀନତା ପରଠାରୁ ଦେଶ ବର୍ତ୍ତମାନ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କାରେ ସଙ୍କଟ ଯୋଗୁ ଅନେକ ନାଗରିକ ଦେଶ ଛାଡ଼ି ପଳାଇବାକୁ ପଛାଉ ନାହାନ୍ତି। ଖାଦ୍ୟ କିମ୍ବା ଇନ୍ଧନ ନାହିଁ, ଚାରିଆଡ଼େ ଦାରିଦ୍ର ଏବଂ ଦୁଃଖ ରହିଛି। ଏହି ସମୟରେ ଶ୍ରୀଲଙ୍କା ବାୟୁସେନାର ଜଣେ ଯବାନ ସେ ଦେଶର ସଶସ୍ତ୍ର ବାହିନୀର ଦାସ ହେବାକୁ ଚାହୁଁନାହାନ୍ତି ବୋଲି କହି ଚାକିରି ଛାଡ଼ିଛନ୍ତି।

ଶ୍ରୀଲଙ୍କା ବାୟୁସେନାରେ କାର୍ଯ୍ୟ କରୁଥିବା ଆଶଙ୍କା ଶ୍ରୀମାଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ସେ ଏହି ସେବା ଛାଡୁଛନ୍ତି, କାରଣ ମୁଁ ଶ୍ରୀଲଙ୍କା ବାୟୁସେନାର ଦାସ ହେବାକୁ ଚାହେଁ ନାହିଁ।

ଏହା ଉପରେ ମନ୍ତବ୍ୟ ଦେଇ ଏସ୍‌ଏଲ୍‌ଏଏଫ୍‌ ମୁଖପାତ୍ର ଗ୍ରୁପ କ୍ୟାପଟେନ ଦୁଶାନ ଓ୍ବିଜେସିଂଘେ କହିଛନ୍ତି, ସେ ୮ ବର୍ଷର କାର୍ଯ୍ୟ ଶେଷ ହେବା ପରେ ୨୧ ଜୁଲାଇ ୨୦୨୨ରେ ବାୟୁସେନା ଛାଡ଼ିଥିଲେ।

୨୦୨୨ ଆରମ୍ଭରୁ ଶ୍ରୀଲଙ୍କାରେ ବଢୁଥିବା ଅର୍ଥନୈତିକ ସଙ୍କଟ ଦେଖାଦେଇଛି। ସରକାର ଏହାର ବିଦେଶୀ ଋଣ ଉପରେ ଡିଫଲ୍ଟ ହୋଇଛନ୍ତି। ମିଳିତ ଜାତିସଂଘ ଚେତାବନୀ ଦେଇଛି ଯେ, ୫.୭ ନିୟୁତ ଲୋକ ‘ଜରୁରୀ ମାନବିକ ସହାୟତା ଆବଶ୍ୟକ କରୁଛନ୍ତି’।

ମାର୍ଚ୍ଚରୁ ଏହି ବିରୋଧ ଆରମ୍ଭ ହୋଇଥିଲା। ଯେଉଁଥିରେ ଅନେକ ଶ୍ରୀଲଙ୍କାବାସୀ ଖାଦ୍ୟ ଏବଂ ଇନ୍ଧନ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବର ସମ୍ମୁଖୀନ ହୋଇଥିଲେ। ଏହି ବିରୋଧ ଦ୍ୱାରା ୯ ମେ’ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଇସ୍ତଫା ଦେଇଥିଲେ। ତାଙ୍କ ଭାଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ୧୩ ଜୁଲାଇରେ ଦେଶ ଛାଡ଼ିଥିଲେ। ଏହାର ଗୋଟେଦିନ ପରେ ସେ ମଧ୍ୟ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri