ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ । ସେ ତାଙ୍କ ଏହି ଗସ୍ତରେ ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆଁସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ । ଏହା ସହିତ କମିଶନର ଯାଦବ ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ସହିତ ମୁଗ, ବିରି ଓ ଆଖୁ ଭଳି ଅନ୍ୟ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ସେହିପରି ଦାନାଦାର ସାର ସହିତ ନାନୋ ସାର ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ଏବଂ ତାହା ଫସଲର ଉତ୍ପାଦନ ବୃଦ୍ଧି କରିବା ସହ ଖର୍ଚ୍ଚ କମାଇବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି ଗସ୍ତ ସମୟରେ ବରଗଡ଼ କୃଷି ଉପନିର୍ଦ୍ଦେଶକ ମମତାରାଣୀ ତ୍ରିପାଠୀ, ପଦ୍ମପୁର କୃଷି ଅଧିକାରୀ ପ୍ରଭାସ ପଣ୍ଡା, କୃଷିଯନ୍ତ୍ରୀ ନରେନ୍ଦ୍ର ପାଣି, ବରଗଡ଼ ବ୍ଲକ କୃଷି ଅଧିକାରୀ ଇତିସ୍ମିତା ଡେବତା, ସହକାରୀ କୃଷି ନିର୍ଦ୍ଦେଶକ, ଅଞ୍ଜନ ନାୟକ, ସ୍ନେହଲ ମଣ୍ଡିପ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…

ବାଇକ୍‌ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର…

ବଲାଙ୍ଗୀରରେ ଅଖଚକ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

ବଲାଙ୍ଗୀର, ୮।୧୦(ବୀରେନ୍ଦ୍ର କୁମାର ଝାଙ୍କର):ଏମ୍‌ଏମ୍‌ଡିଆର୍‌୍‌, ଏସଆଇଆର୍‌-୨୦୨୬, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?