କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ୱର,୧।୧୨(ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୧୪୩ କୋଟି ୬୫ ଲକ୍ଷ ୩୫ ହଜାର ଟଙ୍କା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧୪ କୋଟି ୮୧ ଲକ୍ଷ ୫୨ ହଜାର ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ବିଧାନସଭାରେ ଗୃହୀତ ହୋଇଛି । କୃଷିମନ୍ତ୍ରୀଙ୍କ ତରଫରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ଖର୍ଚ୍ଚଦାବିକୁ ବୁଧବାର ଗୃହର ଅନୁମୋଦନ ପାଇଁ ଉପସ୍ଥାପନ କରିଥିଲେ।
ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ଶିକ୍ଷକ ଆନ୍ଦୋଳନ ନେଇ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ପ୍ରବଳ ହୋହଲ୍ଲା କରିଥିଲେ। ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ପରିସ୍ଥିତି ସ୍ବାଭାବିକ ହୋଇପାରି ନ ଥିଲା। ପାଟିତୁଣ୍ଡ ମଧ୍ୟରେ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଥିଲା।
ହୋହଲ୍ଲା ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ଧାନ, ବିରି, ମାଣ୍ଡିଆ ଏବଂ ଡାଲିଜାତୀୟ ଫସଲର ଅମଳ ବୃଦ୍ଧି ପାଇଛି । ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଏସ୍‌ଏଚଜି ମହିଳାମାନଙ୍କୁ ସାମିଲ କରାଯାଇଛି । ୫-ଟି ଓ ମୋ ସରକାର ମାଧ୍ୟମରେ ଚାଷୀମାନଙ୍କୁ ବିହନଠାରୁ ଆରମ୍ଭ କରି ବିଭିନ୍ନ ସେବା ଯୋଗାଇବାରେ ତ୍ୱରିତ ପଦକ୍ଷେପ ନିଆଯାଉଛି। ଏହି ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ କହିଛନ୍ତି, କୃଷି ହେଉଛି ଅର୍ଥନୀତିର ଆଧାର । ଓଡ଼ିଶା ପୂର୍ବରୁ ଖାଦ୍ୟଶସ୍ୟ ଆମଦାନୀ କରୁଥିବା ବେଳେ ଏବେ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛି। ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନ କରି ଅନ୍ୟ ରାଜ୍ୟକୁ କୃଷିଜାତ ସାମଗ୍ରୀ ପଠାଉଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । କୃଷି ଉଦ୍ୟୋଗୀକରଣ ଆବଶ୍ୟକ ଅଛି । ତେଣୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଭଳି ପୁଞ୍ଜିନିବେଶ ଆୟୋଜନ ମଧ୍ୟ ଓଡ଼ିଶା କରୁଛି। ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟରେ ଉନ୍ନତ ପ୍ରଣାଳୀରେ ଚାଷ ହେଉଛି । ଆଶାଠାରୁ ଦୁଇଗୁଣ ଉତ୍ପାଦନ ହେଉଛି । ଏହା ସହିତ କାଳିଆ ଓ ବଳିଆ ଯୋଜନାରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦିଆଯାଉଛି । ଓଡ଼ିଶାରୁ ଚାଉଳ ଉତ୍ପାଦନ କରାଯାଇ ପିଡିଏସ୍‌ ବ୍ୟବସ୍ଥାରେ ଚାଉଳ ପହଞ୍ଚୁଛି। ମିଲେଟ୍‌ ମିଶନ ମାଧ୍ୟମରେ ଆଦିବାସୀମାନଙ୍କର ମାଣ୍ଡିଆ ଚାଷକୁ ମୂଲ୍ୟଯୁକ୍ତ ଓ ବଜାର ଆଭିମୁଖ୍ୟ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସନ୍ତୋଷ ଖଟୁଆଙ୍କୁ ଦେଲା ଟିକେଟ୍‌

ଭୁବନେଶ୍ୱର,୩।୫: ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ।...

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri