ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧।୧୨: ଭାରତୀୟ ଷ୍ଟକ୍‌ ବଜାରର ଫଳାଫଳ କ୍ରମାଗତ ଭାବେ ଭଲ ରହିବା ସାଙ୍ଗକୁ ନିବେଶ ମଧ୍ୟ ବୃଦ୍ଧି ପାଉଛି। ଏପରିକି ଶେୟାର ବଜାରରେ ନିବେଶ କରୁଥିବା ନିବେଶକମାନେ ବେଶ୍‌ ଉତ୍ସାହିତ ରହିଛନ୍ତି। ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସର କାରବାର ଫଳାଫଳ ପରେ ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୬୩,୦୦୦ ଅଙ୍କରେ ବନ୍ଦ ହୋଇଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍‌ଟି ମଧ୍ୟ ୧୯,୦୦୦ ଅଙ୍କର ନିକଟବର୍ତ୍ତୀରେ ରହିଛି। ଅପରପକ୍ଷରେ ବୁଧବାର ଦଲାଲ ଷ୍ଟ୍ରିଟ୍‌ର କାରବାର ବନ୍ଦ ହେବା ବେଳକୁ ପ୍ରାୟ ୨.୪୦ ଲକ୍ଷ କୋଟି ଟଙ୍କାର ଲାଭ କରିଥିବା ଜଣାପଡିଛି। କାରଣ ବିଏସ୍‌ଇରେ ପଞ୍ଜୀକୃତ ନିବେଶକଙ୍କ ଶେୟାରଗୁଡିକ ମାର୍କେଟ୍‌ କ୍ୟାପିଟାଲାଇଜେଶନ ୨ ଲକ୍ଷ ୪୦ ହଜାର କୋଟି ବୃଦ୍ଧି ପାଇ ୨୮୮.୫୫ ଲକ୍ଷ କୋଟିରେ ପହଞ୍ଚତ୍ଛି। ସେହିଭଳି ବୁଧବାର କେନ୍ଦ୍ର ସରକାର ଚଳିତ ବର୍ଷର ୨ୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର) ଶେଷ ସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିଭୃଦ୍ଧି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବାର କିଛି ସମୟ ପୂର୍ବରୁ ବଜାର କାରବାର ବହୁତ ଭଲ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଷ୍ଟକ୍‌ ବଜାରରେ ଏହି ଉତ୍ସାହ ପଛରେ ଏକ ବଡ଼ କାରଣ ରହିଛି, ତାହା ହେଉଛି ଅଶୋଧିତ ତୈଳ ମୂଲ୍ୟ ହ୍ରାସ ସାଙ୍ଗକୁ ଚାଇନାରେ କୋଭିଡ୍‌ କଟକଣା ଓ ଲକ୍‌ଡାଉନ ଯୋଗୁ ତୈଳ ଚାହିଦା ହ୍ରାସ ପାଇଛି।

କ୍ରମାଗତ ୭ମ ଦିନ ଲାଗି ଷ୍ଟକ୍‌ ବଜାରର ଫଳାଫଳ ଭଲ ରହିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟଦିବସର ଫଳାଫଳ ନିବେଶକଙ୍କ ମନରେ ଉତ୍ସାହ ଭରି ଦେଇଛି। ଫଳରେ ଶେୟାର ବଜାରର ନିବେଶକମାନେ କିଛି ପରିମାଣରେ ନିବେଶ ବୃଦ୍ଧି କରିପାରିଛନ୍ତି। ବୁଧବାର ଷ୍ଟକ୍‌ ବଜାରର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୪୧୮(୪୧୭.୮୧) ପଏଣ୍ଟ ବଢ଼ି ୬୩,୧୦୦ (୬୩,୦୯୯.୬୫) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୧୪୦ (୧୪୦.୩୦) ପଏଣ୍ଟ ବୃଦ୍ଧି ଘଟି ୧୮,୭୫୮ (୧୮,୭୫୮.୩୫) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri