ଖୋଲା ରହିବ କୃଷି ଉପକରଣ ଦୋକାନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): କୃଷି ଏବଂ କୃଷି ଆନୁଷଙ୍ଗିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସାଧାରଣ ସମୟ ଭଳି ଖୋଲା ରହିବ। ଉଭୟ ଲକ୍‌ଡାଉନ ଏବଂ ଶଟ୍‌ଡାଉନ ସମୟରେ ବିହନ, ସାର, କୃଷି ଉପକରଣ ଏବଂ କୃଷି ଯନ୍ତ୍ରପାତି ଦୋକାନ ସାଧାରଣ ସମୟ ଭଳି ଖୋଲା ରହିବ। ଚାଷୀମାନେ ଚାଷ କାର୍ଯ୍ୟ ସହିତ କୃଷିଜାତ ଦ୍ରବ୍ୟର ବିକ୍ରିବଟା ଏବଂ କୃଷି ଉପକରଣ ପରିବହନ ବିନା ବାଧାବିଘ୍ନରେ କରିପାରିବେ ବୋଲି ରାଜ୍ୟ ରିଲିଫ୍‌ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଖରିଫ୍‌ ଚାଷ କାର୍ଯ୍ୟରେ କୋଭିଡ୍‌ କଟକଣା ଯେପରି ବାଧା ସୃଷ୍ଟି ନ କରେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍‌ କଟକଣା ପାଇଁ ଚାଷୀମାନେ ଧାନ ବିହନ ସଂଗ୍ରହ କରିବାରେ ଅସୁବିଧା ସୃଷ୍ଟି ହେଉଛି ବୋଲି ଓଡ଼ିଶା ରାଜ୍ୟ ବିହନ ନିଗମ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ୍‌ ପାଇଁ ଦେଶ ଏବଂ ରାଜ୍ୟର ସାମଗ୍ରିକ ଉତ୍ପାଦନ ବିଯୁକ୍ତାତ୍ମକ ହୋଇଥିବା ବେଳେ କୃଷି ଏକମାତ୍ର କ୍ଷେତ୍ର ଯାହାର ଯୁକ୍ତାତ୍ମକ ଅଭିବୃଦ୍ଧି ହୋଇଥିଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷିକୁ ଗୁରୁତ୍ତ୍ୱ ଦେଉଛନ୍ତି। ସେଥିପାଇଁ ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ୫ଲକ୍ଷ ୫୦ ହଜାର ଉନ୍ନତ ମାନର ରୋଗପୋକ ସହଣଶକ୍ତି ଯୁକ୍ତ ପ୍ରାମାଣିକ ଧାନ ବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ରାଜ୍ୟରେ ଦେଖାଦେଉଥିବା ବନ୍ୟା, ବାତ୍ୟା ଏବଂ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରୁଥିବା ଧାନ ବିହନ ମଧ୍ୟ ରିହାତି ଦରରେ ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ୧୦ ବର୍ଷରୁ କମ୍‌ ପ୍ରାମାଣିକ ଧାନ ବିହନର ରିହାତି ମୂଲ୍ୟ କୁଇଣ୍ଟାଲ ପ୍ରତି ୧୯୫୦ ଟଙ୍କା ଏବଂ ଦଶ ବର୍ଷରୁ ଅଧିକ ପ୍ରାମାଣିକ ଧାନ ବିହନର ରିହାତି ମୂଲ୍ୟ ୨୨୮୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଚାଷୀମାନେ ଯେପରି ସୁବିଧାରେ ଧାନ ବିହନ ପାଇପାରିବେ ସେଥିପାଇଁ ସମବାୟ ବିଭାଗ ରାଜ୍ୟର ସମସ୍ତ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ। ଅସିତ୍‌ ତ୍ରିପାଠୀଙ୍କ ପରେ ସେ ଏହି ଦାୟିତ୍ୱ ଗ୍ରହଣ...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...

ସବୁଠୁ ଥଣ୍ଡା ସୋନପୁର

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟକୁ ଉତ୍ତର-ପୂର୍ବ ଦିଗର ଥଣ୍ଡାବାୟୁ ପ୍ରବାହିତ ହେଉଛି। ଫଳରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ୧୦ ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ...

ଓଡ଼ିଶାରେ କାମ କରିବାକୁ ଦକ୍ଷିଣ କୋରିଆ କମ୍ପାନୀ ଆଗ୍ରହ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଦକ୍ଷିଣ କୋରିଆ ଓ ଓଡ଼ିଶା ମଧ୍ୟରେ ଦ୍ବି-ପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାରଙ୍କ ସହିତ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ...

ବିକେଏମ୍‌ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ସିଏଏ, ଡିଏନ୍‌ଏ ଭିତ୍ତିକ ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧ କରିଛି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌)। କେନ୍ଦ୍ର ସରକାରଙ୍କ ଏହିସବୁକୁ ହଟାଇବାକୁ ଦାବି କରି...

ପ୍ରବଳ ବର୍ଷିବ, ୮ ଜିଲାକୁ ରେଡ୍‌ ଆଲର୍ଟ:ରାଜ୍ୟକୁ ସତର୍କ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର,୩୦ା୬(ବ୍ୟୁରୋ)- ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରବିବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ...

ଟୋକନ ବ୍ୟବସ୍ଥାକୁ ବିରୋଧ: ୩ ବିଧାୟକଙ୍କ ଘର ଆଗରେ ଧାନ ଗାଡ଼ି ରଖି ଚାଷୀଙ୍କ ବିକ୍ଷୋଭ

ସମ୍ବଲପୁର,୧୯ା୧୧(ବ୍ୟୁରେ): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲାର ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳୁ...

ପୁରୀ ଛାଡ଼ିଲେ ବିଦେଶୀ ପର୍ଯ୍ୟଟକ: ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଘରେ ପହଞ୍ଚିବୁ

ପୁରୀ ଅଫିସ, ୧୭।୩: କରୋନାକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ପକ୍ଷରୁ ଯେଉଁସବୁ କଟକଣା ଓ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ।...

Advertisement


Archives

Model This Week

Why Dharitri