ଗ୍ରାହକଙ୍କ ଅଜାଣତରେ ୭୦ ଲକ୍ଷ ଋଣ ଉଠାଣ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ୟାଙ୍କର ଜଣେ ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ଋଣ ଉଠାଣ ହୋଇଛି। ବ୍ରହ୍ମପୁର ନୀଳକଣ୍ଠନଗର ସ୍ଥିତ ଆନ୍ଧ୍ର ବ୍ୟାଙ୍କରେ ଏହି ଘୋଟାଲା ହୋଇଛି। ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ବୈଦ୍ୟନାଥପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ, ଅଳକାପୁରୀର ବ୍ୟବସାୟୀ ଶିବରାମ ବେହେରା ନୀଳକଣ୍ଠନଗର ସ୍ଥିତ ଆନ୍ଧ୍ର ବ୍ୟାଙ୍କ(ବର୍ତ୍ତମାନ ୟୁନିୟନ ବ୍ୟାଙ୍କ)ରୁ ୨୦୧୮ରେ ଏକ ଗୃହ ଋଣ ନେଇଥିଲେ ା ଋଣ ନେବା ବେଳେ ସେହି ବ୍ୟାଙ୍କର ମ୍ୟାନେଜରଙ୍କ କହିବା ପ୍ରକାରେ ମ୍ୟାନେଜରଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଗୁପ୍ତେଶ୍ୱର ପଟ୍ଟନାୟକ ଶିବରାମଙ୍କ ଠାରୁ କିଛି କାଗଜରେ ଦସ୍ତଖତ ନେଇଥିଲେ ା ଋଣ ନେବାର କିଛି ମାସ ପରେ ଶିବରାମଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ୫ଟି ଋଣ ଥିବା ଜଣାପଡ଼ିଥିଲା ା ଏ ନେଇ ବ୍ୟାଙ୍କ ପକ୍ଷରୁ ଶିବରାମଙ୍କ ନିକଟକୁ ନୋଟିସ ଆସିବା ପରେ ସେ ବ୍ୟାଙ୍କ ଯାଇ ଘଟଣା ସମ୍ପର୍କରେ ମ୍ୟାନେଜରଙ୍କୁ ପଚାରିଥିଲେ। ତେବେ ସେ କେବଳ ଗୃହ ଋଣ ନେଇଥିବା ବେଳେ ଅନ୍ୟ ୫ଟି ଋଣ ନେଇନାହାନ୍ତି ବୋଲି ମ୍ୟାନେଜରଙ୍କୁ ଜଣାଇଥିଲେ ା ଅଧିକ ଯାଞ୍ଚ ପରେ ସେହି ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ଓ ଗୁପ୍ତେଶ୍ୱର କାଗଜପତ୍ର ଜାଲିଆତି କରି ତାଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ଋଣ ଉଠାଣ କରି ସମସ୍ତ ଟଙ୍କା ଚଳୁ କରି ଦେଇଥିବା ଶିବରାମ ଜାଣିବାକୁ ପାଇଥିଲେ। ଏ ନେଇ ସେ ବଡବଜାର ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ଗୁପ୍ତେଶ୍ୱରଙ୍କୁ ଗିରଫ କରିଥିଲା। ଏହାପରେ ଶିବରାମ ଓକିଲଙ୍କ ମାଧ୍ୟମରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ୱାନ ସିସି ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବୈଦ୍ୟନାଥପୁର ଥାନା ପୋଲିସ ସମ୍ପୃୃକ୍ତ ମ୍ୟାନେଜର ଓ ଗୁପ୍ତେଶ୍ୱରଙ୍କ ନଁାରେ ନଂ ୨୦୭/୨୨ରେ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?