ଗ୍ରାହକଙ୍କ ଅଜାଣତରେ ୭୦ ଲକ୍ଷ ଋଣ ଉଠାଣ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ୟାଙ୍କର ଜଣେ ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ଋଣ ଉଠାଣ ହୋଇଛି। ବ୍ରହ୍ମପୁର ନୀଳକଣ୍ଠନଗର ସ୍ଥିତ ଆନ୍ଧ୍ର ବ୍ୟାଙ୍କରେ ଏହି ଘୋଟାଲା ହୋଇଛି। ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ବୈଦ୍ୟନାଥପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ, ଅଳକାପୁରୀର ବ୍ୟବସାୟୀ ଶିବରାମ ବେହେରା ନୀଳକଣ୍ଠନଗର ସ୍ଥିତ ଆନ୍ଧ୍ର ବ୍ୟାଙ୍କ(ବର୍ତ୍ତମାନ ୟୁନିୟନ ବ୍ୟାଙ୍କ)ରୁ ୨୦୧୮ରେ ଏକ ଗୃହ ଋଣ ନେଇଥିଲେ ା ଋଣ ନେବା ବେଳେ ସେହି ବ୍ୟାଙ୍କର ମ୍ୟାନେଜରଙ୍କ କହିବା ପ୍ରକାରେ ମ୍ୟାନେଜରଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଗୁପ୍ତେଶ୍ୱର ପଟ୍ଟନାୟକ ଶିବରାମଙ୍କ ଠାରୁ କିଛି କାଗଜରେ ଦସ୍ତଖତ ନେଇଥିଲେ ା ଋଣ ନେବାର କିଛି ମାସ ପରେ ଶିବରାମଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ୫ଟି ଋଣ ଥିବା ଜଣାପଡ଼ିଥିଲା ା ଏ ନେଇ ବ୍ୟାଙ୍କ ପକ୍ଷରୁ ଶିବରାମଙ୍କ ନିକଟକୁ ନୋଟିସ ଆସିବା ପରେ ସେ ବ୍ୟାଙ୍କ ଯାଇ ଘଟଣା ସମ୍ପର୍କରେ ମ୍ୟାନେଜରଙ୍କୁ ପଚାରିଥିଲେ। ତେବେ ସେ କେବଳ ଗୃହ ଋଣ ନେଇଥିବା ବେଳେ ଅନ୍ୟ ୫ଟି ଋଣ ନେଇନାହାନ୍ତି ବୋଲି ମ୍ୟାନେଜରଙ୍କୁ ଜଣାଇଥିଲେ ା ଅଧିକ ଯାଞ୍ଚ ପରେ ସେହି ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ଓ ଗୁପ୍ତେଶ୍ୱର କାଗଜପତ୍ର ଜାଲିଆତି କରି ତାଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ଋଣ ଉଠାଣ କରି ସମସ୍ତ ଟଙ୍କା ଚଳୁ କରି ଦେଇଥିବା ଶିବରାମ ଜାଣିବାକୁ ପାଇଥିଲେ। ଏ ନେଇ ସେ ବଡବଜାର ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ଗୁପ୍ତେଶ୍ୱରଙ୍କୁ ଗିରଫ କରିଥିଲା। ଏହାପରେ ଶିବରାମ ଓକିଲଙ୍କ ମାଧ୍ୟମରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ୱାନ ସିସି ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବୈଦ୍ୟନାଥପୁର ଥାନା ପୋଲିସ ସମ୍ପୃୃକ୍ତ ମ୍ୟାନେଜର ଓ ଗୁପ୍ତେଶ୍ୱରଙ୍କ ନଁାରେ ନଂ ୨୦୭/୨୨ରେ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ଆଗରେ ଚାଲିଗଲା ଜୀବନ

ଭଞ୍ଜନଗର,୧୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ଗାମୁଣ୍ଡି-ଭାଲିଆଖାଇ ରାସ୍ତାରେ ଗୁରୁବାର ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ...

ଆଞ୍ଚଳିକ ନିଦାନ କେନ୍ଦ୍ରରେ ରୋଗୀଙ୍କୁ ଶୋଷଣ ଅଭିଯୋଗରେ ବିକ୍ଷୋଭ: ଅଧ୍ୟକ୍ଷଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୨୦।୫: ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଥିବା ଆଞ୍ଚଳିକ ନିଦାନ କେନ୍ଦ୍ର(ଆର୍‌ଡିସି)ରେ ରୋଗୀଙ୍କୁ ଶୋଷଣ ଏବଂ ଦୁର୍ବ୍ୟବହାର କରାଯାଉ ଥିବା ନେଇ ସୋମବାର ଅଭିଯୋଗ...

କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ଗଞ୍ଜାମରୁ ୪ ଜଣଙ୍କ ନେଲା ଜୀବନ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‌। ଚଳିତ ମାସରେ ଦୈନିକ ୨ ରୁ ୪ ଜଣଙ୍କ କରୋନାରେ ମୃତ୍ୟୁ ହେବାରେ ଲାଗିଛି।...

ଆଇଟିଆଇ ପ୍ରଶାସନକୁ ଦେବ ମାସ୍କ

ବ୍ରହ୍ମପୁର ଅଫିସ,୮ା୪-କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆଂଶିକ ଶଟ୍‌ଡାଉନ୍‌ ଜାରି ରହିଛି। ଘରୁ ବାହାରିବା ବେଳେ ମାସ୍କ ବ୍ୟବହାରକୁ ମଧ୍ୟ ପ୍ରଶାସନ ବାଧ୍ୟତାମୂଳକ...

ସୋସିଆଲ ମିଡିଆରେ ଗଞ୍ଜାମ ଜିଲାର ମିଥ୍ୟା କରୋନା ପଜିଟିଭ ତାଲିକା

ଛତ୍ରପୁର, ୧୧।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ପଜିଟିଭର ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ କେହି ବିଶ୍ୱାସ...

ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଟ୍ରକ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବୁଗୁଡ଼ା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର...

ବୁଗୁଡ଼ାରେ ମେଡିଶିନ ଷ୍ଟୋର ମାଲିକ କରୋନା ଆକ୍ରାନ୍ତ: ଷ୍ଟୋର ସିଲ୍‌ କଲା ଜିଲା ପ୍ରଶାସନ

ବୁଗୁଡା,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରୁଥିବା ବେଳେ ବୁଗୁଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨ରେ ପହଞ୍ଚିଛି। ବୁଗୁଡା ଏନ୍‌ଏସିରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧...

୩ ବର୍ଷ ଧରି ସିସିଏଙ୍କୁ ମିଳୁନାହିଁ ଦରମା

ଫୁଲବାଣୀ ଅଫିସ, ୧୧ା୭-କନ୍ଧମାଳ ଜିଲାରେ ବିଭିନ୍ନ ସେବାଶ୍ରେମ/ଆଶ୍ରମ ବିଦ୍ୟାଳୟରେ ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କୁ ଦରମା ମିଳୁ ନାହିଁ। ତୁମୁଡ଼ିବନ୍ଧ ବ୍ଲକ ଭାଲିଆପାଣି ସେବାଶ୍ରମ ବିଦ୍ୟାଳୟର ସିସିଏମାନେ...

Advertisement
Archives

Model This Week