ପଶ୍ଚିମବଙ୍ଗ ପରେ ଝାଡ଼ଖଣ୍ଡରେ ବଢ଼ିଲା ଲକ୍‌ଡାଉନ

ରାଞ୍ଚି,୨୭।୬: ସାରା ଦେଶରେ କରୋନା ସଙ୍କଟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନିୟନ୍ତ୍ରଣାଧିନ ହୋଇପାରୁ ନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଯିବାକୁ ନିଷ୍ପତ୍ତି ନିଆଯାଉଛି। ଇତିମଧ୍ୟରେ ପଶ୍ଚିମବଙ୍ଗ ପରେ ଏବେ ଝାଡ଼ଖଣ୍ଡ ସରକାର ରାଜ୍ୟରେ ଲକ୍‌ଡାଉନ ଅବଧି ବୃଦ୍ଦି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟରେ ଜୁଲାଇ ୩୧ଯାଏଁ ଲକ୍‌ଡାଉନ ବୃଦ୍ଧି କରିଛନ୍ତି। ପୂର୍ବପରି ଏବେ ବି ରାଜ୍ୟରେ ସମସ୍ତ ପ୍ରତିବନ୍ଧକ ଜାରି ରହିବ। ଧାର୍ମିକ ସ୍ଥଳରେ ଲୋକମାନଙ୍କୁ ଏକତ୍ରିତ ହେବାକୁ ବାରଣ କରାଯାଇଥିବା ବେଳେ ସାମାଜିକ, ରାଜନୈତିକ ଆଦି ସମାବେଶ ଉପରେ କଟକଣା ବଳବତ୍ତର ରଖାଯାଇଛି। ସେହିପରି ରାଜ୍ୟ ବାହାରୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ସହ ବସ୍‌ ଚଳାଚଳ, ସପିଂ ମଲ୍‌, ସେଲୁନ, ପାର୍ଲର ସ୍କୁଲ, କଲେଜ ସବୁ ପୂର୍ବପରି ବନ୍ଦ ରହିବ। କେବଳ ଜରୁରୀ ସେବାକୁ ଛାଡିଦେଲେ ରାତି ୯ଟାରୁ ସକାଳ ୫ଟା ଯାଏଁ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କରୋନା ସହ ସଂଘର୍ଷରେ ଜନତାଙ୍କ ସହଯୋଗ ଯୋଗୁ ରାଜ୍ୟସରକାର ଅପେକ୍ଷାଠାରୁ ଅଧିକ ସଫଳତା ପାଇଛନ୍ତି। କିନ୍ତୁ ସଂଗ୍ରାମ ଏବେ ଜାରି ରହିଛି। ତେବେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୋରେନ କହିଛନ୍ତି। ତେବେ ଲକ୍‌ଡାଉନ ସମୟରେ କଟକଣା ଉପରେ ଲୋକଙ୍କୁ କିଛି ରିହାତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିପାତ

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ନିହତ ହୋଇଛନ୍ତି। ଜମ୍ମୁକଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)...

ଗଞ୍ଜାମ ଜିଲାରୁ କନ୍ଧମାଳକୁ ଅବାଧ ପ୍ରବେଶ କରୁଛନ୍ତି ମାଛ ବେପାରୀ

ରାଇକିଆ,୨୧।୭(ଡି.ଏନ୍‌.ଏ.): ଗଞ୍ଜାମରୁ କନ୍ଧମାଳ ଜିଲାକୁ ଆସିବା ପାଇଁ କଟକଣା ଜାରି କରାଯାଇଛି । ଗଞ୍ଜାମ ଜିଲାରେ କରୋନାସ୍ଥିତି ସଙ୍ଗୀନ ଥିବାରୁ ଜିଲାବାସୀଙ୍କୁ ଜରୁରୀ କାରଣ ନ...

ପ୍ରଦୂଷଣର ସମାଧାନ ନୁହେଁ ଅଡ୍‌-ଇଭିନ ନମ୍ବର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୧୧: ଦିଲ୍ଲୀ-ଏନ୍‌ସିଆର୍‌ରେ ବଢି ଚାଲିଥିବା ବାୟୁ ପ୍ରଦୂଷଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ଏଥିରେ କୋର୍ଟ ଦିଲ୍ଲୀରେ ଶାସନ ଭାର ସମ୍ଭାଳିଥିବା...

ଭାରତରେ ‘କରୋନା’ ଛନକା

ନୂଆଦିଲ୍ଲୀ, ୧ା୨(ପି.ଟି.): ଭାରତରେ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର ୬ ସନ୍ଦିଗ୍ଧଙ୍କୁ ଚିକିତ୍ସା ଲାଗି ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେରଳରେ...

୪୪%ଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ...

୭ ଶହ ବର୍ଷ ଧରି ରାଜପୁତ୍‌ ପରିବାର ଦରଘାରେ କରୁଛନ୍ତି ସେବା: ମୁସଲମାନ୍‌ ଯୁବକ ଛଟ୍‌ ଘାଟ କରନ୍ତି ସଫା

ଇନ୍ଦୋର,୧୦।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ମଧ୍ୟପ୍ରଦେଶ ଇନ୍ଦୋରର ନନ୍ଦଲାଲ୍‌ପୁରା ଛକରେଥିତ୍ବା ହଜରତ୍‌ ଦୁଲ୍ଲା ସୈୟଦ୍‌ ସରକାରଙ୍କ...

ଡିପ୍ରେସନରେ ଥିଲେ ଶୁଟର୍‌, ଶେଷରେ ନେଲେ ଏମିତି ପଦକ୍ଷେପ

କୋଲକତା,୨୧।୮: ୩ ବର୍ଷ ଧରି ଶାରୀରିକ ଅସୁସ୍ଥତା ଯୋଗୁ ଡିପ୍ରେସନରେ ଥିବା ଜଣେ ଶୁଟର ଶେଷରେ ଜୀବନ ହାରିଛନ୍ତି। ଯେଉଁ ବନ୍ଧୁକ ସହିତ ସେ ଶୁଟିଂ...

ଦିଲ୍ଲୀ ଦଙ୍ଗା: ଦମ୍ପତିଙ୍କ ପରେ ଗିରଫ ହେଲେ ପିଏଫ୍‌ଆଇ ସଦସ୍ୟ ଦାନିଶ

ନୂଆଦିଲ୍ଲୀ,୯।୩: ରାଜଧାନୀ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ଦମ୍ପତିଙ୍କୁ ଗିରଫ କରିବା ପରେ ସୋମବାର ଦିଲ୍ଲୀ ପୋଲିସର...

Advertisement

BGU

Archives

Model This Week

Why Dharitri