Posted inଫୁରସତ

୧୦ ମାସ ପରେ ୧୭୦୦ କିମି ରାସ୍ତା ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଟ୍ରକ

ଥିରୁଭାନନ୍ତପୁରମ, ୧୮।୭- ସାଧାରଣତଃ ୧୭୦୦ କିମି ରାସ୍ତା ଅତିକ୍ରମ କରିବା ଲାଗି ଗୋଟିଏ ଟ୍ରକ୍‌ ୫ରୁ ୭ ଦିନ ସମୟ ନେଇଥାଏ। କିନ୍ତୁ ଶୁଣିଲେ ବିଶ୍ୱାସ ଲାଗିବ ନାହିିଁ ଯେ ଏହି ଦୂରତାକୁ ଅତିକ୍ରମ କରିବାକୁ ଗୋଟିଏ ଟ୍ରକକୁ ୧୦ ମାସ ସମୟ ଲାଗିଥିଲା। ଶେଷରେ ମହାରାଷ୍ଟ୍ରର ନାସିକରୁ ବାହାରିଥିବା ଏହି ଟ୍ରକ୍‌ଟି କେରଳର ଥିରୁଭାନନ୍ତପୁମରରେ ପହଞ୍ଚିଛି। ଘଟଣାରୁ ଜଣାପଡ଼ିଛି ଯେ ୭୪ ଟାୟାର ବିଶିଷ୍ଟ ଏହି ଟ୍ରକ୍‌ ୧୦ ମାସ ତଳେ ଏକ ୭୦ ଟନ୍‌ ମେସିନ ଏରେସ୍ପେସ୍‌ ଅଟୋକ୍ଲେଭ ନେଇ ମହାରାଷ୍ଟ୍ରର ନାସିକରୁ ଗତ ବର୍ଷ ସେପ୍ଟେମ୍ବର ୧ରେ ବାହାରିଥିଲା। ଏହି ମେସିନର ଉଚ୍ଚତା ୭.୫ ମିଟର ଓ ମୋଟେଇ ୭ ମିଟର ରହିଥିଲା। କେରଳ ରାଜଧାନୀ ଥିରୁଭାନନ୍ତପୁମରସ୍ଥିତ ବିକ୍ରମ ସାରାବାଇ ସ୍ପେସ୍‌ ସେଣ୍ଟର ଏହାର ଲକ୍ଷ୍ୟ ସ୍ଥଳ ଥିଲା। ଯାହାର ମୋଟ୍‌ ଦୂରତା ୧୭୦୦ କିମି ରହିଥିଲା। ତେବେ ଏହି ବିଶାଳ ଟ୍ରକ୍‌ଟି ଯେତେବେଳେ ୫ଟି ରାଜ୍ୟର ପ୍ରତ୍ୟେକ ଜିଲା ଦେଇ ଯାତ୍ରା କରୁଥିଲା ସେହି ସମୟରେ ଅନ୍ୟକୌଣସି ଗାଡ଼ିକୁ ରାସ୍ତାରେ ଯିବା ପାଇଁ ଅନୁମତି ଦିଆଯାଉ ନ ଥିଲା। ଏପରିକି ସୁରକ୍ଷା ପାଇଁ ପୋଲିସ ଗାଡ଼ି ସର୍ବଦା ମୁତୟନ ରହୁଥିଲା। କେତେକ ସ୍ଥାନରେ ଗାତ ଥିବାରୁ ପ୍ରଥମେ ତାହାକୁ ପୂରଣ କରାଯାଉଥିଲା। ସେହିଭଳି ଏହି ଟ୍ରକ ଯିବାବେଳେ ଯେପରି କିଛି ଅସୁବିଧା ନ ହେବ ସେଥିଲାଗି ରାସ୍ତାରେ ଅନେକ ବଡ଼ ବଡ଼ ଗଛ କଟାଯାଇଥିଲା, ବିଦ୍ୟୁତ ଖୁଣ୍ଟକୁ ହଟାଯାଉଥିଲା। ଏହିଭଳି ଭାବେ ଟ୍ରକଟି ଶେଷରେ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା। ଏହି ଗାଡ଼ିର ସୁବାଷ ନାମକ ଜଣେ କର୍ମଚାରୀ କହିଛନ୍ତି, ‘ଲକ୍‌ ଡାଉନ୍‌ ଲାଗି ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି କାରଣ ଲାଗି ଆନ୍ଧ୍ର ପ୍ରଦେଶରେ ଗୋଟିଏ ମାସ ଟ୍ରକ୍‌କୁ ଅଟକାଇ ରଖାଯାଇଥିଲା। ପରେ ଚୁକ୍ତି କରିଥିବା ଏଜେନ୍ସିର ହସ୍ତକ୍ଷେପ ପରେ ବହୁକଷ୍ଟରେ ଟ୍ରକଟି ପୁନଃ ଏହାର ଯାତ୍ରା କରିଥିଲା। ସେହିଭଳି ଟ୍ରକ ଯିବା ଲାଗି କେତେକେ ସ୍ଥାନରେ ରାସ୍ତା ଚଉଡ଼ା କରାଯାଇ ଗଛ କଟାଯାଇଥିଲା। ଏପରିକି ୨ଟି ପୋଲ ଅତିକ୍ରମ କରିବା ସମୟରେ ପୋଲର ସୁରକ୍ଷା ଦୃଷ୍ଟିରୁ ଲୁହାର ସ୍ବତନ୍ତ୍ର ଗ୍ରିଡର ରଖାଯାଇଥିଲା’ ବୋଲି ସୁବାଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri