Advertisement
Posted inଖେଳ

ସଚିନ୍‌, ୟୁସୁଫ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ

ନୂଆଦିଲ୍ଲି, ୨୯।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଅଲରାଉଣ୍ଡର ୟୁସୁଫ୍‌ ପଠାନଙ୍କ ପରେ ଆଉ ଜଣେ କ୍ରିକେଟର କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଏସ୍‌ ବଦ୍ରିନାଥ। ଏ ନେଇ ବଦ୍ରିନାଥ ନିଜେ ଟୁଇଟ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ମୁଁ ସମସ୍ତ ସତର୍କତା ଅବଲମ୍ବନ କରୁଥିଲି ଏବଂ ନିୟମିତଭାବେ ପରୀକ୍ଷା କରୁଥିଲି। ତଥାପି ମୁଁ କୋଭିଡି ପଜିଟିଭ ହୋଇଛି। ମୋର ସାମାନ୍ୟ ଲକ୍ଷଣ ରହିଛି। ବର୍ତ୍ତମାନ ମୁଁ ଘରେ ଅଲଗା ରହୁଛି ବୋଲି ସେ କହିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ରୋଡ୍‌ ସେଫ୍ଟି ଓ୍ବାଲ୍ଡ ସିରିଜ୍‌ ଟୁର୍ଣ୍ଣାମେଣ୍ଟରେ ସଂକ୍ରମିତ ହୋଇଥିବା ବଦ୍ରିନାଥ ହେଉଛନ୍ତି ତୃତୀୟ ପୂର୍ବତନ ଭାରତୀୟ କ୍ରିକେଟର। ନିକଟରେ ରାୟପୁରରେ ଆୟୋଜିତ ଭେଟେରାନ୍ସ ଟୁର୍ଣ୍ଣାମେଣ୍ଟରେ ସେ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ

ମେଲବୋର୍ନ, ୧୦ା୫: ଭାରତୀୟ କ୍ରିକେଟ ଟିମ୍‌ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଆଇସିସି ଟି୨୦ ବିଶ୍ୱକପ୍‌...

ଉଗାଣ୍ଡା ଅଲିମ୍ପିକ ଟିମ୍‌ର ଜଣେ ସଦସ୍ୟଙ୍କୁ କରୋନା

ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍‌ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...

ଇଂଲଣ୍ଡ ଗସ୍ତ: ପାକିସ୍ତାନୀ କିଟ୍‌ରେ ଶହିଦ୍‌ ଆଫ୍ରିଦି ଫାଉଣ୍ଡେଶନ ଲୋଗୋ ରହିବ

କରାଚୀ,୯।୭(ପି.ଟି.): ଏକ ମୁଖ୍ୟ ପ୍ରାୟୋଜକ ପାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଶହିତ ଆଫ୍ରିଦି ଫାଉଣ୍ଡେଶନର ଲୋଗୋ ବ୍ୟବହାର କରିବ।...

କୋହଲି-ସଚିନଙ୍କ ବ୍ୟାଟ୍‌ ପ୍ରସ୍ତୁତକାରୀଙ୍କୁ ସହାୟତା ଦେବେ ଏହି ପ୍ରସିଦ୍ଧ ଅଭିନେତା

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍‌ ତିଆରି କରୁଥିବା ଅଶରଫ ଚୌଧୁରୀ ଅଭାବ ଅନଟନ ଦେଇ ଗତି କରୁଛନ୍ତି। ଏନେଇ...

ଗୋଟେ ଓଭରରେ ୫ ଛକା ମାରିଲେ କେକେଆର ଖେଳାଳି ବାଣ୍ଟନ

ବ୍ରିସବେନ, ୬।୧- ବ୍ରିସବେନ ହିଟ୍‌ ପକ୍ଷରୁ ଖେଳୁଥିବା ଇଂଲଣ୍ଡର ବିସ୍ଫୋରକ ଓପନର ଟମ ବାଣ୍ଟନ ସୋମବାର ବିଗ୍‌ ବାଶ ଲିଗ୍‌(ବିବିଏଲ)ର ସିଡ୍‌ନୀ ଥଣ୍ଡର୍ସ ବିପକ୍ଷ ମ୍ୟାଚ୍‌ରେ...

ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୯: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ବାଜିମାତ କରିଛି ଟିମ୍‌ ଇଣ୍ଡିଆ। ଦଳ ଏହି କର ବା ମର ମ୍ୟାଚ୍‌କୁ ୬ ଉଇକେଟରେ ଜିତିନେଇ...

ଚାଇନା ଓପନରେ ଭାରତର ଅଭିଯାନ ଶେଷ

ଚଙ୍ଗ୍‌ଝୋ,୨୦।୯(ପିଟି): ଏଠାରେ ଚାଲିଥିବା ଚାଇନା ଓପନ ଓ୍ବାଲର୍‌ଡ ଟୁର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଅନ୍ତିମ ଶଟଲର ଭାବେ ବି. ସାଇ...

ଆମେରିକା ଅଲିମ୍ପିକ୍ସ ଟିମ୍‌ରୁ ରିଚାର୍ଡସନ ବାଦ୍‌

ଓ୍ବାଶିଂଟନ,୮।୭(ଏପି): ବାସନ୍ଦ ହୋଇଥିବା ତାରକା ଧାବିକା ଶା’କେରୀ ରିଚାର୍ଡଶନ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡ ଅଲିମ୍ପିକ ଟିମ୍‌ରୁ ବାଦ୍‌ ପଡିଛନ୍ତି। ଫଳରେ ସେ ଟୋକିଓ ଅଲିମ୍ପିକ୍ସରେ...

Advertisement
Archives

Model This Week