Posted inଖେଳ

ଲଗାତର ୧୩ ମ୍ୟାଚ୍‌ ହାରିବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିଲା ଏହି ଦଳ

ବ୍ରିସବେନ୍‌, ୩୦।୯: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଲଗାତର ୧୩ ମ୍ୟାଚ୍‌ ହାରିବା ପରେ ଶେଷରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି। ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମହିଳା ଦଳ ୫ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ୍‌ରେ ୧୨୩ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଆସ୍‌ଲେଇଘ ଗାର୍ଡନର ୨୯ ରନ କରିଥିଲେ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ ପକ୍ଷରୁ ଲିଆ ତାହୁହୁ ଓ ଆମେଲିଆ କେର୍‌ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୩ଟି ବଲ୍‌ ପୂର୍ବରୁ ୫ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ବିଜୟୀ ଦଳର ଏମି ସେଥରଓ୍ବେଟ୍‌ ୩୦, କେଟୀ ମାର୍ଟିନ ୨୩ ଓ ଆମେଲିଆ ୧୮* ରନ କରିଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ୧୩ ମ୍ୟାଚ୍‌ ହାରିବା ପରେ ଶେଷରେ ନ୍ୟୁଜିଲାଣ୍ଡ ମହିଳା ଦଳ ବିଜୟ ସ୍ବାଦ ଚାଖିଛି। ଏଥିପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ୭ଟି ଟି୨୦ ଓ ୬ଟି ଏକଦିବସୀୟ ମ୍ୟାଚ୍‌ ଖେଳି ଅଷ୍ଟ୍ରେଲିଆ ବିଜୟୀ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଷ୍ଟାଟସ ଦେଖି ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର

ରାଜକୋଟ,୯।୧: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ୭...

ବିଶ୍ୱ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୦।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ରବିବାର ଖେଳାଯାଉଛି। ଏହି ମ୍ୟାଚ୍‌ର ଟସ୍‌ ପଡ଼ିବା ମାତ୍ରେ ଭାରତୀୟ ଦଳ ଏକ ବଡ ରେକର୍ଡ କରିଛି।...

ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା

ଜୁଭେଣ୍ଟସ, ୨୫।୫ : ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇଟାଲିର ସିରି ଏ’ କ୍ଲବ ଜୁଭେଣ୍ଟସ ଛାଡ଼ିପାରନ୍ତି। ୩୬ ବର୍ଷୀୟ ରୋନାଲ୍ଡୋଙ୍କ...

ୟୁଏସ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ନ୍ୟୁୟର୍କ,୮।୯ (ପି.ଟି.): ଚଳିତ ୟୁଏସ୍‌ ଓପନ୍‌ରୁ ଭାରତୀୟ ତାରକା ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ୍‌ ଶାପୋଭାଲୋଭ ବିଦାୟ ନେଇଛନ୍ତି। ଏହି ଯୋଡି...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ହିରୋ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତାଙ୍କ ନାତି

ନୂଆଦିଲ୍ଲୀ,୬।୨: ଭାରତୀୟ ଦଳ ତା’ର ପ୍ରାଧାନ୍ୟ ବଜାୟ ରଖି ରେକର୍ଡ ୫ମ ଥର ପାଇଁ ଜିତିଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ପୂରା ଟୁର୍ନାମେଣ୍ଟରେ ଅନେକ...

ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ କୋହଲି

ମୁମ୍ବାଇ, ୧୦।୧୨- ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ ବୁଧବାର ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଭାରତ ପ୍ରଥମ...

ପୁଣି ପ୍ରଶଂସକଙ୍କୁ ଚକିତ କଲେ ଅଶ୍ୱିନ

ଚେନ୍ନାଇ,୨୦।୭- ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ପ୍ରଶଂସକଙ୍କୁ ଚକିତ କରିଛନ୍ତି। ଏଠାରେ ଅଶ୍ୱିନ ଡିଣ୍ଡିଗୁଲ ଡ୍ରାଗନ୍ସ ଓ ଚେପକ ସୁପର ଗିଲ୍‌ସ...

ଲୋମାଚେଙ୍କୋଙ୍କୁ ଡବ୍ଲ୍ୟୁବିସି ଟାଇଟଲ

ଲଣ୍ଡନ, ୧ା୮ (ଏଏଫ୍‌ପି)- ବିଶ୍ୱର ଶ୍ରେଷ୍ଠ ‘ପାଉଣ୍ଡ ଫର୍‌ ପାଉଣ୍ଡ’ ଫାଇଟର ରୂପେ ପରିଚିତ ଭାସିଲ ଲୋମାଚେଙ୍କୋ ଏଠାରେ ଏକ ରୋମାଞ୍ଚକ ମୁକାବିଲାରେ ବ୍ରିଟିଶ ଚ୍ୟାଲେଞ୍ଜର...

Advertisement
Archives

Model This Week