ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ; ରାଷ୍ଟ୍ରପତିଙ୍କ ଉପରେ ଲଗାଇଲେ ପ୍ରତିବନ୍ଧକ, ଭୟରେ ଛାନିଆ

ଓ୍‌ବାଶିଂଟନ୍‌ , ୫।୬: ଇରାନ ସହିତ ଶାନ୍ତି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରବର୍ତ୍ତୀ ମିଶନ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ୟୁଏସ ପ୍ରେସିଡେଣ୍ଟଙ୍କ ପରବର୍ତ୍ତୀ ଟାର୍ଗେଟ୍‌ରେ କ୍ୟୁବା ରହିଛି। ଗୁରୁବାର ସେ କ୍ୟୁବାକୁ ଏକ ‘ବିଫଳ’ ଦେଶ ବୋଲି ଅଭିହିତ କରିଛନ୍ତି ଏବଂ ରାଷ୍ଟ୍ରପତି ମିଗୁଏଲ ଡିଆଜ କ୍ୟାନେଲ, ତାଙ୍କ ପତ୍ନୀ ଓ ସେମାନଙ୍କ ସହ ଜଡ଼ିତ ଅନ୍ୟ ତିନିଜଣ ବ୍ୟକ୍ତିଙ୍କ ଉପରେ ନୂତନ ପ୍ରତିବନ୍ଧକ ଲଗାଇଛନ୍ତି।

ଯେତେବେଳେ ତାଙ୍କୁ ପଚରାଗଲା କି କ୍ୟୁବା କ’ଣ ପତନର ଅତି ନିକଟତର, ସେତେବେଳେ ଟ୍ରମ୍ପ ସଙ୍କେତ ଦେଇଥିଲେ ଯେ ସେଠାକାର ଆର୍ଥିକ ଏବଂ ରାଜନୈତିକ ବ୍ୟବସ୍ଥା ପୂର୍ବରୁ ହିଁ ଗମ୍ଭୀର ସଙ୍କଟରେ ଗତି କରୁଛି। ସେ କହିଛନ୍ତି, ’ଏହା ପ୍ରାୟତଃ ଭୁଶୁଡ଼ି ପଡ଼ିଛି ଏବଂ ଆମେ ଖୁବ ଶୀଘ୍ର ଏହାକୁ ସମ୍ଭାଳିବୁ।’ ଟ୍ରମ୍ପ କହିଛନ୍ତି ଯେ ସେଠାକାର ସାମ୍ୟବାଦୀ ସରକାର ଉପରେ ଚାପ ବଢ଼ୁଛି ଏବଂ ଇରାନ ସହ ଜଡ଼ିତ ଚଳିତ ବିବାଦର ସମାଧାନ ହେବା ପରେ ତାଙ୍କ ପ୍ରଶାସନ କ୍ୟୁବା ଉପରେ ଅଧିକ ଧ୍ୟାନ ଦେବ।

ଟ୍ରମ୍ପ କହିଛନ୍ତି , ଭେନେଜୁଏଲାରେ ପରିବର୍ତ୍ତନ ଯୋଗୁ କ୍ୟୁବାର ଆର୍ଥିକ ସମସ୍ୟା ଆହୁରି ଖରାପ ହୋଇଛି। ତାଙ୍କ ଅନୁସାରେ, ଭେନେଜୁଏଲା ଦୀର୍ଘ ସମୟ ଧରି ହାଭାନାକୁ ଆର୍ଥିକ ଏବଂ ଶକ୍ତି ସହାୟତା ଯୋଗାଇ ଆସୁଥିଲା। ଟ୍ରମ୍ପ କହିଛନ୍ତି, “ଏହା ଏକ ବିଫଳ ଦେଶ।” “ଭେନେଜୁଏଲା ବର୍ଷ ବର୍ଷ ଧରି ସେମାନଙ୍କୁ ସାହାଯ୍ୟ କରିଥିଲା କାରଣ ଏହାର ମାଟି ତଳେ ପ୍ରଚୁର ସମ୍ପତ୍ତି ଥିଲା,”। କ୍ୟୁବା ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ନିଜକୁ ବଞ୍ଚାଇବା ପାଇଁ ସମ୍ବଳର ଅଭାବ ରହିଛି। ଦେଶ ଭୋକର ସମ୍ମୁଖୀନ ହେଉଛି। ଏହାର ଶକ୍ତି ନାହିଁ, ତେଲ ନାହିଁ, ଟଙ୍କା ନାହିଁ, କିଛି ନାହିଁ, ହେଲେ ଏହାର ବହୁତ ଭଲ ଜମି ଅଛି।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri