ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ ମହାମାରୀ ଭୟଙ୍କର ରୂପ ନେଇଥିବାବେଳେ ପ୍ରତିଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଏକାଧିକ ଜୀବନ ଯାଉଛି। ଏବେ ଏହା ତଳକୁ ଖୋର୍ଦ୍ଧା ଜିଲା ରହିଛି। ଗଞ୍ଜାମ ସଂକ୍ରମିତଙ୍କ ପାଇଁ ରାଜଧାନୀରେ ସଂକ୍ରମଣ ବଢ଼ିଥିବା କୁହାଯାଉଥିବାବେଳେ ଏବେ ପୂରା ଖୋର୍ଦ୍ଧା ଜିଲାରେ ସ୍ଥିତି ଉତ୍କଟ ହେବାରେ ଲାଗିଛି। ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଜିଲାର ସ୍ଥାନ ନେଇଛି ଖୋର୍ଦ୍ଧା। ଶେଷ ୨୪ ଘଣ୍ଟାରେ ରାଜ୍ୟରେ ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୯୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବାବେଳେ ୧୯୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚତ୍ଛି। ଏଥିମଧ୍ୟରୁ ଗଞ୍ଜାମରେ ସବୁଠୁ ଅଧିକ ୫,୨୮୦ଜଣ ଓ ଖୋର୍ଦ୍ଧା ଜିଲାରେ ଦ୍ୱିତୀୟ ସର୍ବାଧିକ ୧,୮୬୫ଜଣ ଆକ୍ରାନ୍ତ ହୋଇଛନ୍ତି। ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୮୨ ଥିବାବେଳେ ଖୋର୍ଦ୍ଧାରୁ ୧୨୧, କଟକ ୩୮, ବରଗଡ଼ ୩୫, ଜଗତ୍‌ସିଂହପୁର, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୨୨ଜଣ ଲେଖାଏ, ସମ୍ବଲପୁର ୨୦, ଯାଜପୁର ୧୯, ସୁନ୍ଦରଗଡ଼ ୧୮, ବାଲେଶ୍ୱର ୧୩, ନୟାଗଡ଼ ୧୧, ବଲାଙ୍ଗୀର ଓ ଢେଙ୍କାନାଳରୁ ୯ଜଣ ଲେଖାଏ, ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ ୮ଜଣ ଲେଖାଏ, କେନ୍ଦୁଝର ଓ ପୁରୀରୁ ୬ଜଣ ଲେଖାଏ, ବୌଦ୍ଧ ଓ ଝାରସୁଗୁଡ଼ାରୁ ୫ଜଣ ଲେଖାଏ, କୋରାପୁଟ ୪, ଦେବଗଡ଼ ଓ ଭଦ୍ରକରୁ ୩ଜଣ ଲେଖାଏ ଏବଂ ଅନୁଗୋଳ ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏ ରହିଛନ୍ତି। ସେପଟେ ରାଜ୍ୟରେ କରୋନାରେ ଆଉ ୩ଜଣଙ୍କର ମୃତ୍ୟୁ ହୋଇଛି। ଦୁଇଜଣ ପୁରୁଷ ଗଞ୍ଜାମ ଜିଲାର ହୋଇଥିବାବେଳେ ବୟସ ଯଥାକ୍ରମେ ୬୩ ଓ ୬୦ବର୍ଷ ରହିଛି। ସେହିଭଳି ଗଜପତି ଜିଲାର ଜଣେ ମୃତକ ହେଉଛନ୍ତି ୪୮ବର୍ଷୀୟ ମହିଳା। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୬ରେ ପହଞ୍ଚତ୍ଛି। ଗଞ୍ଜାମରେ ୫୨ଜଣଙ୍କ ଜୀବନ କରୋନା ନେଇଥିବାବେଳେ ୩ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି। ଆକ୍ରାନ୍ତ ଭଳି ମୃତ୍ୟୁ ସଂଖ୍ୟାରେ ଖୋର୍ଦ୍ଧା ଜିଲା ଦ୍ୱିତୀୟରେ ରହିଛି। ଏଠାରେ ୧୩ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଥିବାବେଳେ ୬ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗରେ ଜୀବନ ଯାଇଛି। ନୂଆ ମୃତକଙ୍କୁ ମିଶାଇ ଗଜପତିରେ ଏହି ମୃତ୍ୟୁସଂଖ୍ୟା ୩ରେ ପହଞ୍ଚତ୍ଛି। ଅନ୍ୟପଟେ ରାଜ୍ୟର ୨୧ ଜିଲାରୁ ପୁଣି ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଗଞ୍ଜାମ ଜିଲାରେ ସର୍ବାଧିକ ୨୭୯ଜଣ ଓ ଖୋର୍ଦ୍ଧାରେ ୫୦ଜଣ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ଆରୋଗ୍ୟ ସଂଖ୍ୟା ୧୧,୯୩୭କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲାରେ ଆରୋଗ୍ୟଙ୍କ ସଂଖ୍ୟା ୩,୫୫୪ରେ ପହଞ୍ଚତ୍ଛି ଓ ଆଉ ୧,୬୭୧ ସକ୍ରିୟ ସଂକ୍ରମିତ ରହିଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲାରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧,୦୯୦ ରହିଥିବାବେଳେ ୭୫୬ଜଣ ସକ୍ରିୟ ରୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri