କଳାବଜାରୀ ଅଭିଯୋଗ ପରେ ସାର ଦୋକାନରେ ପଶିଲା କୃଷି ବିଭାଗର ସ୍ବତନ୍ତ୍ର ଟିମ, ଚଢା ଦରରେ ବିକ୍ରି କଲେ…

ପଦ୍ମପୁର,୨୪।୭ (ପ୍ରଦୀପ୍ତ ଦାଶ ): ପଦ୍ମପୁର ବ୍ଳକ ଅଞ୍ଚଳରେ ସାରକୁ ବେଆଇନ ଗଚ୍ଛିତ ରଖିବା, ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ଅଭିଯୋଗ ହେବା ପରେ ଗୁରବାର କୃଷି ବିଭାଗର ସ୍ବତନ୍ତ୍ର ଟିମ ବିଭିନ୍ନ ଦୋକାନରେ ଚଢ଼ାଉ କରିଛନ୍ତି। ଜିଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଦିପ୍ତିପୁର, ସର୍ଗିବାହାଲ, ମହୁଲପାଲି, ଦହିତା ଓ ପଦ୍ମପୁରର ବିଭିନ୍ନ ଦୋକାନରେ ଚଢାଉ କରାଯାଇଥିଲା। ଚଢାଉରେ ପିଓଏସ ମେସିନରେ ଥିବା ସାର ଏବଂ ଗୋଦାମରେ ମହଜୁଦ ଥିବା ସାରକୁ ତୁଲାନାତ୍ମକ ଯାଞ୍ଚ କରାଯାଇଥିଲା। ଗୋଟିଏ ବସ୍ତା ବି ସାର ଯଦି ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ହୁଏ ତା’ହେଲେ ଦୋକାନୀଙ୍କ ଲାଇସେନ୍ସ ରଦ୍ଧ କରାଯିବ ବୋଲି ତାଗିଦ କରିଥିଲେ । ବରଗଡ଼ ଜିଲାପାଳଙ୍କ ଆଦେଶ କ୍ରମେ ଜିଲା କୃଷି ଅଧିକାରୀ ପଣ୍ଡାଙ୍କ ସମେତ ପଦ୍ମପୁର ବ୍ଳକ ସହକାରୀ କୃଷି ଅଧିକାରୀ ଝୁମି ମେହେର, ଅତିରିକ୍ତ ତହସିଲଦାର ତପସ୍ବିନୀ କୁଡୁକା,ସହକାରୀ କୃଷି ଅଧିକାରୀ ଜିତେନ୍ଦ୍ର ମୁର୍ମୁ ଓ ସ୍ଥାନୀୟ ପୋଲିସ ଏହି ଚଢାଉରେ ଭାଗ ନେଇଥିଲେ। ପଦ୍ମପୁରରେ ବର୍ତ୍ତମାନ ୟୁରିଆ ସାର ବ୍ୟତିତ ଡିଏପି, ଗ୍ରୋମର, ୨୦-୨୦-୦-୧୩ ଓ ପଟାସ ଚାହିଦା ଠାରୁ କମ ରହିଛି। ଏ ସଂପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଓ ଜିଲାପାଳ ଆଲୋଚନା କରିଛନ୍ତି । ୨, ୩ଦିନ ଭିତରେ ଏହି ସାର ଆସିଯିବ ବୋଲି କୃଷି ଅଧିକାରୀ ପଣ୍ଡା କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୬ ଜୀବନ, ୨୦ରୁ ଊର୍ଦ୍ଧ୍ୱ ଆହତ

କରାଚୀ,୧୮ା୧: ପାକିସ୍ତାନର କରାଚୀସ୍ଥିତ ଏକ ବିଶାଳ ଶପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ସମ୍ବଲପୁରୀ ଧନୁଯାତ୍ରା ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ କମ୍ପିଲା ସହର

ସମ୍ବଲପୁର, ୧୮।୧(ଭବାନୀ ଶଙ୍କର ଭୋଇ): ଗଙ୍ଗାଧର ମୁକ୍ତ ମଞ୍ଚରେ ରବିବାର ଆରମ୍ଭ ହୋଇଛି ତୃତୀୟ ସମ୍ବଲପୁରୀ ଧନଯାତ୍ରା। ସମ୍ବଲପୁରୀ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁଙ୍କ...

ଚଳନ୍ତା ଅଟୋ ଆଗକୁ ଡେଇଁ ପଡ଼ିଲା ମାଙ୍କଡ: ଆଉ ତା’ପରେ…

ଧରାକୋଟ,୧୮ା୧ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ତାଳପାଟଣା ନିକଟରେ ଚଳନ୍ତା ଅଟୋ ଆଗକୁ ଏକ ମାଙ୍କଡ ଡେଇଁ ପଡିବାରୁ ଭାରସାମ୍ୟ ହରାଇ...

କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୧୮।୧- ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ...

ଜନବସତିକୁ ମାଡି ଆସିଲେ ହାତୀପଲ ; ଖାଇଗଲେ ଅମଳ ଧାନ, ଚିନ୍ତାରେ…

ଦିଗପହଣ୍ଡି,୧୮ା୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମମାନଙ୍କରେ ଗତ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ...

କେତୁଙ୍କ ଗତି ପରିବର୍ତ୍ତନ, ସମସ୍ୟା ଭୋଗିବେ ଏହି ରାଶି

ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଛାୟା ଗ୍ରହ କୁହାଯାଏ । ଏହାର ନକାରାତ୍ମକ ପ୍ରଭାବ ଯୋଗୁଁ ଜଣେ ବ୍ୟକ୍ତି ମାନସିକ ଚାପ ଏବଂ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି...

ଦୀର୍ଘ ୪୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ର: ପଦ୍ମନାଭପୁର ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ...

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri