୪ ଦଶନ୍ଧି ପରେ ପୂରଣ ହେବ ସ୍ବପ୍ନ! ବ୍ରାହ୍ମଣୀଗାଁରେ ବ୍ଲକ ସ୍ଥାପନ ହେବା ଆଶା ବୃଦ୍ଧି

ଦାରିଙ୍ଗବାଡି, ୨।୧ (ଅରୁଣ ସାହୁ):ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ କରିଛି। ସରକାରଙ୍କ ନୂଆ ନୂଆ ଯୋଜନା ପ୍ରସ୍ତୁତି ହେଉଛି, ଯାହାକି ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ଫାଇଦା ଦେବ। ନୂଆ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ପ୍ରକଟ ବୃଦ୍ଧି ପାଇଛି। ସରକାରଙ୍କ ବିଭିନ୍ନ ନିଷ୍ପତି ସାଧାରଣ ଲୋକଙ୍କୁ ସୁହାଉଛି। ଏବେ ରାଜ୍ୟ ସରକାର ରାଜ୍ୟରେ ନୂତନ ବ୍ଲକ ଗଠନ କରିବା ନିଷ୍ପତି ନେଇଛନ୍ତି। ଏଭଳି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ କୁହାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ଏବେ ବ୍ଲକ ଗଠନ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଆଶା ଓ ବିଶ୍ୱାସ ବୃଦ୍ଧି ପାଇଛି।
ଗତ ୪ ଦଶନ୍ଧି ଧରି ବ୍ରାହ୍ମଣୀଗାଁକୁ ବ୍ଲକ ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବି କରିବା ସହ ଅନେକଥର ଆନ୍ଦୋଳନ, ବିକ୍ଷୋଭ ଆଉ ଏବେ ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ଓ ଦାବି କରିବା ଭିଡିଓ ରାଜ୍ୟସରକାରଙ୍କ ନିକଟରେ ପହଞ୍ଚାଇବାକୁ ଅଞ୍ଚଳବାସୀ ଗତ କିଛି ଦିନ ହେଲା ଜାରୀ ରଖିଛନ୍ତି। ଅଞ୍ଚଳବାସୀ ଆଶା ଓ ବିଶ୍ବାସ ବର୍ତ୍ତମାନର ରାଜ୍ୟ ସରକାର ଏହା ଉପରେ ବିଚାର ବିମର୍ଶ କରି ବ୍ରାହ୍ମଣୀଗାଁକୁ ବ୍ଲକ ଭାବେ ସ୍ଥାପନା କରିବେ ଯାହାଫଳରେ ଅଞ୍ଚଳବାସୀ ଉପକୃତ ହେବେ।
ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀଗାଁରେ ଥାନା, ବନାଞ୍ଚଳ କାର୍ଯ୍ୟାଳୟ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି। ୮ ଟି ପଞ୍ଚାୟତ ତଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ବ୍ରାହ୍ମଣୀଗାଁ, ଗଦାପୁର, ହାତୀମୁଣ୍ଡା, ସରାମୁଳି ଓ ତାଜୁଙ୍ଗିଆ ପଞ୍ଚାୟତ ଦାରିଙ୍ଗବାଡି ବ୍ଲକ ହେଡକ୍ୱାଟର ଠାରୁ ୪୦ ରୁ ପର୍ଯ୍ୟନ୍ତ ଦୂରତାରେ ରହିଛି। ସେହିପରି ଉକ୍ତ ଅଞ୍ଚଳରୁ ଜିଲା ହେଡକ୍ୱାଟର ୧ ଶହ ୫୦ କିମି ରୁ ୨ ଶହ କିମି ପର୍ଯ୍ୟନ୍ତ ଦୂରତା ହେଉଛି ସେ ବ୍ଲକ ହେଉକି ଜିଲା ହେଡ୍‌କ୍ୱାର୍ଟର ଅଞ୍ଚଳବାସୀ ସରକାରୀ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଗଲେ ଗୋଟିଏ ଦିନରେ ନିଜ ଗାଁକୁ ଫେରିବା କଷ୍ଟ ହେଉଛି ଏବଂ କୌଣସି କାର୍ଯ୍ୟରେ ବାରମ୍ବାର ଯାତାୟତ ମଧ୍ୟ ସମ୍ଭବ ହେଉ ନ ଥିବା ଅଞ୍ଚକବାସୀ ଅଭିଯୋଗ କରିଆସୁଛନ୍ତି। ବ୍ଲକ, ତହସିଲ କାର୍ଯ୍ୟରେ ଅଞ୍ଚଳବାସୀ ଦାରିଙ୍ଗବାଡି ଆସି ବହୁତ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। ଏବେ ନୂତନ ସରକାର ବ୍ଲକ ପୁନର୍ଗଠନର ନିଷ୍ପତି ନେଇଛନ୍ତି। ଏହା ନିଶ୍ଚିତ ଭାବେ ଲୋକଙ୍କ ବଡ଼ ସମସ୍ୟାକୁ ଦେଖି ବ୍ରାହ୍ମଣୀଗାଁକୁ ବ୍ଲକ ସ୍ଥାପନ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?