୧୧ ଦିନର ପୂଜା ପରେ ବ୍ରାହ୍ମଣଙ୍କୁ ଦକ୍ଷିଣା ରୂପରେ ମିଳିଲା ୯ ଲକ୍ଷ ଟଙ୍କାର ନକଲି ନୋଟ୍‌

ସୀତାପୁର, ୨୭।୮- ଉତ୍ତର ପ୍ରଦେଶର ସୀତାପୁର ଜିଲାରୁ ଚକିିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ୪୦ ଜଣ ବ୍ରାହ୍ମଣ ୧୧ ଦିନ ଧରି ଘରେ ପୂଜାପାଠ କରିବା ପରେ ଜଣେ ବ୍ୟକ୍ତି ତାଙ୍କୁ ଦକ୍ଷିଣା ବାବଦକୁ ୯ ଲକ୍ଷ ଟଙ୍କାର ନକଲି ନୋଟ୍‌ ପ୍ରଦାନ କରିଛନ୍ତି। ଏହି ଘଟଣାଟି ରାମପୁର ମଥୁରା ଥାନା ଅନ୍ତର୍ଗତ ମନକାପୁର ଗ୍ରାମରେ ଘଟିଛି। ଏହି ଗ୍ରାମର ହୁଲାସୀ ପାଠକ ଓ ତାଙ୍କ ସ୍ତ୍ରୀ ଗୀତା ଘରେ ଲକ୍ଷ୍ମୀ ସୂତ୍ର ଅନୁଷ୍ଠାନ ପୂଜା କରିଥିଲେ। ଏଥିଲାଗି ସେମାନେ ଅଯୋଦ୍ଧାରୁ ୪୦ ଜଣ ବ୍ରାହ୍ମଣଙ୍କୁ ଡାକି ଏହି ପୂଜା ଆୟୋଜିତ କରିଥିଲେ। ପ୍ରଥମେ ଏହି ପୂଜା ୯ ଦିନ ଚାଲିବା ପରେ ଏହାକୁ ଆଉ ୨ଦିନକୁ ବୃଦ୍ଧି କରାଯାଇଥିଲା। ଏହାପରେ ପୂଜା ଶେଷ ହେବାପରେ ବ୍ରାହ୍ମଣମାନେ ଦକ୍ଷିଣା ବାବଦକୁ ୯ ଲକ୍ଷ ୨ ହଜାର ଟଙ୍କା ମାଗିଥିଲେ। ଗୀତା ଏକ ପଲ୍‌ଥିନରେ ୯ ଲକ୍ଷ ୨ ହଜାର ଟଙ୍କା ଆଣି ବ୍ରାହ୍ମଣଙ୍କୁ ଦେଇଥିଲେ। ବ୍ରାହ୍ମଣମାନେ ଯେତେବେଳେ ପଲ୍‌ଥିନ ଖୋଲିଥିଲେ, ସମସ୍ତ ନୋଟ୍‌ ନକଲି ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଗୀତାଙ୍କୁ ଏନେଇ ପଚାରିବାରୁ ସେ ହଙ୍ଗାମା ଆରମ୍ଭ କରିଦେଇଥିଲେ ଏବଂ ପରେ ପରିବାରର ସମସ୍ତ ସଦସ୍ୟ ଫେରାର୍‌ ହୋଇଯାଇଥିଲେ। ସୂଚନା ପାଇ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ରାହ୍ମଣମାନଙ୍କଠାରୁ ସମସ୍ତ ଘଟଣା ପଚାରି ବୁଝିଥିଲେ। ଏହାପରେ ପୋଲିସ ପଲଥିନ ଭର୍ତ୍ତି ନକଲି ନୋଟ୍‌ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଗୀତା ଓ ତାଙ୍କ ସ୍ବାମୀ ଏତେ ପରିମାଣର ନକଲି ନୋଟ୍‌ କେଉଁଠାରୁ ଆଣିଲେ ତାହା ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri