୧୧ ଦିନର ପୂଜା ପରେ ବ୍ରାହ୍ମଣଙ୍କୁ ଦକ୍ଷିଣା ରୂପରେ ମିଳିଲା ୯ ଲକ୍ଷ ଟଙ୍କାର ନକଲି ନୋଟ୍‌

ସୀତାପୁର, ୨୭।୮- ଉତ୍ତର ପ୍ରଦେଶର ସୀତାପୁର ଜିଲାରୁ ଚକିିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ୪୦ ଜଣ ବ୍ରାହ୍ମଣ ୧୧ ଦିନ ଧରି ଘରେ ପୂଜାପାଠ କରିବା ପରେ ଜଣେ ବ୍ୟକ୍ତି ତାଙ୍କୁ ଦକ୍ଷିଣା ବାବଦକୁ ୯ ଲକ୍ଷ ଟଙ୍କାର ନକଲି ନୋଟ୍‌ ପ୍ରଦାନ କରିଛନ୍ତି। ଏହି ଘଟଣାଟି ରାମପୁର ମଥୁରା ଥାନା ଅନ୍ତର୍ଗତ ମନକାପୁର ଗ୍ରାମରେ ଘଟିଛି। ଏହି ଗ୍ରାମର ହୁଲାସୀ ପାଠକ ଓ ତାଙ୍କ ସ୍ତ୍ରୀ ଗୀତା ଘରେ ଲକ୍ଷ୍ମୀ ସୂତ୍ର ଅନୁଷ୍ଠାନ ପୂଜା କରିଥିଲେ। ଏଥିଲାଗି ସେମାନେ ଅଯୋଦ୍ଧାରୁ ୪୦ ଜଣ ବ୍ରାହ୍ମଣଙ୍କୁ ଡାକି ଏହି ପୂଜା ଆୟୋଜିତ କରିଥିଲେ। ପ୍ରଥମେ ଏହି ପୂଜା ୯ ଦିନ ଚାଲିବା ପରେ ଏହାକୁ ଆଉ ୨ଦିନକୁ ବୃଦ୍ଧି କରାଯାଇଥିଲା। ଏହାପରେ ପୂଜା ଶେଷ ହେବାପରେ ବ୍ରାହ୍ମଣମାନେ ଦକ୍ଷିଣା ବାବଦକୁ ୯ ଲକ୍ଷ ୨ ହଜାର ଟଙ୍କା ମାଗିଥିଲେ। ଗୀତା ଏକ ପଲ୍‌ଥିନରେ ୯ ଲକ୍ଷ ୨ ହଜାର ଟଙ୍କା ଆଣି ବ୍ରାହ୍ମଣଙ୍କୁ ଦେଇଥିଲେ। ବ୍ରାହ୍ମଣମାନେ ଯେତେବେଳେ ପଲ୍‌ଥିନ ଖୋଲିଥିଲେ, ସମସ୍ତ ନୋଟ୍‌ ନକଲି ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଗୀତାଙ୍କୁ ଏନେଇ ପଚାରିବାରୁ ସେ ହଙ୍ଗାମା ଆରମ୍ଭ କରିଦେଇଥିଲେ ଏବଂ ପରେ ପରିବାରର ସମସ୍ତ ସଦସ୍ୟ ଫେରାର୍‌ ହୋଇଯାଇଥିଲେ। ସୂଚନା ପାଇ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ରାହ୍ମଣମାନଙ୍କଠାରୁ ସମସ୍ତ ଘଟଣା ପଚାରି ବୁଝିଥିଲେ। ଏହାପରେ ପୋଲିସ ପଲଥିନ ଭର୍ତ୍ତି ନକଲି ନୋଟ୍‌ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଗୀତା ଓ ତାଙ୍କ ସ୍ବାମୀ ଏତେ ପରିମାଣର ନକଲି ନୋଟ୍‌ କେଉଁଠାରୁ ଆଣିଲେ ତାହା ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri