ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…

କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବ ନାହିଁ। ଏଥିସହ ସେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି।

ଗତ ବର୍ଷ କାବୁଲରେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ଏବଂ ଏହି ଅଞ୍ଚଳର ଅନ୍ୟାନ୍ୟ ଦେଶ ଆଫଗାନିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେବାର ସମ୍ଭାବନାକୁ ନେଇ କ୍ରମାଗତ ଭାବରେ ଚିନ୍ତା ପ୍ରକଟ କରିଛନ୍ତି। ଏହି ସମୟରେ ଆଖୁନ୍ଦଜାଦାଙ୍କର ଏଭଳି ମନ୍ତବ୍ୟ ଆସିଛି।

ତାଲିବାନ କହିଛି ଯେ ଦେଶ ୨୦୨୦ରେ ଆମେରିକା ସହ ସ୍ବାକ୍ଷରିତ ହୋଇଥିବା ଏକ ଚୁକ୍ତିନାମାକୁ ପାଳନ କରୁଛି। ଯେଉଁଥିରେ ସେମାନେ ଆତଙ୍କବାଦୀଙ୍କ ସହ ଲଢ଼ିବାକୁ ପ୍ରତିଶୃତି ଦେଇଛନ୍ତି। ଗତ ବର୍ଷ ଆଫଗାନିସ୍ତାନ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ତାଲିବାନ ବାରମ୍ବାର କହି ଆସୁଛି ଯେ ଆଫଗାନିସ୍ତାନର ମାଟିକୁ ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବ ନାହିଁ।

ବକ୍ରି ଇଦ୍‌ ଛୁଟି ପୂର୍ବରୁ ଆଖୁନ୍ଦଜାଦା କହିଛନ୍ତି ଯେ ଆମେ ଆମର ପଡ଼ୋଶୀ ଦେଶ, ଅଞ୍ଚଳ ଏବଂ ବିଶ୍ୱ ସମୁଦାୟକୁ ନିଶ୍ଚିତ କରୁଛୁ ଯେ ଅନ୍ୟ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାକୁ ଆମ ମାଟି ବ୍ୟବହାର କରିବାକୁ ଦେବୁ ନାହିଁ। ପାରସ୍ପରିକ ସହଯୋଗ ଏବଂ ପ୍ରତିବଦ୍ଧତାର ଶୈଳୀରେ ଆମେରିକା ସମେତ ବିଶ୍ୱ ସହିତ ଅର୍ଥନୈତିକ ଏବଂ ରାଜନୈତିକ ସମ୍ପର୍କ ଲାଗି ତାଲିବାନ ପ୍ରସ୍ତୁତ।

ଦକ୍ଷିଣ କାନ୍ଧାହାର ପ୍ରଦେଶରେ ଥିବା ତାଙ୍କ ବେସରୁ କାବୁଲରେ ପହଞ୍ଚିବା ପରେ ଆଖୁନ୍ଦଜାଦା ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ତାଲିବାନ କ୍ଷମତାକୁ ଆସିବା ପରେ ଏହା ଆଖୁନ୍ଦଜାଦାଙ୍କର କାବୁଲକୁ ପ୍ରଥମ ଗସ୍ତ। ଆଫଗାନିସ୍ତାନରେ ଭାରତ ନୂତନ ଶାସନକୁ ସ୍ବୀକୃତି ଦେଇ ନାହିଁ ଏବଂ କାବୁଲରେ ପ୍ରକୃତ ଅନ୍ତର୍ଭୁକ୍ତ ସରକାର ଗଠନ ପାଇଁ ଦାବି କରୁଛି। ମିଳିତ ଭାବେ ଭାରତ କହିଛି ଯେ ଆଫଗାନିସ୍ତାନ ମାଟି କୌଣସି ଦେଶ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଇଏଫ୍‌ ବାଣିଜ୍ୟ ମଞ୍ଚରୁ ଓହରିଲା ଭାରତ

ନୂଆଦିଲ୍ଲୀ/ଲସ୍‌ଏଞ୍ଜେଲ୍ସ,୧୧ା୯: ଏସୀୟ ରାଷ୍ଟ୍ରଗୁଡ଼ିକ ସହ ମୁକ୍ତ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆମେରିକା ନେତୃତ୍ୱରେ ଗଠିତ ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌) ବାଣିଜି୍ୟକ ଆଲୋଚନାରୁ ଭାରତ...

ଆମେରିକା ସହାୟତା ଆମେ ଭୁଲିପାରିବୁ ନାହିଁ: ଜେଲେନସ୍କି…

କିଭ୍‌,୨୪।୧୨ : ୟୁକ୍ରେନ ପାଇଁ ଆମେରିକା ସଦନରେ ୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରାଯାଇଛି। ଆମେରିକାର ସହାୟତା ପାଇବା ପରେ ୟୁକ୍ରେନର ରାଷ୍ଟ୍ରପତି...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୬।୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା...

କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୫୦ ଲକ୍ଷ: ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୫ ହଜାର

ଓ୍ବାଶିଂଟନ,୨୦।୫: ପୃଥିବୀରେ କରୋନା ମହାମାରୀ ଜାରି ରହିଛି। ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ୨ ହଜାର ୫୯୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

ସେପ୍ଟେମ୍ବର ସୁଦ୍ଧା ଆସିବ କରୋନା ଟିକା !

ଲଣ୍ଡନ,୧୮।୪: କରୋନା ଭାଇରସର ସଂକ୍ରମଣ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ସବୁ ବିକାଶଶୀଳ ଦେଶ ଏହାକୁ ନେଇ ଗବେଷଣା ଜାରି ରଖିଛନ୍ତି। ବିଶେଷ...

ଏହି ବ୍ରହ୍ମାସ୍ତ୍ର ଆଗରେ ହାର ମାନିବ କରୋନା…

ଜେନେଭା/ନୂଆଦିଲ୍ଲୀ,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି...

ଚାଇନାର ଋଣ କୂଟନୀତିରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୧ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଆର୍ଥିକ ସଙ୍କଟ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଦ୍ୱୀପରାଷ୍ଟ୍ରରେ ନିଜ ପ୍ରତିରକ୍ଷା ସ୍ଥିତିକୁ ମଜଭୁତ କରିବା ପାଇଁ ବେଜିଂ କଲମ୍ବୋକୁ ଋଣ...

ଋଣ ପାଇଁ ଆଇଏମଏଫ ଆଗରେ ମୁଣ୍ଡ ନୋଇଲା ପାକିସ୍ତାନ, ସର୍ତ୍ତ ପୂରଣ ବିଲ ପାରିତ…

ଇସଲାମାବାଦ,୨୧।୨ : ଦେବାଳିଆ ପରିସ୍ଥିତିକୁ ଏଡାଇବା ପାଇଁ ପାକିସ୍ତାନ ଶେଷରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ସର୍ତ୍ତ ମାନିଛି। ଋଣ ପାଇଁ ପାକିସ୍ତାନ ଶେଷରେ...

Advertisement
Archives

Model This Week