ଦୋନେସ୍କରେ ରୁଷିଆର ଆକ୍ରମଣକୁ ଦେଖି ୩.୫ ଲକ୍ଷ ଲୋକଙ୍କୁ ଅଞ୍ଚଳ ଛାଡିବାକୁ ଦିଆଯାଇଛି ସୂଚନା

କ୍ୱିଭ,୭ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଦେଇ ଗତି କରୁଛି । ଲୁହାନସ୍କ ଉପରେ କବଜା କରିବା ପରେ ଏବେ ରୁଷିଆ ସେନା ୟୁକ୍ରେନର ଦୋନେସ୍କକୁ କବଜାକୁ ଆଣିବାକୁ ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି । ଏଠାରେ ରୁଷିଆ ପକ୍ଷରୁ ବୋମାମାଡ କରାଯାଉଥିବାରୁ ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାସହ ୨୧ରୁ ଅଧିକ ଆହତ ବି ହୋଇଛନ୍ତି । ରୁଷିଆ ସେନା ଦୋନେସ୍କ ଅଞ୍ଚଳରେ ନିଜ ପାଇଁ ରାସ୍ତା ଖୋଲିବା ମଧ୍ୟରେ କ୍ରାମାତୋର୍ସ୍କରେ ୩.୫ ଲକ୍ଷ ୟୁକ୍ରେନବାସୀଙ୍କୁ ଘର ଖାଲି କରିବାକୁ କୁହଯାଇଛି ।
ଦୋନେସ୍କର ଗଭର୍ନର ପାୱଲୋ କିରିଲେଂକୋ କହିଛନ୍ତି ରୁଷିଆ ସେନାର ଅଧିକାରୀମାନେ ଏଠାରୁ ସାଢେ ୩ ଲକ୍ଷ ଲୋକଙ୍କୁ ଘର ଖାଲି କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏହା ବଡ ପଦକ୍ଷେପ । କାରଣ ଲୋକଙ୍କୁ ହଟାଇବା ପରେ ହିଁ ୟୁକ୍ରେନ୍ ସେନା ସେଠାରେ ଯୁଦ୍ଧ ପାଇଁ ଭଲଭାବେ ପ୍ରସ୍ତୁୂତ ହୋଇ ରହିପାରିବେ ।
ଗଭର୍ନର କହିଛନ୍ତି ଏବେ ୟୁକ୍ରେନର ଭାଗ୍ୟ ଦୋନେସ୍କ ଅଞ୍ଚଳ ସ୍ଥିର କରିବ । ଇତିମଧ୍ୟରେ ଦୋନେସ୍କରେ ରୁଷଆ ପକ୍ଷର ବହୁ ପରିମାଣରେ ଗୁଳିଗୋଳା ବର୍ଷଣ କରାଯାଇଛି । ଦୋନେସ୍କରେ ଅଧିକାଂଶ ଲୋକ ରୁଷିଆ ଭାଷା କହୁଥିବାରୁ ରୁଷିଆ ଏହି ଅଞ୍ଚଳକୁ ନିଜ କବଜାକୁ ନେବାକୁ ଚାହୁଁଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାମାରୀରୁ ହେବ ଯୁଗ ନିର୍ଦ୍ଧାରଣ

ଓ୍ବାଶିଂଟନ,୨୫ା୪ : କୋଭିଡ୍‌-୧୯ ହେଉଛି ପ୍ରଥମ ଆଧୁନିକ ମହାମାରୀ, ଯାହା ଏହି ଯୁଗର ସଂଜ୍ଞା ନିରୂପଣ କରିବ। ଏହି ସମୟ ଦେଇ ଗତି କରୁଥିବା କୌଣସି...

ଚାଇନାକୁ ବାଇଡେନ୍‌ଙ୍କ ଧମକ, ରୁଷିଆକୁ ସହାୟତା କଲେ ପରିଣାମ ହେବ ଭୟଙ୍କର…

ଓ୍ବାଶିଂଟନ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରି ସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ ତାଗିଦ୍‌ କରିଛନ୍ତି। ବାଇଡେନ୍‌ ଚାଇନାର...

ମହଙ୍ଗା ପଡିଲା ଲକ୍‌ଡାଉନ ଅନୁଭୂତି ଶେୟାର କରିବା!

ବେଜିଂ,୨୮ ।୧୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କୁହାଯାଏ...

ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ବଡ ପଦକ୍ଷେପ, ଦୀପାବଳି ଛୁଟି ଘୋଷଣା ପାଇଁ ସଂସଦରେ ବିଧେୟକ ଉପସ୍ଥାପନ

ଓ୍ବାଶିଂଟନ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ...

ଆମେରିକା ପାଇଲଟ ଚାଇନା ସୈନ୍ୟଙ୍କୁ ଦେଉଥିଲେ ତାଲିମ, ଅଷ୍ଟ୍ରେଲିଆରୁ ଗିରଫ…

ବେଜିଂ/ଓ୍ବାଶିଂଟନ,୨୬।୧୦ : ଚାଇନାରେ କାର୍ଯ୍ୟ କରୁଥିବା ଆମେରିକାର ଜଣେ ପୂର୍ବତନ ଯୁଦ୍ଧ ବିମାନ ପାଇଲଟଙ୍କୁ ଅଷ୍ଟ୍ରେଲିଆରୁ ଗିରଫ କରାଯାଇଛି। ଏହି ଆମେରିକୀୟ ପାଇଲଟ ଚାଇନାର ବାୟୁସେନା...

ମ୍ୟାନମାରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନାଇପିଡ,୩୦ ।୯: ମ୍ୟାନମାରର ବର୍ମାରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର...

ମଝି ଆକାଶରେ ୨ ହେଲିକପ୍ଟର ମଧ୍ୟରେ ଧକ୍କା: ୧୫ ମୃତ

କାବୁଲ, ୧୪।୧୦: ଆଫଗାନିସ୍ତାନରେ ୨ ବାୟୁସେନା ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ...

ଆମେରିକାକୁ ମହାବିନାଶକ ଶକ୍ତି ଦେଖାଇଲା ରୁଷିଆ…

ମସ୍କୋ,୧୨।୪ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ବିଶ୍ୱ ସାମ୍ନାରେ ନିଜର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ରୁଷିଆର ସୈନ୍ୟବାହିନୀ ଏକ ନୂତନ...

Advertisement
Archives

Model This Week